ବିଜୟ ପରେ ପରସ୍ପରକୁ ଅଭିନନ୍ଦନ

ଭୁବନେଶ୍ୱର,୨୪-୫- (ବ୍ୟୁରୋ):ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ନିର୍ବାଚିତ ହୋଇଛନ୍ତି। ଅନୁରୂପଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୫ମ ଥର ପାଇଁ ବିଜୟୀ ହୋଇଛନ୍ତି। ରାଜ୍ୟର ବିଧାନସଭା ଆସନଗୁଡିକରେ ବିଜେଡି ଉତ୍ତମ ପ୍ରଦର୍ଶନ କରିଛି। ନବୀନଙ୍କ ଏହି ସଫଳତାକୁ ନେଇ ଚାରିଆଡୁ ଧନ୍ୟବାଦର ସୁଅ ଛୁଟୁଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଥମେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ ମାଧ୍ୟମରେ ମୋଦି କହିଛନ୍ତି ଯେ, ଓଡ଼ିଶାରେ ପୁଣିଥରେ ବିଜୟ ପାଇଁ ନବୀନବାବୁଙ୍କୁ ଅଭିନନ୍ଦନ। ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ଉଭୟ ଓଡ଼ିଆ ଏବଂ ଇଂଲିଶରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍‌ର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନ୍‌ରେ କଥା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ କୁହାଯାଇଛି। କେନ୍ଦ୍ରରେ ଲଗାତର ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଗଠନ ହେବାକୁ ଯାଉଛି। ଏହି ସଫଳତା ପାଇଁ ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ମଧ୍ୟ ନବୀନଙ୍କ ସଫଳତା ପାଇଁ କୃତଜ୍ଞତା ଜଣାଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍‌ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମରା ମୁହାଣରେ ବୋଟ୍‌ ଓଲଟି ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍‌

ଚାନ୍ଦବାଲି,୯।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ମୁହାଣରେ ଶୁକ୍ରବାର ରାତିରେ ବୋଟ୍‌ ବୁଡ଼ିଯିବା ଯୋଗୁ ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କରାଯାଇଛି। ଓଡ୍ରାଫ୍‌ ଟିମ୍‌ କାଳିଭଞ୍ଜ ଡିଆଁ...

ଆୟୋଗ ବିରୋଧରେ ଅପପ୍ରଚାରକୁ ଓପିଏସ୍‌ସିର ଖଣ୍ଡନ

ଭୁବନେଶ୍ୱର,୯।୮(ବ୍ୟୁରୋ): ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୧୫ ଏବଂ ସହକାରୀ ଉପବିଭାଗ ଅଧିକାରୀ-୨୦୧୮ (ଏଏସ୍‌ଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)...

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୫।୪(ବ୍ୟୁରୋ): ରାଜ୍ୟରେ ଆଉ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂ ବୋର୍ଡ଼ କଲୋନୀ ଫେଜ-୨ର...

ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କ ନିକଟରେ ଆବେଦନ କଲେ ଦମ୍ପତି

ଖୋର୍ଦ୍ଧା ଅଫିସ,୧୬।୮: ଯେଉଁ ମା’ବାପା ସନ୍ତାନର ସୁଖ ପାଇଁ ନିଜକୁ ଜଳାଞ୍ଜଳି ଦେଇଥାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେହି ସନ୍ତାନମାନେ ସେମାନଙ୍କ କର୍ତ୍ତବ୍ୟକୁ ଭୁଲିଯାଇଥାନ୍ତି। ବାର୍ଦ୍ଧକ୍ୟରେ...

ମଙ୍ଗଳାଯୋଡ଼ିରେ ବିରଳ ପକ୍ଷୀ

ଭୁବନେଶ୍ୱର, ୧୫।୨(ବ୍ୟୁରୋ):ଚିଲିକା ମଙ୍ଗଳାଯୋଡ଼ିରେ ଏକ ବିରଳ ଧଳା ରଙ୍ଗର ଟେମ୍‌ନିକ୍‌ସ ଷ୍ଟିଣ୍ଟ୍‌ ପକ୍ଷୀ ଦେଖିବାକୁ ମିଳିଛି। ସୋମବାର ସକାଳୁ ପର୍ଯ୍ୟଟକଙ୍କୁ ଡଙ୍ଗାରେ ବୁଲାଇବାବେଳେ ବାର୍ଡ ଗାଇଡ୍‌...

ଅଭିଜ୍ଞତାସମ୍ପନ୍ନ ଏସ୍‌ଓପି ପାଳନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା ହେଉଛି ବିପର୍ଯ୍ୟୟ ପରିଚାଳନାର ମୂଳନୀତି। ଆମର ପ୍ରସ୍ତୁତି ଗତିଶୀଳ,...

ତାଲିମ ଅଛି, ନିଯୁକ୍ତି ନାହିଁ

ଭୁବନେଶ୍ୱର,୨।୮(ବ୍ୟୁରୋ): ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଭାବେ ଦକ୍ଷତା ବିକାଶ ମିଶନ ଗଠନ...

ଗୁରୁତର ରାଜ୍ୟ ଭାଜପା ନେତାଙ୍କ ପରିବାର ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଦୀପ୍ତଙ୍କ ସ୍ତ୍ରୀ କମଳା ନାୟକଙ୍କ ସହ...

Advertisement
Archives

Model This Week