ବିଦେଶୀ ମଦବୋଝେଇ ବୋଲେରୋ ଜବତ: ୬ ଗିରଫ

ଶେରଗଡ଼,୯ା୫(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ଚାରିଛକରେ ଶନିବାର ବିଦେଶୀ ମଦ ବୋଝେଇ ଏକ ବୋଲେରୋ ନଂ. ଓଡି ୦୭ ଆର୍‌ ୬୯୭୨କୁ ଶେରଗଡ଼ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଜବତ କରାଯାଇଛି। ଏନେଇ ଶେରଗଡ଼ ଥାନାରେ ୪୮/୨୦ରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ବୋଲେରୋରେ ଗାଡ଼ିଚାଳକକୁ ମିଶାଇ ୬ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ବୋଲେରୋ ମଦ ବୋଝେଇ କରି ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏବଂ ଶେରଗଡ଼ ଥାନାଧିକାରୀ ରମେଶ ଚନ୍ଦ୍ର ଦାସ ଚାରିଛକରେ ଉକ୍ତ ବୋଲେରୋକୁ କାବୁ କରିଥିଲେ। ଜବତ ଗାଡ଼ି ଶେରଗଡ ଥାନାରେ ରଖାଯାଇଛି। ଉକ୍ତ ଗାଡ଼ିରେ ଯାଉଥିବା ଅମୂଲ୍ୟ କୁମାର ପଣ୍ଡା,ପ୍ରଶାନ୍ତ କୁମାର ସାହୁ,ରତ୍ନାକର ସାହୁ, ମିଟୁ ପ୍ରଧାନ, ଧନୁ ଗୌଡ଼, ସୁଶାନ୍ତ କୁମାର ଗୌଡ଼ଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା: ୫ ଗୁରୁତର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୦ା୧୨(ଡି.ଏନ୍‌.ଏ.): ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ବୋଲେରୋ ସହ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଆହତ ହୋଇଛନ୍ତି।...

ସାନି ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୪।୮:ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର...

କୋରାପୁଟରୁ ଆଉ ଏକ ମୁଣ୍ଡ ନେଲା କରୋନା : ୪୫ ନୂଆ ଆକ୍ରାନ୍ତ ଚିହ୍ନଟ

କୋରାପୁଟ,୪।୧୦(ସ୍ବ.ପ୍ର.): କୋରାପୁଟ ଜିଲାରୁ ରବିବାର ଆଉ ଏକ ମୁଣ୍ଡ ନେଇଛି କରୋନା। ଏହା ସହ ୪୫ ଜଣ ମଧ୍ୟ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।...

ଲୁଚାଛପାରେ ଚାଲୁଥିଲା ଦୋକାନ: ସାଦାପୋଷାକରେ ଗ୍ରାହକ ଭାବେ ପହଞ୍ଚି ବାନ୍ଧିଲା ପୋଲିସ

ଆସିକା,୨୬।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ନିୟମକୁ ଉଲ୍ଲଂଘନକରି ଗଞ୍ଜାମ...

୩୫ ୟୁନିଟ୍‌ ରକ୍ତ ସଂଗୃହୀତ

ସୋର,୨୪ା୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ କେଶରୀପୁରସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ଏକ ରକ୍ତ ଦାନ ଶିବିର ଚନ୍ଦନେଶ୍ୱର ଆଧ୍ୟାତ୍ମିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ...

କମ୍‌ ଦରରେ ସାମଗ୍ରୀ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ: ରାତାରାତି ଦୋକାନୀ ଫେରାର

ବାସୁଦେବପୁର,୨୧।୧୨: ଭଦ୍ରକ ଜିଲା ବାସୁଦେବପୁର ବଜାର ନିକଟସ୍ଥ ବ୍ଲକ ରୋଡ୍‌ରେ ଗତ ଏକ ମାସ ତଳେ ଦୁର୍ଗା ଏଜେନ୍ସି ନାମରେ ଏକ ସଂସ୍ଥା ଦୋକାନ ଖୋଲିଥିଲା।...

ପିତୃପକ୍ଷ ଆରମ୍ଭ: ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି

ପୁରୀ ଅଫିସ,୧୪ା୯: ଶନିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ୧୫ ଦିନରେ ପିତୃପୁରୁଷଙ୍କ...

ଆତଙ୍କ : ଗାଁକୁ ସାନିଟାଇଜ କଲେ ଯୁବକ

ସାକ୍ଷୀଗୋପାଳ, ୫/୪ (ଡି.ଏନ.ଏ.) – କରୋନା ପଜେଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପୁରୀ ସାକ୍ଷୀଗୋପାଳ ବଜାର ନିକଟ ଏକ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସରକାରୀ କ୍ୱାରାଣ୍ଟାଇନ...

Advertisement


Archives

Model This Week