Posted inଖେଳ

ବିଜୟ ସ୍ବାଦ ଚାଖିଲା ନ୍ୟୁଜିଲାଣ୍ଡ

ହାମିଲଟନ, ୫।୨- କ୍ରମାଗତ ୫ ଟି୨୦ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ପ୍ରଥମ ଥର ବିଜୟ ସ୍ବାଦ ଚାଖିଛି। ବୁଧବାର ସେଡନ ପାର୍କଠାରେ ଅନୁଷ୍ଠିତ ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଟିମ୍‌ ଇଣ୍ଡିଆକୁ ପରାସ୍ତ କରିଛି। ବିଜୟ ସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି। ମ୍ୟାଚ୍‌ରେ ବିଜୟୀ ଦଳ ପାଇଁ ଅପରାଜିତ ଶତକୀୟ ପାଳି ଖେଳିଥିବା ରସ ଟେଲରଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ଶ୍ରେୟାସ ଆୟାରଙ୍କ ଶତକ ବଳରେ ୪ ଉଇକେଟ ହରାଇ ୩୪୭ ରନ୍‌ କରିଥିଲା। ଦଳ ପାଇଁ ଆୟାର ୧୦୩, ଲୋକେଶ ରାହୁଲ ୮୮* ଓ ଅଧିନାୟକ ବିରାଟ କୋହଲି ୫୧ ରନ୍‌ କରିଥିଲେ। ଘରୋଇ ଦଳ ପକ୍ଷରୁ ଟିମ ସୌଦି ୨ ଉଇକେଟ ହାତେଇଥିଲେ। ଜବାବରେ ଟେଲର ଅପରାଜିତ ଶତକ, ଅଧିନୟକ ଟମ ଲଥାମ ଓ ହେନ୍‌ରୀ ନିକୋଲାସଙ୍କ ଅର୍ଦ୍ଧଶତକ ଯୋଗୁ ନ୍ୟୁଜିଲାଣ୍ଡ ୪୮.୧ ଓଭରରେ ୬ ଉଇକେଟ ହରାଇ ବିଜୟଲକ୍ଷ୍ୟ ୩୪୮ ରନ୍‌ ହାସଲ କରିନେଇଥିଲା। ଦଳ ଲାଗି ଟେଲର ସର୍ବାଧିକ ୧୦୯*, ନିକୋଲାସ ୭୮ ଓ ଅଧିନାୟକ ଲଥାମ ୬୯ ରନ୍‌ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ କୁଲଦୀପ ଯାଦବ ୨ ଉଇକେଟ ହାସଲ କରିଥିବାବେଳେ ମହମ୍ମଦ ଶାମି ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳାଳିଙ୍କ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲା ଆଇପିଏଲ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨୯।୪ : କୋଭିଡ୍‌-୧୯ ସୁନାମିରେ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ପ୍ରଥମ ସଂସ୍କରଣର ଚାମ୍ପିୟନ...

କ୍ରିକେଟରେ ହିଟ୍‌, ଏବେ ଅଭିନୟ ଦୁନିଆରେ ପାଦ ଥାପିବେ ଏହି କ୍ରିକେଟର…

ଇସଲାମାବାଦ,୨୪।୧୧: ପାକିସ୍ତାନର ଲୋକପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ନସିମ ଶାହା ଜଣେ। ସେ ନିଜର ଦ୍ରୁତ ବୋଲିଂ ସହ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ...

୧୨୧ରେ ଅଟକିଲା ପାକିସ୍ତାନ

ଦୁବାଇ,୯।୯: ଏସିଆ କପ୍‌ ସୁପର-୪ର ଶୁକ୍ରବାର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ସନକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପାକିସ୍ତାନ...

ବାବର, ହେନେସଙ୍କୁ ମାର୍ଚ୍ଚର ଶ୍ରେଷ୍ଠ କ୍ରିକେଟର

ଦୁବାଇ, ୧୧ା୪: ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ସୋମବାର ମାର୍ଚ୍ଚ ମାସର ଶ୍ରେଷ୍ଠ ଆଇସିସି ପୁରୁଷ ଖେଳାଳି ଭାବେ ବିବେଚିତ କରାଯାଇଛି। ସେହିଭଳି ଅଷ୍ଟ୍ରେଲିଆନ ଦଳର...

ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଉଦ୍‌ଘାଟନୀ ମ୍ୟାଚ୍‌

ମୁମ୍ବାଇ, ୨୮ା୬ (ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌- ୨୦୨୩କୁ ୧୦୦ ଦିନ ବାକି ରହିଥିବା ବେଳେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ପକ୍ଷରୁ ପ୍ରକାଶ ପାଇଛି...

‘ମହା’ ବାତ୍ୟା: ଦ୍ୱିତୀୟ ଟି୨୦ରେ ବର୍ଷା ଆଶଙ୍କା

ରାଜକୋଟ,୫।୧୧- ଏଠାରେ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଗୁରୁବାର ଆୟୋଜନ ହେବାକୁ ଯାଉଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ପ୍ରଦୂଷଣ...

ଭାରତକୁ ୧୧୯ ରନ୍‌ର ଟାର୍ଗେଟ୍‌ ଦେଲା ଓ୍ବେଷ୍ଟଇଣ୍ଡିଜ

କେପଟାଉନ୍‌, ୧୫।୨: ମହିଳା ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଭାରତକୁ ୧୧୯ ରନ୍‌ର ଟାର୍ଗେଟ୍‌ ଦେଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ...

କଳିଙ୍ଗରେ ହେବ ମହିଳା ଏସିଆନ କପ୍‌

କୁଆଲାଲମ୍ପୁର,୨୭।୩(ପି.ଟି.): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଶ୍ୱସ୍ତରୀୟ ଫୁଟ୍‌ବଲ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବ।...

Advertisement
Archives

Model This Week