ବିଦ୍ୟାଳୟ ସ୍ଥାନାନ୍ତରକୁ ଗ୍ରାମବାସୀଙ୍କ ବିରୋଧ ପ୍ରତିବାଦରେ ବିଦ୍ୟାଳୟ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ

ଖଣ୍ଡପଡା,୨୩।୬(ସ୍ବ.ପ୍ର.)-୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ା ସମ୍ପ୍ରତି ୧୯ଜଣ ଛାତ୍ରୀଛାତ୍ର ବାଣପୁର ପଞ୍ଚାୟତ ଅନ୍ତର୍ଗତ ଚୈତନ୍ୟପୁର ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ମଧ୍ୟ ପୂର୍ବର ରିପୋର୍ଟ କ୍ରମେ ଏହି ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ବାଣପୁର ପ୍ରାଥମିକ ବିଦ୍ୟାଳୟରେ ସାମିଲ କରାଯାଇଛି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସେମାନେ ଏହାକୁ ବିରୋଧ କରିଛନ୍ତି।
ସକାଳୁଆ ସ୍କୁଲ ଥିବାରୁ ଚୈତନ୍ୟପୁର ଗ୍ରାମର ଛାତ୍ରୀଛାତ୍ରଙ୍କୁ ଅଭିଭାବକମାନେ ବାଣପୁର ବିଦ୍ୟାଳୟକୁ ନ ଛାଡି ସ୍ଥାନୀୟ ବିଦ୍ୟାଳୟରେ ପଢାଇବା ପାଇଁ ଜିଦ୍‌ ଧରି ବସି ରହିଥିଲେ ା ସ୍ଥାନୀୟ ଅଞ୍ଚଳର ମହିଳା, ପୁରୁଷ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ବିପଦପୂର୍ଣ୍ଣ ମୁଖ୍ୟ ରାସ୍ତାରେ ଛାଡିବେ ନାହିଁ ବୋଲି କହିଥିଲେ । ଏହାର ପ୍ରତିବାଦରେ ସେମାନେ ବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା ଏ ସମ୍ପର୍କରେ ଖଣ୍ଡପଡା ବ୍ଲକ ଶିକ୍ଷାଅଧିକାରୀ ଚନ୍ଦନ କୁମାର ରଥଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ପିଲାମାନଙ୍କ ସଂଖ୍ୟା ହ୍ରାସ ପାଉଥିବା ଏବଂ ଅନେକ ବିଦ୍ୟାଳୟର ପିଲା ସଂଖ୍ୟା ୧୫/୨୦ରୁ କମ ରହୁଛନ୍ତି। ସେମାନଙ୍କୁ ଶିକ୍ଷାଦାନ ଦେବା ପାଇଁ ଅନ୍ତତଃପକ୍ଷେ ୨ଜଣ ଶିକ୍ଷକ ଆବଶ୍ୟକ ପଡୁଛନ୍ତି ା ଏଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି ା ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନୂତନ ନୀତି ନିୟମ ଘୋଷଣା କରିଛନ୍ତି ା ଅପରପକ୍ଷରେ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତରିତ ହେଉଥିବା ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପିଛା ଏସ୍କର୍ଟ ଓ ଟ୍ରାନ୍ସପୋର୍ଟେଶନ ଆଲାଉନ୍ସ ବାବଦରେ(ଯେଉଁ ପିଲାଙ୍କ ଉପସ୍ଥାନ ୭୦ପ୍ରତିଶତ ଥିବ) ମାସକୁ ୬ଶହ ଟଙ୍କା ଓ ୫୦ ପ୍ରତିଶତ ଉପସ୍ଥାନ ରହିଲେ ସେମାନଙ୍କୁ ମାସ ପ୍ରତି ୫ଶହ ଟଙ୍କା ଲେଖାଏ ୧୦ ମାସ ପାଇଁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ା ତେଣୁ ଜଣେ ଅଭିଭାବକ ପିଲାମାନଙ୍କୁ ସାଥିରେ ନେଇ ବିଦ୍ୟାଳୟରେ ଛାଡିବାରେ କୌଣସି ସମସ୍ୟା ରହିବ ନାହିଁ ା ତେଣୁ କିଛି ଲୋକ ଏପରି ଜାଣିଶୁଣି ସମସ୍ୟା ସୃଷ୍ଟି କରୁଥିବା ରଥ ସୂଚନା ଦେଇଥିବା ବେଳେ ଏପରି ଅବସ୍ଥା ଯଦି ଚାଲୁ ରୁହେ ତେବେ ପରବର୍ତ୍ତୀ ସମୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଯାହା ନିଷ୍ପତ୍ତି ନେବେ ସେପରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri