ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା

ଲଣ୍ଡନ,୨୦।୪: କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟ ଖାରଜ କରିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ଲଣ୍ଡନର ରୟାଲ କୋର୍ଟ ଅଫ୍‌ ଜଷ୍ଟିସର ଦୁଇ ବିଚାରପତି ଲର୍ଡ ଜଷ୍ଟିସ ଷ୍ଟିଫେନ ଇରୱିନ ଏବଂ ଜଷ୍ଟିସ ଏଲିଜାବେଥ ଲାଇଂଙ୍କ ଖଣ୍ଡପୀଠ ମାଲ୍ୟାଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ଏହି ସମୟରେ ମାଲ୍ୟା କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହାପରେ ଏହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲଙ୍କ ନିକଟକୁ ଯିବ ବୋଲି ସୂଚନା ମିଳିଛି। ସୂଚନା ମୁତାବକ ମାଲ୍ୟାଙ୍କ ନାଁରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ମନି ଲଣ୍ଡରିଂ ମାମଲା ରହିଛି। ଏହି ଅଭିଯୋଗ ଆସିବା ପରେ ସେ ଭାରତରୁ ପଳାୟନ କରିଥିଲେ। ଚଳିତ ବର୍ଷ ଫେବୃୟାରୀରେ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ସେ ଆବେଦନ କରିଥିଲେ। ଅପରପକ୍ଷେ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାର ଓ ଭାରତୀୟ ତଦନ୍ତ ସଂସ୍ଥା ଯଥା ସମ୍ଭବ ପ୍ରୟାସ ଚଳାଇଛି। ହେଲେ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୦।୪: ୟୁଏଇର ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀନାରାୟଣ ସଂସ୍ଥାର ମହନ୍ତ ସ୍ବାମୀ...

୩ ବର୍ଷ ପରେ ମରିୟମ୍‌, ନଓ୍ବାଜ୍‌ ଭେଟ

ଲଣ୍ଡନ, ୮ା୧୦: ପାକିସ୍ତାନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କୁ ଲଣ୍ଡନରେ ତାଙ୍କ ଝିଅ ମରିୟମ୍‌ ନଓ୍ବାଜ୍‌ ଭେଟିଛନ୍ତି। ଏକ କୋର୍ଟ ଅର୍ଡର୍‌ ଅନୁସାରେ ପାକିସ୍ତାନ କର୍ତ୍ତୃପକ୍ଷ...

ଇଣ୍ଡୋନେସିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୨୬୮

ସିଆଞ୍ଜୁର ,୨୩।୧୧: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ହୋଇଥିବା ଭୂକମ୍ପ ମୃତ୍ୟୁସଂଖ୍ୟା ମଙ୍ଗଳବାର ୨୬୮କୁ ବୃଦ୍ଧି ପାଇଛି। ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମ୍ପର୍କୀୟମାନେ...

ଚାଇନା ଉପରେ ମାଡ଼ି ଆସିଲା ବିପଦ: କରୋନା ପରେ ଏବେ ନୂଆ ସଂକ୍ରମଣ

ବେଜିଂ, ୬।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଉପରେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଛି। ଏଠାରେ ନୂଆ ସଂକ୍ରମଣରେ ୬୦...

ମାଡ଼ିିଲାଣି ମାନ୍ଦାବସ୍ଥା

ଓ୍ବାଶିଂଟନ,୧୧ା୧: ୨୦୨୩ ବିଶ୍ୱ ଅର୍ଥନୀତି ପାଇଁ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି। କାରଣ ଯେଉଁ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା କରୁଥିଲେ ତାହା ଆସିସାରିଛି।...

ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ଫିନ୍‌ଲାଣ୍ଡ, ସୁଇଡେନ

ବ୍ରସେଲ୍ସ, ୨୬ା୪: ରୁଷିଆର ଧମକ ସତ୍ତ୍ୱେ ଫିନ୍‌ଲାଣ୍ଡ ଏବଂ ସୁଇଡେନ୍‌ ଆସନ୍ତା ମେ’ରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।...

ହିନ୍ଦୁ ସମ୍ପଦାୟର ଲୋକଙ୍କୁ କ୍ଷମା ମାଗିଲେ ପାକିସ୍ତାନ ଏମ୍‌ପି

ଇସଲମାବାଦ,୨୬।୨: ପାକିସ୍ତାନରେ ଇମ୍ରାନ ଖାନଙ୍କ ଶାସକ ଦଳର ଏମ୍‌ପି ଆମିର ଲିଆକତ ହୁସେନ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଥିବା ଟୁଇଟ୍‌ ଯୋଗୁ କ୍ଷମା ମାଗିଛନ୍ତି। ପାକିସ୍ତାନ...

ହୁତି ବିଦ୍ରୋହୀ ୨୯୦ ବନ୍ଦୀଙ୍କୁ ମୁକ୍ତ କଲେ

ସାନା,୧।୧୦: ୟେମେନ୍‌ରେ ହୁତି ବିଦ୍ରୋହୀମାନେ ୨୯୦ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ବିଦ୍ରୋହୀମାନେ ସ୍ଥାନୀୟ ଅଞ୍ଚଳରେ ମୁତୟନ ଥିବା ସୈନିକଙ୍କୁ ବନ୍ଦୀ କରିଥିଲେ। ତେବେ ବିଦ୍ରୋହୀମାନେ ଅନ୍ୟ...

Advertisement
Archives

Model This Week