ବିତ୍ତିୟ ନିଅଣ୍ଟ ଚିନ୍ତା; ଖର୍ଚ୍ଚ କାଟ ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୮-୧: ସରକାରଙ୍କ ଖର୍ଚ୍ଚ ବଢିଥିଲେ ମଧ୍ୟ ସେହି ମୁତାବକ ରାଜସ୍ବ ଆସିବା ଏବେ କଷ୍ଟକର ହେଉଛି। ରାଜସ୍ବ ସଂଗ୍ରହ କମିଥିବା ବେଳେ ବିତ୍ତୀୟ ନିଅଣ୍ଟ ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୧୧୫% ଟପିଛି। ସରକାର ନିଅଣ୍ଟକୁ ନିୟନ୍ତ୍ରିତ କରିବା ଲାଗି ଖର୍ଚ୍ଚ କାଟ ଯୋଜନା ହାତକୁ ନେବାକୁ ଚିନ୍ତା କରିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ସରକାର ତାଙ୍କର ମୋଟ ଖର୍ଚ୍ଚରୁ ୨୭.୮୧ ବିଲିୟନ ଡଲାର ବା ପ୍ରାୟ ୨ ଲକ୍ଷ କୋଟି କାଟ କରିପାରନ୍ତି। ପ୍ରକ୍ରିୟା ସହ ଜଡିତ ଜଣେ ସରକାରୀ ଅଧିକାରୀ ଏସମ୍ପର୍କରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଏସିଆର ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ଭାରତ ବର୍ତ୍ତମାନ ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ୬ବର୍ଷର ନିମ୍ନରେ ରହିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ବିକାଶ ହାର ୪.୫%କୁ ଖସି ଆସିଛି। ଏବେ ଚାହିଦା ଏବଂ ଘରୋଇ ନିବେଶ କମିବା ଯୋଗୁ ଅର୍ଥ ବ୍ୟବସ୍ଥାର ବିକାଶ ହାର ମନ୍ଥର ହୋଇଛି। ଏଭଳି ସ୍ଥିତିରେ ସରକାର ଯଦି ଖର୍ଚ୍ଚ କମାନ୍ତି ଏହା ଦେଶର ଅର୍ଥ ବ୍ୟବସ୍ଥାର ବିକାଶ ହାର ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଦେଶର ରାଜକୋଷକୁ ୨.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ କମ୍‌ ଆସୁଥିବାରୁ ବିତ୍ତୀୟ ନିଅଣ୍ଟକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବା ଲାଗି ସରକାରଙ୍କ ପାଖରେ ବିକଳ୍ପ କମ୍‌ ରହୁଛି। ଏଣୁ ସରକାର ଏଭଳି ପଦକ୍ଷେପ ନେଇ ପାରନ୍ତି ବୋଲି ଅଧିକାରୀ ମତ ପ୍ରକାଶ କରିଛନ୍ତି। ନଭେମ୍ବର ଶେଷ ସୁଦ୍ଧା ମୋଟ ବ୍ୟୟ ଅଟକଳ ୨୭.୮୬ ଲକ୍ଷ କୋଟି ମଧ୍ୟରୁ ମଧ୍ୟରୁ ସରକାର ନଭେମ୍ବର ସୁଦ୍ଧା ୬୫% ଅର୍ଥ ଖର୍ଚ୍ଚ କରିଛନ୍ତି। ମାତ୍ର ଅକ୍ଟୋବର ଏବଂ ନଭେମ୍ବରରେ ଯେଉଁ ଭାବେ ଖର୍ଚ୍ଚ କରାଯିବା କଥା ତାର ହାରକୁ କମାଯାଇଛି ବୋଲି ସରକାରୀ ଡାଟା ପ୍ରକାଶ ପାଇଛି। ୨ ଲକ୍ଷ କୋଟି ଖର୍ଚ୍ଚ କମିଲେ ଏହା ମୋଟ ଅଟକଳର ପ୍ରାୟ ୭% ହେବ। ଅକ୍ଟୋବର ନଭେମ୍ବରରେ ସରକାରଙ୍କ ଖର୍ଚ୍ଚ ୧.୬ ଲକ୍ଷ କୋଟି ଟଙ୍କା ରହିଛି। ଏହା ସେପ୍ଟେମ୍ବରରେ ଖର୍ଚ୍ଚ ତୁଳନାରେ ପ୍ରାୟ ଅଧା। ସେପ୍ଟେମ୍ବରରେ ସରକାର ୩.୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଚାହିଦା ହ୍ରାସ ଏବଂ କର୍ପୋରେଟଗୁଡିକର ଆୟ କମିବା ଯୋଗୁ ଚଳିତ ବର୍ଷ ସରକାରଙ୍କ ରାଜସ୍ବ ମଧ୍ୟ କମୁଛି। ଏହା ଯୋଗୁ ଅର୍ଥବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି।
ଯେତେବେଳେ ଘରୋଇ କମ୍ପାନୀଙ୍କ ନିବେଶ ଅତିମାତ୍ରାରେ ହ୍ରାସ ଘଟେ ସେତେବେଳେ ଅର୍ଥ ବ୍ୟବସ୍ଥାର ବିକାଶ ହାର ଧିମା ହୋଇଥାଏ ବୋଲି ଏଲ୍‌ଆଣ୍ଡଟି ଫାଇନାନ୍ସର ମୁଖ୍ୟ ଅର୍ଥନୀତିଜ୍ଞ ରୂପା.ଆର. ନିତୁସାର୍‌ କହିଛନ୍ତି। ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା କେନ୍ଦ୍ରୀୟ ବ୍ୟାଙ୍କ ୧୩୫ ବେସିସ୍‌ ପଏଣ୍ଟ ରେପୋ କମାଇବା ପରେ ମଧ୍ୟ ଏହାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ଦେଖାଯାଇନାହିଁ। ଅର୍ଥ ବ୍ୟବସ୍ଥା ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ବେଳେ ଦରଦାମ ବଢୁଥିବାରୁ ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ଶେଷଥର ହୋଇଥିବା ମୁଦ୍ରାନୀତି ସମୀକ୍ଷା ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସୁଧହାର ହ୍ରାସ ଧାରାରେ ବିରତି ଦେଇଛି। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ବିକାଶ ହାର ୫%କୁ ଖସିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଏହାର ପୂର୍ବାନୁମାନରେ କହିଛି। ଏହା ହେଲେ ବିକାଶ ହାର ୧୦ ବର୍ଷର ନିମ୍ନ ସ୍ତରକୁ ଖସିଯିବ। ଗତ ବର୍ଷ ସେପ୍ଟେମ୍ବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କର୍ପୋରେଟ ଟିକସକୁ କମାଇବା ସତ୍ୱେ ଘରୋଇ ବଜାରରେ ଉତ୍ସାହଜନକ ନିବେଶ ଦେଖାଯାଇନାହିଁ। ଚଳିତ ଆର୍ଥତ୍କ ବର୍ଷରେ ସରକାର ବିତ୍ତୀୟ ନିଅଣ୍ଟକୁ ମୋଟ ଜିଡିପିର ୩.୮% ରଖିପାରନ୍ତି। ଏହା ପୂର୍ବରୁ ୩.୩% ସ୍ତରରେ ରହିଥିଲା। ଅତିରିକ୍ତ ଋଣ କରିବା ନେଇ ସରକାର ଶୀଘ୍ର ଘୋଷଣା କରିପାରନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରତ ସାହୁଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୫।୧୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ମୁଖ୍ୟ ପ୍ରାୟୋଜକ ‘ରୁଚି ମସଲା’କୁ ବାଲିଯାତ୍ରା ଆୟୋଜନ ସମିତି ତଥା କଟକ ଜିଲା...

କ୍ରସ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର,୫।୧୨: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କ୍ରସ୍‌ ଲିମିଟେଡ୍‌ ପକ୍ଷରୁ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ବିଶେଷକରି...

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ଭୁବନେଶ୍ୱର,୫।୧୨: ଗତ କିଛି ସପ୍ତାହ ହେବ ଦଲାଲ ଷ୍ଟ୍ରିଟରେ ଉତ୍ସାହ ରହିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇପାରିଛନ୍ତି। ଏପରିକି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)...

ବିଓବିର ନୂତନ ଉତ୍ପାଦ

ଭୁବନେଶ୍ୱର,୫।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ବିଓବି ପରିବାର ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବିର ସେଭିଙ୍ଗ୍‌ସ ଓ...

କର୍ମକ୍ଷେତ୍ର ଗଠନକୁ ବେଦାନ୍ତର ଗୁରୁତ୍ୱ

ଭୁବନେଶ୍ୱର,୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନିକଟରେ ପାଳିତ...

ଏଆଇଇଟିର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୫।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆରିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏଆଇଇଟି) ଭୁବନେଶ୍ୱର ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି।...

ପହିଲାରୁ ବଢ଼ିବ ୪ ଚକିଆ ଯାନ ଦର

ଭୁବନେଶ୍ୱର,୫।୧୨: ଦେଶର ପ୍ରମୁଖ ୪ଚକିଆ ଯାନ ନିର୍ମାତା ଓ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ୨୦୨୪ ଜାନୁୟାରୀରୁ ନୂଆ ଦର ଲାଗୁ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା...

କର୍ମଚାରୀଙ୍କ ଦରମା ଦେବା ପାଇଁ ଘର ବନ୍ଧା ପକାଇଲେ ବାଇଜୁ ରାଭେନ୍ଦ୍ରନ୍

ମୁମ୍ବାଇ,୪ା୧୨: ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଭାରତୀୟ ଏଡୁଟେକ୍ ବାଇଜୁ ପ୍ରତିଷ୍ଠାତା ବାଇଜୁ ରାଭେନ୍ଦ୍ରନ୍ ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କ ଦରମା ଦେବା ପାଇଁ ବାଇଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri