ବିଦ୍ୟାଳୟ ହେଲା ଅତିଥି ଭବନ: ବ୍ୟବସ୍ଥାରେ ପରିବର୍ତ୍ତନର ପ୍ରଭାବ

ପାରାଦୀପ,୫ା୬(ସ୍ବ.ପ୍ର.): ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ସାଙ୍ଗକୁ ଘରୋଇକରଣ ପ୍ରଭାବରେ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହାର ପ୍ରତିଫଳନ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏହି କ୍ରମରେ ପାରାଦୀପରେ ଏକ ବିଦ୍ୟାଳୟ ଏବେ ଅତିଥି ଭବନରେ ପରିଣତ ହୋଇଛି। ପାରାଦୀପ ବନ୍ଦର ଦ୍ୱାରା ୧୯୭୨-୭୩ରେ ନିର୍ମିତ ଏକ ବିଦ୍ୟାଳୟ ସରକାରଙ୍କ ନୂତନ ଶିକ୍ଷାନୀତି ଯୋଗୁ ୨୦୧୭ ଅକ୍ଟୋବରରେ ବନ୍ଦ ହୋଇଯାଇଥିଲା। ସେହି ବିଦ୍ୟାଳୟ କୋଠାଘରକୁ ବନ୍ଦର କର୍ତ୍ତୃପକ୍ଷ ପରିବର୍ତ୍ତନ କରି ବିଶାଳ ଅତିଥି ଭବନ ନିର୍ମାଣ କରିଛନ୍ତି। ଉକ୍ତ ୩୬ କକ୍ଷ ବିଶିଷ୍ଟ ଅତିଥି ଭବନ ଆସନ୍ତା ରଥଯାତ୍ରାଠାରୁ କାର୍ଯ୍ୟକ୍ଷମ ହେବ। ୨୦୧୮ ବର୍ଷରେ ପାରାଦୀପ ବନ୍ଦର ଧାର୍ଯ୍ୟ ଲକ୍ଷ୍ୟ ବାର୍ଷିକ ୧୦୦ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର ଅତିକ୍ରମ କରିବାରୁ ସେହି ଐତିହାସିକ ସଫଳତାର ସ୍ମୃତି ସ୍ବରୂପ ଅତିଥି ଭବନର ନାମ ରଖିଛନ୍ତି ହଣ୍ଡ୍ରେଡ୍‌ ମିଲିୟନ।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ଆରମ୍ଭ ବେଳେ କୌଣସି ଶ୍ରମିକ କର୍ମଚାରୀ ଏଠାରେ ଚାକିରି କରିବାକୁ ଉଚିତ୍‌ ମଣୁ ନ ଥିଲେ। କାରଣ ବନ୍ଦରାଞ୍ଚଳରେ ଟାଉନଶିପ୍‌ ନ ଥିଲା। ଶ୍ରମିକ-କର୍ମଚାରୀଙ୍କ ପାଇଁ ବାଧ୍ୟହୋଇ ବନ୍ଦର କର୍ତ୍ତୃପକ୍ଷ ଟାଉନ୍‌ଶିପ୍‌ କରିବା ସହ ସ୍କୁଲ କଲେଜ, ଖେଳପଡ଼ିଆ, ଚିତ୍ତବିନୋଦନ କେନ୍ଦ୍ର, ପାଠାଗାର, ବଜାର, ଥାନା, ବ୍ୟାଙ୍କଠାରୁ ଆରମ୍ଭ କରି ସବୁକିଛି କରିଛନ୍ତି। ଶିକ୍ଷା କ୍ଷେତ୍ରରେ ବଡ଼ପଡ଼ିଆରେ ପାଥମିକ ସ୍କୁଲ, ମଧୁବନ ପୋଷ୍ଟାଲ ପାଖରେ ଉଚ୍ଚ ପ୍ରାଥମିକ ସ୍କୁଲ, ବଡ଼ପଡ଼ିଆ ବଜାର ପାଖରେ ହାଇସ୍କୁଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ବନ୍ଦର କର୍ମଚାରୀ ସଂଖ୍ୟା ହ୍ରାସ ପାଇବା ଓ ଛତୁଫୁଟିବା ଭଳି ଘରୋଇ ସ୍କୁଲ ଖୋଲିବା ଫଳରେ ପ୍ରଥମେ ବସ୍‌ଷ୍ଟାଣ୍ଡ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ୨୦୧୦-୧୧ରେ ବନ୍ଦର ପ୍ରଶାସନ ବନ୍ଦ କରିଦେଇଥିଲା। ସେହି ବିଦ୍ୟାଳୟ ଘରେ ଏବେ ଡିଏଭି ସ୍କୁଲ ଚାଲିଛି। ମଧୁବନଠାରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲ ୨୦୧୭ ଅକ୍ଟୋବର ପର୍ଯ୍ୟନ୍ତ ଭଲରେ ଚାଲୁଥିଲା। ସେତେବେଳେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଆଇନରେ ପରିବର୍ତ୍ତନ କରି ଅଷ୍ଟମ ଶ୍ରେଣୀକୁ ପ୍ରାଥମିକ ବିଦ୍ୟାଳୟରେ ସାମିଲ କଲେ। ତେଣୁ ପାରାଦୀପ ବନ୍ଦରର ହାଇସ୍କୁଲରୁ ୮ମ ଶ୍ରେଣୀ ବାଦ୍‌ପଡ଼ିଲା। ଫଳରେ ପୋର୍ଟ ସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା ବର୍ଷକୁ ବର୍ଷ କମିଗଲା। ବନ୍ଦର କର୍ତ୍ତୃପକ୍ଷ ପୋର୍ଟ ହାଇସ୍କୁଲରେ ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସାମିଲ କରି ମଧୁବନ ସ୍କୁଲ ବନ୍ଦ କରିଦେଲେ। ସ୍କୁଲ ମିଶ୍ରଣ ବେଳେ ସେହି ସ୍କୁଲରେ ପ୍ରାୟ ୪୦୦ ଛାତ୍ରୀଛାତ୍ର ଓ ୩୨ କର୍ମଚାରୀ ଥିଲେ। ଏବେ ସେମାନେ ହାଇସ୍କୁଲରେ ସାମିଲ ହୋଇଛନ୍ତି। ସେହି ପୁରୁଣା ଘରକୁ ଏବେ ଅତିଥି ଭବନ କରାଯାଇଛି। ପାରାଦୀପ ବନ୍ଦରର ମୂଳ ଓ ମୁଖ୍ୟ ଅତିଥି ଭବନ (ଜବାହାର ଗେଷ୍ଟ ହାଉସ) ନେହେରୁ ବଙ୍ଗଳାଠାରେ ରହିଛି। ୧୬ କକ୍ଷ ବିଶିଷ୍ଟ ସେହି ଅତିଥି ଭବନ ସହରଠାରୁ ୧୩ କିମି ଦୂର। ସେଠାରେ ଅଧିକାଂଶ ସମୟ ଅତିଥିଙ୍କୁ ଆବଶ୍ୟକ ଅନୁସାରେ କକ୍ଷ ମିଳୁନାହିଁ। ତେଣୁ ଆଉ ଏକ ଅତିଥି ଭବନ ବନ୍ଦର ପାଇଁ ଆବଶ୍ୟକ ଥିଲା। ତେଣୁ ଏହି ବିଦ୍ୟାଳୟର ନବୀକରଣ କରାଯାଇ ଅତିଥି ଭବନ କରାଗଲା ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ

ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ…

ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଗୁଜରାଟ ଭଳି ଓଡ଼ିଶାରେ ବିକାଶ ହେବ

ପାରାଦୀପ,୬।୩: ପାରାଦୀପ ଗସ୍ତରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା। ସେଠାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଛନ୍ତି, ଭାଜପା ସରକାର ସଠିକ୍‌ ଦିଗରେ…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri