ବିଜେବିରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଫି’ ବଢ଼ିଲା

ଭୁବନେଶ୍ୱର, ୫।୯(ବ୍ୟୁରୋ):୨୦୨୨-୨୩ ଶିକ୍ଷାବର୍ଷରୁ ଭୁବନେଶ୍ୱରସ୍ଥିତ ବିଜେବି କଲେଜରେ ସେଲ୍ଫ ଫାଇନାନ୍ସିଂରେ ପାଠପଢ଼ା ମହଙ୍ଗା ହେବ। ସିଟ୍‌ ସହ କୋର୍ସ ଫି’କୁ ମଧ୍ୟ ବଢ଼ାଇ ଦିଆଯାଇଛି। ପିପିପି ମୋଡ୍‌ରେ ଚାଲୁଥିବା ୫ବର୍ଷିଆ ଇଣ୍ଟିଗ୍ରେଟେଡ ଏମ୍‌ବିଏ, ଆଇଏମ୍‌ଏସ୍‌ସି-ଇଟିସି, ଆଇଏମ୍‌ଏସ୍‌ସି ବିଆଇ, ୨ବର୍ଷିଆ ଏମ୍‌ଜେଏମ୍‌ସିର ଫି’ ଓ ସିଟ୍‌ ସଂଖ୍ୟା ବୃଦ୍ଧି ପାଇଛି। ୫ବର୍ଷିଆ ଇଣ୍ଟିଗ୍ରେଟେଡ ଏମ୍‌ବିଏ ପାଇଁ ଛାତ୍ରୀଛାତ୍ରଙ୍କୁ ପୂର୍ବରୁ ମୋଟ ୧ଲକ୍ଷ ୪୫ହଜାର ଟଙ୍କା ଦେବାକୁ ପଡ଼ୁଥିବାବେଳେ ଏହାକୁ ୧ଲକ୍ଷ ୭୫ ହଜାରକୁ ବୃଦ୍ଧି କରାଯାଇଛି। ପ୍ରଥମ ତିନିବର୍ଷ ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୨୫ହଜାର ଲେଖାଏ ଟଙ୍କା ଏବଂ ଶେଷ ଦୁଇବର୍ଷ ବାର୍ଷିକ ୫୦ହଜାର ଲେଖାଏ ଟଙ୍କା ଦେବାକୁ ପଡ଼ିବ। ଏହାର ସିଟ୍‌ ସଂଖ୍ୟା ମଧ୍ୟ ୬୦ରୁ ୯୦କୁ ବୃଦ୍ଧି କରାଯାଇଛି।
ସେହିଭଳି ୫ବର୍ଷିଆ ଆଇଏମ୍‌ଏସ୍‌ସି-ଇଟିସି ପାଠ୍ୟକ୍ରମ ପାଇଁ ୧ଲକ୍ଷ ୧୫ ହଜାର ଟଙ୍କା ବଦଳରେ ୧ଲକ୍ଷ ୪୫ ହଜାର ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏଥିରେ ୪୮ ସିଟ୍‌ ଥିବାବେଳେ ଏହା ଏବେ ୬୦କୁ ବୃଦ୍ଧି କରାଯାଇଛି। ଆଇଏମ୍‌ଏସ୍‌ସି ବିଆଇ କୋର୍ସ ଫି’ ୧ଲକ୍ଷ ଟଙ୍କାରୁ ୧ଲକ୍ଷ ୪୫ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଏହାର ସିଟ୍‌ କ୍ଷମତା ୪୮ରୁ ୬୦କୁ ବୃଦ୍ଧି କରାଯାଇଛି। ଏହାଛଡ଼ା ଏମ୍‌ଜେଏମ୍‌ସି ପାଠ୍ୟକ୍ରମ ପାଇଁ ପୂର୍ବରୁ ୪୦ହଜାର କୋର୍ସ ଫି’ ଥିବାବେଳେ ଏବେ ତାହାକୁ ୬୦ହଜାରକୁ ବୃଦ୍ଧି କରାଯାଇଛି। ଏଥିସହ ଏହାର ସିଟ୍‌ ସଂଖ୍ୟା ୪୮ ରୁ ୬୦କୁ ବଢ଼ାଯାଇଛି। ଏହି ପାଠ୍ୟକ୍ରମଗୁଡ଼ିକ ନିର୍ଦ୍ଦିଷ୍ଟ କିଛି ସର୍ତ୍ତାବଳୀ ସହିତ କାର୍ଯ୍ୟକାରୀ ହେବ। ହେରିଟେଜ୍‌ ଭିଜନ ଏଜୁକେଶନ ଟ୍ରଷ୍ଟର ସହଭାଗିତାରେ ଏହି ପାଠ୍ୟକ୍ରମ ଜାରି ରଖିବାକୁ ବିଜେବି କଲେଜ ଅଧ୍ୟକ୍ଷଙ୍କୁ ଅନୁମତି ଦିଆଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜେବି କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ପାଠ୍ୟକ୍ରମ ପାଇଁ କଲେଜ ପକ୍ଷରୁ ଜାଗା ଦିଆଯିବ। ତେବେ ଏଥିପାଇଁ ସମସ୍ତ ଖର୍ଚ୍ଚ ସହଯୋଗୀ ସଂସ୍ଥା ବହନ କରିବ। ଏହି ପାଠ୍ୟକ୍ରମଗୁଡ଼ିକ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପାଣ୍ଠି କିମ୍ବା କର୍ମଚାରୀ ଦିଆଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହ ପାଠ୍ୟକ୍ରମ ପାଇଁ କଲେଜର ସାଧାରଣ ପାଠପଢ଼ାରେ ଯେପରି ବ୍ୟାଘାତ ନ ହୁଏ ସେଥିପ୍ରତି ଅଧ୍ୟକ୍ଷ ଗୁରୁତ୍ୱ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri