ବିଦେଶରୁ ମୃତଦେହ ଆଣିବା ପାଇଁ ଅଣ୍ଟା ଭିଡ଼ିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୬।୨- କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଦେଶରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଆଣିବା ପାଇଁ ଅଣ୍ଟା ଭିଡ଼ିଥିବାର ଜଣାପଡ଼ିଛି।
ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଜାପାନର ଏକ ହୋଟେଲରେ କାମ କରୁଥିବା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ବାଲେଶ୍ୱର ଜିଲାର ସେକ୍‌ ମନ୍‌ତାଜ ଓ ଯାଜପୁର ଜିଲା ସେକ୍‌ ବାରୁଦ୍ଦିନ ନାମକ ଦୁଇଜଣ ଗରୀବ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପାଇ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ମର୍ମାହତ ହୋଇଥିଲେ। ଏଥିସହ ତୁରନ୍ତ ସେମାନଙ୍କ ମରଶରୀରକୁ ଭାରତକୁ ଫେରାଇ ଆଣି ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ପାଇଁ ବୈଦେଶିକ ବିଭାଗ ମନ୍ତ୍ରୀ ଏସ ଜୟଶଙ୍କର ଓ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି। ପରେ ବିଦେଶ ବିଭାଗ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରି ଦୁଇ ମୃତ ଯୁବକଙ୍କ ମୃତଦେହ ସରକାରୀ ଖର୍ଚ୍ଚରେ ଭାରତ ଆଣିବା ପାଇଁ ଅନୁରୋଧ କରିଛନ୍ତି। ତତ୍‌ ସଙ୍ଗେ ଜାପାନରେ ଥିବା ଭାରତୀୟ ଦୂତାବାସ ସହ କଥା ମଧ୍ୟ ହୋଇଛନ୍ତି। ମୃତ ଦେହ ଫେରାଇ ଆଣିବା ପାଇଁ ବୈଦେଶିକ ବିଭାଗ ପକ୍ଷରୁ କାଗଜପତ୍ର ପ୍ରସ୍ତୁତ କରାଯାଉଥିବାର ଜଣାପଡ଼ିଛି। ଏଥିନେଇ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କୃତଜ୍ଞତା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?