ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମିକାଙ୍କୁ ଉଠାଇ ଆଣିଲା ପୋଲିସ

ଜଗତ୍‌ସିଂହପୁର ଅଫିସ,୮ା୧୦: ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରେ ଗତ ୫ତାରିଖ ରାତିରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ଗତ ୭ତାରିଖରେ ତାଙ୍କ ସ୍ତ୍ରୀ ରଶ୍ମିତା ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସେ ନୟାଗଡ଼ ଜିଲା ଚାନ୍ଦପୁର ଥାନା କାଞ୍ଚନପୁରର କୃଷ୍ଣଚନ୍ଦ୍ର ଚମ୍ପତିରାୟ ଓରଫ ସାଗର (୨୮) ବୋଲି ଜଣାପଡ଼ିଥିଲା। ସାଗର ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ରହସ୍ୟାବୃତ୍ତ ହୋଇ ରହିଛି। ତେବେ ସାଗରଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ମଧୁ ଦାୟୀ ବୋଲି ରଶ୍ମିତା ଅଭିଯୋଗ କରିଛନ୍ତି। ରଶ୍ମିତାଙ୍କ ଅଭିଯୋଗ କ୍ରମେ ବାଲିକୁଦା ପୋଲିସ ଏକ ମାମଲା (ନଂ.୨୦୦/୧୯) ରୁଜୁ କରି ତଦନ୍ତ ଜାରି ରଖିଛି। ଏଥି ସହିତ ପୋଲିସ ମଧୁଙ୍କୁ କଟକରୁ ଉଠାଇ ଆଣି ଜଗତ୍‌ସିଂହପୁର ଥାନାରେ ପଚରାଉଚୁରା କରିଛି। ମଧୁଙ୍କ ବାପା ଓ ସାନ ଭଉଣୀଙ୍କୁ ମଧ୍ୟ ପୋଲିସ ପଚରାଉଚୁରା ଜାରି ରଖିଥିବାବେଳେ ଖବର ଲେଖାହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନ ଥିବା ଜଣାପଡ଼ିଛି। ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି ଯେ, ଯେହେତୁ ମଧୁଙ୍କ ନାଁରେ ଅଭିଯୋଗ ହୋଇଛି; ତେଣୁ ପୋଲିସ ମଧୁ ଓ ତାଙ୍କ ପରିବାର ଲୋକଙ୍କୁ ପୃଥକ ଭାବେ ଡାକି ପଚରାଉଚୁରା କରି ଛାଡି ଦେଇଛି। ତଦନ୍ତରେ ହତ୍ୟା ସମ୍ପର୍କିତ ଅଧିକ କିଛି ତଥ୍ୟ ମିଳିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ମଧୁଙ୍କ ସହ ସାଗରଙ୍କର ଫେସ୍‌ବୁକ୍‌ ଚାଟିଂରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏପରିକି ଉଭୟଙ୍କ ଫଟୋ ମଧ୍ୟ ପୋଲିସ ହାତକୁ ଆସିଛି। କିଛିଦିନ ପୂର୍ବରୁ ରଶ୍ମିତା ଏହା ଜାଣିବା ପରେ ମଧୁଙ୍କ ସହିତ ଏନେଇ ପାଟିତୁଣ୍ଡ ହୋଇଥିଲା। ତାଙ୍କ ସ୍ବାମୀଙ୍କୁ ଫୋନ ନ କରିବା ପାଇଁ ମଧୁଙ୍କୁ  ରଶ୍ମିତା ତାଗିଦ କରିଥିଲେ। ଗତ ୫ତାରିଖରେ ସାଗର ତାଙ୍କ କର୍ମକ୍ଷେତ୍ର ଅହମ୍ମଦାବାଦ ଯାଉଥିବା କହି ଘରୁ ବାହାରିଥିଲେ। କିନ୍ତୁ ଜଗତ୍‌ସିଂହପୁରରେ ପହଞ୍ଚତ୍ଥିଲେ। ଘରୁ ବାହାରିଲାବେଳେ ଅନ୍ୟମନସ୍କ ହୋଇ ନିଜ ମୋବାଇଲ ନେଇ ନ ଥିଲେ। କିନ୍ତୁ ବାହାରିବା ପୂର୍ବରୁ ମଧୁଙ୍କ ସହ ଫୋନରେ କଥା ହୋଇଥିଲେ। ମଧୁଙ୍କୁ ତାଙ୍କ ଗାଁରେ ସାକ୍ଷାତ କରିବାକୁ ଚାହୁଁଥିବା କହିଥିଲେ ସୁଦ୍ଧା ସେ  ରାଜି ହୋଇ ନ ଥିଲେ। ଯେହେତୁ ମଧୁ ବିବାହିତା ଓ କଟକରେ ସ୍ବାମୀଙ୍କ ପାଖରେ ରହୁଥିଲେ ତେଣୁ ଦଶହରାରେ କଟକ ଛାଡିହେବ ନାହିଁ ବୋଲି କହିଥିଲେ। ତେବେ ପ୍ରତି ଦଶହରାରେ ମଧୁ ଗାଁକୁ ଯାଉଥିବା ଜାଣି ସାଗର ସେଠାରେ ପହଞ୍ଚତ୍ଥିଲେ ବୋଲି ଅନ୍ୟ କେତେଜଣ ପ୍ରକାଶ କରିଛନ୍ତି। ସାଗର ଅହମ୍ମଦାବାଦରେ ଥିବା ଏକ ଲୁଗା କମ୍ପାନୀର ହିସାବ ରକ୍ଷକ ଭାବେ କାମ କରୁଥିଲେ। ଦରମା ପାଖାପାଖି ୨୫/୩୦ ହଜାର ଟଙ୍କା ପାଉଥିଲେ। ମଧୁଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗତ ନଭେମ୍ବରରୁ ଆରମ୍ଭ ହୋଇଥିଲା। ମଧୁ ଓ ରଶ୍ମିତାଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ମଧୁ ଏକପ୍ରକାର ବୁଝିଯାଇଥିଲେ। ତେଣୁ ସେ ସାଗରଙ୍କଠାରୁ ଦୂରତ୍ୱ ରକ୍ଷା କରୁଥିଲେ। ହେଲେ ସାଗର ଏକପ୍ରକାର ପ୍ରେମ ପାଗଳ ଥିଲେ। ସେ କୁଆଡେ ମଝିରେ ମଝିରେ ଭିଡିଓ କଲ ସମୟରେ ହାତ କାଟି ନିଜର ପ୍ରେମ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଥିଲେ ବୋଲି ଚର୍ଚ୍ଚା ହେଉଛି। ମଧୁ ପାଖାପାଖି ୫ବର୍ଷ ହେବ ବିବାହ କରିଥିଲେ ସୁଦ୍ଧା ସେମାନଙ୍କର କୌଣସି ସନ୍ତାନ ନାହିଁ। କିନ୍ତୁ ସାଗରଙ୍କର ଏକ କନ୍ୟା ସନ୍ତାନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମତିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ତଳମୁଣ୍ଡକୁ ପାଣି ଆସୁନି, ଚାଷୀ ହନ୍ତସନ୍ତ

ତେଲକୋଇ, ୨୫ା୧(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ହନୁମତିଆ କ୍ଷୁଦ୍ର ଜଳ ସେଚନ (ଡିମିରିଆ)ପ୍ରକଳ୍ପରୁ ତଳ ମୁଣ୍ଡକୁ ଜଳ ଯୋଗାଣ ହୋଇପାରୁନାହିଁ । ଏଥିଯୋଗୁ ସୂର୍ଯ୍ୟମୁଖି, ଆକୁଳ ମକା,...

ଟ୍ରେନ୍‌ ଧକ୍କାରେ ମା’, ଝିଅ ମୃତ

ଯାଜପୁର ରୋଡ୍‌,୨୩।୧୧(ଡି.ଏନ୍‌.ଏ.): ଯାଜପୁର କେନ୍ଦୁଝର ରୋଡ୍‌ ରେଳ ଷ୍ଟେଶନ ନିକଟ ଅହମ୍ମଦନଗର ନିକଟରେ ଶନିବାର ହାଓ୍ବଡା-ପୁରୀ ପାସେଞ୍ଜର ଟ୍ରେନ୍‌ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ଖୋର୍ଦ୍ଧାର ୫ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ଖୋର୍ଦ୍ଧା ଅଫିସ,୨୬।୪: ରେଡ୍‌ ଜୋନରେ ଥିବା ଖୋର୍ଦ୍ଧା ଜିଲାର ବିଭିନ୍ନ ବ୍ଲକରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଉପଜିଲାପାଳ ଅଶୋକ ବେହୁରିଆ ଖୋର୍ଦ୍ଧା...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଚାଷୀଙ୍କୁ ଦୋହରା ଧକ୍କା

ଯାଜପୁର ଅଫିସ, ୧୦।୧: ୨୦୧୯ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲାରେ ହୋଇଥିବା ଉଠିଛି। ଏହି ଜିଲାଗୁଡ଼ିକର ୨୦ରୁ...

ମା’ଗଙ୍ଗାଦେବୀଙ୍କ ଯାତ୍ରା ଆରମ୍ଭ

ଗଞ୍ଜାମ,୫।୧୦(ବ୍ୟୁରୋ): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ଋଷିକୁଲ୍ୟା ନଦୀ ନିକଟସ୍ଥ ଥିବା ପ୍ରସିଦ୍ଧ ମା’ ଗଙ୍ଗାଦେବୀଙ୍କ ପୀଠରେ ପବିତ୍ର ଦଶହରା ଉପଲକ୍ଷେ ମା’ଙ୍କ ଯାତ୍ରା ବୁଧବାର...

କୂଅରେ ପଡି ୨ ବର୍ଷ ଶିଶୁର ଜୀବନ ଗଲା

ପାଟଣା, ୯ା୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସକାଳେ ଟୁନା ମୁଣ୍ଡାଙ୍କ ୨ ବର୍ଷର ପୁଅ ଜଗା...

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ମହିଳା ମାଓବାଦୀ

ଫୁଲବାଣୀ ଅଫିସ,୪ା୧୨: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା ମାଓବାଦୀ। କନ୍ଧମାଳ ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହ...

Advertisement
Archives

Model This Week