ବିଦେଶରୁ ଫେରିବେ ଭାରତୀୟ

ନୂଆଦିଲ୍ଲୀ,୫ା୫(ପି.ଟି.): କରୋନା ସଂକ୍ରମଣ ରୋକିବାକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିବାରୁ ବିଭିନ୍ନ ଦେଶରେ ହଜାର ହଜାର ଭାରତୀୟ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ମେ’ ୭ରୁ ବଡ଼ ଅଭିଯାନ ଆରମ୍ଭ ହେବ ବୋଲି ସୋମବାର ସରକାର ଘୋଷଣା କରିଛନ୍ତି। ପ୍ରଥମେ ଉପସାଗରୀୟ ଦେଶରୁ ଭାରତୀୟ ଫେରିବେ। ସେଠାରେ ୭୦ ପ୍ରତିଶତ ପ୍ରବାସୀ ହେଉଛନ୍ତି ଭାରତୀୟ। ପ୍ରଥମ ପର୍ଯ୍ୟାୟରେ ୧୯ ଲକ୍ଷ ଫେରିବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ କେବଳ ବିମାନ ବ୍ୟବହାର କରାଯିବନି, ନୌସେନା ଯୁଦ୍ଧଜାହାଜକୁ ମଧ୍ୟ ନିୟୋଜିତ କରାଯିବ। ଯାତ୍ରୀମାନେ ପହଞ୍ଚତ୍ବା ପରେ ସେମାନଙ୍କୁ ହସ୍ପିଟାଲ କିମ୍ବା କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ୧୪ ଦିନ ରଖାଯିବ। ୧୪ ଦିନ ପରେ ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା ହେବ। ଭାରତର ଅନୁରୋଧକୁ ୟୁଏଇ ଏବଂ କୁଏଟ୍‌ ସରକାର ଗ୍ରହଣ କରିଛନ୍ତି। ଏହାବ୍ୟତୀତ ବ୍ରିଟେନ୍‌, କାନାଡା, ଆମେରିକା, ରୁଷିଆ, ଫିଲିପାଇନ୍ସ ଓ ସିଙ୍ଗାପୁରରେ ଥିବା ହଜାର ହଜାର ଛାତ୍ରୀଛାତ୍ରଙ୍କୁ ଫେରାଇ ଅଣାଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ବଢୁଛି ନୂଆ କୋଭିଡ୍‌ ଷ୍ଟ୍ରେନ

ନୂଆଦିଲ୍ଲୀ,୪।୧: ଦେଶର ବିଭିନ୍ନ ସ୍ଥାନରୁ ସୋମବାର କୋଭିଡ୍‌-୧୯ ନୂତନ ଷ୍ଟ୍ରେନର ୯ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ନୂତନ ଷ୍ଟ୍ରେନ ସଂକ୍ରମିତଙ୍କ ସଂଖ୍ୟା...

ମହରୌଲିରେ ଆଇଜିଏଲ ଗ୍ୟାସ ପାଇପ ଲାଇନରେ ଲିକେଜ ପରେ ବିସ୍ଫୋରଣ, ଜଣେ ନିହତ

ନୂଆଦିଲ୍ଲୀ,୨୭ ।୫: ମହରୌଲିର ଛତରପୁର ସ୍ଥିତ ରାଜପୁର ଖୁର୍ଦ ଫେଜ-ୱାନରେ ଗୁରୁବାର ରାତିରେ ଆଇଜିଏଲ ଗ୍ୟାସ ପାଇପ ଲାଇନରେ ଲିକେଜ ପରେ ବିସ୍ଫୋରଣ ହୋଇଛି ।...

ବଢି ବଢି ଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୮।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୮୧୫...

ପ୍ରତିରକ୍ଷା ମନ୍ତ୍ରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୦।୧: ଦେଶର ପ୍ରତିରକ୍ଷା ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ରାଜନାଥ ସିଂ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ମନ୍ତ୍ରୀ ସୋମବାର ଅପରାହ୍ନରେ...

କଂଗ୍ରେସକୁ ଝଟ୍‌କା: ମହାବଲ ମିଶ୍ରାଙ୍କ ପୁଅ ବିନୟ ଏଏପିରେ ସାମିଲ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଶକ୍ତ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ମହାବଳ ମିଶ୍ରାଙ୍କ ପୁଅ...

ଲୋକତନ୍ତ୍ର ଆଇନ ଦ୍ୱାରା ପରିଚାଳିତ ହୋଇଥାଏ, ବ୍ୟକ୍ତି ବିଶେଷଙ୍କ ଶାସନରେ ନୁହେଁ…

ନୂଆଦିଲ୍ଲୀ, ୩୦।୧ : : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଦୀର୍ଘ ଦିନ...

ବଦଳିବ ଦେଶର ୧୩ ବିମାନବନ୍ଦରର ନାମ

ଔରଙ୍ଗାବାଦ,୧୭।୨: ଦେଶରେ ବିମାନବନ୍ଦର, ସହର ଓ ଐତିହାସିକ ସ୍ଥାନଗୁଡିକର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ବର୍ତ୍ତମାନ ଦେଶର ୧୩ଟି ବିମାନବନ୍ଦରର ନାମ ପରିବର୍ତ୍ତନ...

ସିଏଏକୁ ନେଇ ଡିଏମ୍‌କେର ‘ମେଗା ରାଲି’

ଚେନ୍ନାଇ,୨୩।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରାୟ ୬ଦିନ ହେବ ସାରା ଦେଶରେ ହିଂସାର ବାତାବରଣ ଦେଖାଯାଇଛି। ଏହାକୁ ଅନେକ ବିରୋଧ କରୁଥିବା ବେଳେ ଆଉ...

Advertisement
Archives

Model This Week