ବିଦ୍ୟାଳୟ ଖେଳପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ବିରୋଧ

ଖଣ୍ଡପଡ଼ା,୧୦ା୧(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର ଏକ ବିଦ୍ୟାଳୟ ଖେଳ ପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ସ୍ଥାନୀୟ ଅଧିବାସୀ ବିରୋଧ କରିଛନ୍ତି। ପ୍ରକାଶ ଯେ, ରାଜ୍ୟରେ ନୂତନ ପଞ୍ଚାୟତ ଗଠନ ପାଇଁ ଘୋଷଣା ହେବା ପରେ ଖଣ୍ଡପଡା ବ୍ଲକ କୋସକା ପଞ୍ଚାୟତରୁ ଅଲଗା ହୋଇ ୨୦୧୬ରେ ବଳଭଦ୍ରପ୍ରସାଦ ନୂତନ ପଞ୍ଚାୟତ ମାନ୍ୟତା ପାଇଥିଲା। ୨୦୧୭ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଳଭଦ୍ରପ୍ରସାଦ ପଞ୍ଚାୟତରେ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଓ ୧୧ଜଣ ୱାର୍ଡ ସଭ୍ୟାସଭ୍ୟଙ୍କୁ ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମ କରି ବଳଭଦ୍ରପ୍ରସାଦ ଗ୍ରାମର ଏକ କୋଠଘରେ ଅସ୍ଥାୟୀ ଭାବେ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଥିଲା ା ପରେ ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ପଞ୍ଚାୟତର ମଧ୍ୟ ଭାଗରେ ନୂତନ ଗୃହ ନିର୍ମାଣ ନିମନ୍ତେ ପଞ୍ଚାୟତବାସୀ ନିଷ୍ପତ୍ତି ନେଇ ପ୍ରଶାସନକୁ ଜଣାଇଥିଲେ। ଏ ନେଇ ବିଭିନ୍ନ ସ୍ଥାନରେ ଜାଗା ଚିହ୍ନଟ ହୋଇଥିଲେ ହେଁ ବଳଭଦ୍ରପ୍ରସାଦ ପଞ୍ଚାୟତ ଅଧୀନ ଦୁଃଖାପଲ୍ଲୀ ଗ୍ରାମର କେତେକ ବ୍ୟକ୍ତି ସ୍ଥାନୀୟ ରବୀନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟର ଖେଳପଡିଆ ନିମନ୍ତେ ସଂରକ୍ଷିତ ସ୍ଥାନରେ ନୂତନ ଗୃହ ନିମନ୍ତେ ପ୍ରଶାସନିକ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ନୂତନ ଗୃହ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଏହାକୁ ବିରୋଧ କରି ଅଞ୍ଚଳବାସୀ ବ୍ଲକ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ସୁଫଳ ନ ମିଳିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଘଟଣାରେ ହସ୍ତକ୍ଷେପ କରି ବିଦ୍ୟାଳୟ ଖେଳପଡିଆରେ ନୂତନ ଗୃହ ନିର୍ମାଣ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ଏ ସମ୍ପର୍କରେ ଅବଗତ ଥିଲେ ସୁଦ୍ଧା ଖେଳପଡିଆାର ପ୍ଲଟ ନଂ-୨୦୩, ଖାତା ନଂ-୫୧୮(୧୯ ଡେସିମିଲ) ଜାଗାରେ ଗୃହ ନିର୍ମାଣ ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବଳଭଦ୍ରପ୍ରସାଦ ସରପଞ୍ଚ ସସ୍ମିତା ଦାସ, ସମିତି ସଭ୍ୟା ପ୍ରମିଳା ନାୟକଙ୍କ ସମେତ ୯ ଜଣ ୱାର୍ଡ ସଭ୍ୟାସଭ୍ୟ ନୂତନ ଗୃହ ନିର୍ମାଣକୁ ବିରୋଧ କରି ଆସୁଛନ୍ତି। ଏ ସମ୍ପର୍କରେ ଖଣ୍ଡପଡା ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଖେଳପଡିଆ ହାଇସ୍କୁଲ ନାମରେ ନାହିଁ। ଉକ୍ତ ଜାଗା ପଞ୍ଚାୟତ କାର୍ଯ୍ୟାଳୟ ନାମରେ ଜିଲା ପ୍ରଶାସନର ଜ୍ଞାତସାରରେ ପଟ୍ଟା ହୋଇସାରିଛି। ତେଣୁ ସେଠାରେ ପଞ୍ଚାୟତ କାର୍ଯ୍ୟାଳୟ କରିବାରେ କୌଣସି ଅସୁବିଧା ନାହିଁ ା ଅଞ୍ଚଳବାସୀ ଯେଉଁ ପଡିଆ ସମ୍ପର୍କରେ ଅଭିଯୋଗ କରୁଛନ୍ତି ତାହା ଅନ୍ୟ ଏକ ସ୍ଥାନରେ ରହିଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଦୋକାନରେ ଜିଏସଟି ବିଭାଗର ଚଢ଼ାଉ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜିଏସଟି ବିଭାଗ ପକ୍ଷରୁ ଶୁକ୍ରବାର ଭବାନୀପାଟଣା ସହରର ଗାନ୍ଧୀ ଛକରେ ଥିବା ଲକ୍ଷ୍ମୀପ୍ରିୟା ସୁନା ଦୋକାନରେ ଚଢ଼ାଉ କରାଯାଇଛି। ରାଜ୍ୟ ଜିଏସଟି...

ସାପ କାମୁଡ଼ାରେ ମହିଳା ମୃତ

ରଣପୁର, ୨୮।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ବଳଭଦ୍ରପୁର ପଞ୍ଚାୟତ କେରଣ୍ଡାଟାଙ୍ଗୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅକ୍ରୁର...

‘ରାଜ୍ୟର ବିକାଶରେ ଶିଳ୍ପର ବିକାଶ ଆବଶ୍ୟକ’

ଝାରସୁଗୁଡ଼ା ଅଫିସ,୧୮।୮: ରାଜ୍ୟରେ ଶିଳ୍ପର ବିକାଶ ପାଇଁ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟର ଅର୍ଥନୀତିକୁ ଆଗେଇ ନେବାକୁ ହେଲେ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେବାକୁ ପଡିବ।...

ଚିଲିକାରେ ଫସିଛି ଯାତ୍ରାବାହୀ ଡଙ୍ଗା

ଖୋର୍ଦ୍ଧା ଅଫିସ,୨୯।୧୦: ଚିଲିକା ମଝିରେ ଯାତ୍ରାବାହୀ ଡଙ୍ଗା ଶନିବାର ଫସିଯାଇଛି। ଯାହାଫଳରେ ୪୦ରୁ ଅଧିକ ଯାତ୍ରୀ ଚିଲିକା ମଝିରେ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ...

ଅଧିକ ଦରରେ କିରୋସିନ ବିକିବା ଘଟଣା: ରିଟେଲରଙ୍କୁ ନିଲମ୍ବିତ କଲେ ଉପଜିଲାପାଳ

ଖପ୍ରାଖୋଲ, ୬।୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତର ବିଭିନ୍ନ ଗାଁରେ ଅଧିକ ଦରରେ କିରୋସିନ ବିକ୍ରି ଘଟଣାରେ ରିଟେଲର ନିଲମ୍ବିତ ହୋଇଛନ୍ତି। ପାଟଣାଗଡ଼ ଉପ...

ଜଳୁଛି ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସ: ନିଆଁ ଲିଭାଇବାକୁ ନାକେଦମ୍‌ ହେଲେଣି ୧୨ ଅଗ୍ନିଶମ ଟିମ୍‌

ପୁରୀ ଅଫିସ,୯ା୩: ଶ୍ରୀମନ୍ଦିରଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂର ମରିଚିକୋଟ ଛକ ନିକଟସ୍ଥ ବଡ଼ଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ବୁଧବାର ରାତିରୁ...

ଆମ୍ବଡାଳ ପଡ଼ି ଛାତ୍ର ମୃତ

ନିରାକାରପୁର,୧୮-୧୦(ଡି.ଏନ.ଏ.):ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପରିସର ମଧ୍ୟରେ ଥିବା ଏକ ଆମ୍ବଗଛର ବିରାଟ...

ବିଡିଓଙ୍କୁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଦାବିପତ୍ର

କର୍ଲାମୁଣ୍ଡା,୨୨।୧୧(ଡି.ଏନ୍‌.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ ୱାର୍କସ ଆସୋସିଏଶନ କର୍ଲାମୁଣ୍ଡା ଶାଖା ପକ୍ଷରୁ ଅଙ୍ଗନୱାଡି କର୍ମୀମାନେ ସୋମବାର ବିଡିଓଙ୍କୁ ଏକ ଦାବିପତ୍ର...

Advertisement
Archives

Model This Week