ବିଦ୍ୟାଳୟରେ ବାଘ ଆତଙ୍କ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୧୦।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସରରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋରରେ ବିଦ୍ୟାଳୟର କୁକ୍‌ କମ୍‌ ଆଟେଣ୍ଡାଣ୍ଟଙ୍କ ସ୍ବାମୀ ଅମିତ ମଲ୍ଲିକ ବିଦ୍ୟାଳୟ ପରିସରରେ ଥିବା ତାଙ୍କ ବାସଭବନ ବାହାରକୁ ବାହାରିଥିବାବେଳେ ବାଘ ଦେଖିଥିଲେ। ବାଘଟି ହଷ୍ଟେଲ ପାଚେରି ଡେଇଁ ଭିତରକୁ ଆସିଥିଲା। ଅମିତ ବାଘକୁ ଦେଖି ଭୟରେ ପାଟିକରି ପଳାଇ ଆସିଥିଲେ। ସେହି ସମୟରେ ହଷ୍ଟେଲ ଭିତରେ ୨୦୩ ଛାତ୍ରୀ ରହିଥିଲେ, ଏଣୁ ବିପଦ ଟଳିଗଲା ବୋଲି ସେ କହିଛନ୍ତି। ଅମିତ ପ୍ରଧାନ ଶିକ୍ଷକ ବରଜୁ ପ୍ରସାଦ ନାୟକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ହଷ୍ଟେଲରେ ରହିଥିବା ଛାତ୍ରୀଙ୍କ ମଧ୍ୟରେ ଏବେ କୋକୁଆ ଭୟ। ସନ୍ଧ୍ୟାହେଲେ କବାଟ ବନ୍ଦ କରି ଛାତ୍ରୀ ଓ କର୍ମଚାରୀ ରହୁଛନ୍ତି। ଏନେଇ ପ୍ରଧାନ ଶିକ୍ଷକ ନାୟକ ଦାରିଙ୍ଗବାଡ଼ି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ଅବଗତ କରାଇଥିଲେ। ସୋମବାର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଙ୍ଗୁଳି ଚରଣ ପ୍ରଧାନ, ବ୍ରାହ୍ମଣୀଗଁା ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ, ବନପାଳ ନବୀନ କିଶୋର ମଲ୍ଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ହଷ୍ଟେଲ ପରିସରରେ ଘାସ ଯୋଗୁ ବାଘର ପାଦ ଚିହ୍ନ ମିଳିନାହିଁ। ଏହା ଏକ ହେଟା ବାଘ ହୋଇଥିବା ବନ ବିଭାଗ ଆଶଙ୍କା କରିଛି। ଘଟଣା ସମ୍ପର୍କରେ ବନ ବିଭାଗ ବାଲିଗୁଡ଼ା ଡିଏଫ୍‌ଓ ବିଶ୍ୱନାଥନ ନିଲନଭରଙ୍କୁ ଅବଗତ କରାଇଥିବା ବେଳେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଧାନ ଘଟଣା ସମ୍ପର୍କରେ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡିଙ୍କ ସମେତ ଜିଲା ମଙ୍ଗଳ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି। ବିଦ୍ୟାଳୟ ଏବଂ ହଷ୍ଟେଲ ଅଞ୍ଚଳରେ ପାଚେରି ରହିଥିଲେ ମଧ୍ୟ ଏହା ଜଙ୍ଗଲ ମଧ୍ୟରେ ଉହାମାହା ପାହାଡ଼ ନିକଟକୁ ଲାଗି ରହିଛି। ପାହାଡ଼ ପଟୁ ପାଚେରି ଡେଇଁ ବାଘ ଆସୁଥିବା ଅନୁମାନ କରାଯାଉଛି। ଏଣୁ ତୁରନ୍ତ ପାଚେରି ଉପରେ ତାରବାଡ଼ କରିବାକୁ ପ୍ରଧାନ ଶିକ୍ଷକ ବରଜୁ ପ୍ରସାଦ ନାୟକ କହିଛନ୍ତି। ସେ କହିଛନ୍ତି ଯେ, ବାଘକୁ ପ୍ରଥମେ ଫେବୃୟାରୀ ମାସରେ ବିଦ୍ୟାଳୟ ପରିସରରେ ବୁଲୁଥିବା ଦେଖାଯାଇଥିଲା। କର୍ମଚାରୀ ସାନ୍ତା ମାଝୀ ଏବଂ ସେବତୀ ମଲ୍ଲିକ ମଧ୍ୟ ଅନେକ ଥର ଏଠାରେ ବାଘ ଦେଖିଛନ୍ତି। ଛାତ୍ରୀମାନେ ଅସୁରକ୍ଷିତ ସହ ଷ୍ଟାଫ କ୍ୱାର୍ଟର୍ସରେ ରହୁଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ବିପଦ ରହିଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ବାଘ ଧରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri