ବିତରଣରେ ହେରଫେର ଅଭିଯୋଗ

ଅନୁଗୋଳ ଅଫିସ, ୧୯।୪ – ଅନୁଗୋଳ ଜିଲା ଛେଳିଆପଡ଼ାସ୍ଥିତ ଖାଉଟି ଦ୍ରବ୍ୟ ବିତରକ ଜନ୍ମେଜୟ ସାହୁ (ଡିଲର ନମ୍ବର- ୦୧୦୧ପି୦୬୦) ୩ ମାସର ରାଶନ ସାମଗ୍ରୀ ଲୋକଙ୍କୁ ଦେଉ ନ ଥିବା ଅଭିଯୋଗ ହୋଇଛି। କିରୋସିନର ସରକାରୀ ମୂଲ୍ୟ ୪୧ ଟଙ୍କା ଥିବାବେଳେ ଡିଲର ୫୧ ଟଙ୍କା ନେଉଥିବା ହିତାଧିକାରୀ ହେମନ୍ତ ପ୍ରଧାନ, ଅଜିତ ପ୍ରଧାନ, ପ୍ରଭାକର ସାହୁ, ସିଦ୍ଧାନ୍ତ ପ୍ରଧାନ, ଜୟନ୍ତ କୁମାର ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ରିତେଶ ପ୍ରଧାନ, ଦୁର୍ମୟ ପ୍ରଧାନ, ସୁଧାକର ବେହେରା, ଉପେନ୍ଦ୍ର ପ୍ରଧାନ, ଗୋପି ବେହେରା ପ୍ରମୁଖ ଶନିବାର ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଓ ବିଡିଓ ଅଂଶୁମାନ ଶତପଥୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉପଜିଲାପାଳ ଶତପଥୀ କହିଛନ୍ତି, ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସତ ହୋଇଥିଲେ ଲାଇସେନ୍ସ ରଦ୍ଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣା ପୂର୍ବରୁ ନିଲାମ ହେଲା ୫ ପୋଖରୀ

ରଣପୁର,୩୧।୮(ସ୍ବ.ପ୍ର.)-ବାରମ୍ବାର ପୋଖରୀ ନିଲାମ ବାତିଲ ହେବା ପରେ ରଣପୁର ବ୍ଲକ ବୃନ୍ଦାବନପୁରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପଞ୍ଚାୟତବାସୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ...

ମାଲକାନଗିରି ଜିଲାକୁ ପୁଣି ଛୁଇଁଲା କରୋନା

କୋରୁକୋଣ୍ଡା, ୯।୬(ଡି.ଏନ.ଏ): ମାଲକାନଗିରି ଜିଲାକୁ ପୁଣି ଛୁଇଁଲା କରୋନା। ଗତ ସୋମବାର ଜିଲା ପ୍ରଶାସନ ସମଗ୍ର ଜିଲାକୁ କରୋନା ମୁକ୍ତ ବୋଲି ଘୋଷଣା କରିଥିବାବେଳେ ମଙ୍ଗଳବାର...

ଗୁଣିଗାରେଡି ସନ୍ଦେହରୁ ମଝିଆ ଭାଇଙ୍କୁ ହତ୍ୟା, ଗ୍ରାମବାସୀଙ୍କ ଆକ୍ରମଣରେ ସାନ ଭାଇ ଗୁରୁତର

ସିନାପାଲି,୧୦।୬(ଡି.ଏନ୍‌.ଏ.)-ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ନାଗଝର ଗାଁରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡିକୁ କେନ୍ଦ୍ର କରି ୨ ଭାଇଙ୍କୁ ଗ୍ରାମବାସୀ...

ବାଜବାଟି ଖାଦାନ: ୫ ସଇରାତ ପାଇଁ ଗୋଟିଏ ରାସ୍ତା କଲା ତହସିଲ

ଧର୍ମଶାଳା,୨୯ା୧୧(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟି କଳାପଥର ଖାଦାନରେ ଥିବା ୫ଟି ସଇରାତକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଗୁରୁବାର ତହସିଲ ପକ୍ଷରୁ ଖୋଳାଯାଇ ଗୋଟିଏ...

ଦିଆସିଲ କାଠିରେ କଳାଠାକୁର

ପୁରୀ ଅଫିସ,୨୪ା୧୦: ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। କାରଣ ଆଗ୍ରହ ହିଁ ସଫଳତାର ନିକଟତର କରାଏ। ଜଣେ ଯୁବଶିଳ୍ପୀ ଏଭଳି ଦୃଢ଼ ଇଚ୍ଛାଶକ୍ତି ଯୋଗୁ...

ବାହାର ଦେଶକୁ କରୁଥିଲେ ବଜ୍ରକାପ୍ତା ଚୋରାଚାଲାଣ: ବନ୍ଧା ହେଲେ ପ୍ରଧାନଶିକ୍ଷକ

ଖୁଣ୍ଟୁଣୀ,୧ା୭(ଡି.ଏନ୍‌.ଏ)-ଆଠଗଡ଼ ବନଖଣ୍ଡରେ ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଗିରଫ କରାଯାଇ ବୁଧବାର କୋର୍ଟଚାଲାଣ କରାଯାଇଛି। ସେ ହେଲେ ବଡ଼ମ୍ବା ଥାନା...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥ ଅନୁକୂଳ

ବାରିପଦା ଅଫିସ, ୨୭ା୪- ଅକ୍ଷୟ ତୃତୀୟା ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ବିଜେ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ରଥ...

ଦଶହରା ଭଳି ଫିକା ପଡ଼ିବ ଲକ୍ଷ୍ମୀପୂଜା

ଖୋର୍ଦ୍ଧା ଅଫିସ,୨୯। ୧୦: ମେଲାଣି ନେଇଛନ୍ତି ମା’ ଜଗଜ୍‌ଜନନୀ। ଆଉ ଦୁଇଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଧନଲକ୍ଷ୍ମୀ। କରୋନା କଟକଣା ଯୋଗୁ ପୂଜା...

Play 250+ Trending Games
Archives

Model This Week

Why Dharitri