ବିଜେପୁର: ପ୍ରାର୍ଥୀ ଚୟନ ଉପରେ ନଜର, ବିଜେଡି ପାଇଁ ସମ୍ମାନର ପ୍ରଶ୍ନ, ଅସ୍ତିତ୍ୱ ପାଇଁ କଂଗ୍ରେସର ସଂଘର୍ଷ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ଆସନକୁ ଶେଷ ୨ ନିର୍ବାଚନରେ ଜିତିଥିବା ବିଜେଡି ପକ୍ଷରୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ଅନୁରୂପ ଭାବେ ଭାଜପା ମଧ୍ୟ ଉପନିର୍ବାଚନ ପାଇଁ ପାଗ ଭିଡିଛି। ଏକଦା ବିଜେପୁରକୁ କଂଗ୍ରେସର ଗଡ଼ କୁହାଯାଉଥିଲା। ହେଲେ କଂଗ୍ରେସର ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ଏବଂ ସମର୍ଥକ ବିଜେଡିରେ ସାମିଲ ହେବା ପରେ କଂଗ୍ରେସ ପୂର୍ବ ରାଜନୈତିକ ଗୁରୁତ୍ୱ ହରାଇଛି। ତେଣୁ ଏହି ଉପନିର୍ବାଚନରେ ବିଜୟ ଅପେକ୍ଷା କଂଗ୍ରେସ ସମ୍ମାନଜନକ ଭୋଟ ପାଇବା ଚ୍ୟାଲେଞ୍ଜ ସଦୃଶ ହୋଇଛି। ଅନୁରୂପ ଭାବେ କ୍ଷମତାରେ ଥିବାରୁ ବିଜେଡି ପାଇଁ ଏହି ଆସନଟି ସମ୍ମାନର ପ୍ରଶ୍ନ ପାଲଟିଛି। ସେହିଭଳି ପ୍ରଥମଥର ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିବା ଭାଜପା ପଶ୍ଚିମ ଓଡ଼ିଶାର ସବୁ ଲୋକ ସଭା ଆସନରେ ବିଜୟୀ ହୋଇଥିଲା। ହେଲେ ବିଧାନସଭାରେ ଆଖିଦୃଶିଆ ପ୍ରଦର୍ଶନ କରି ପାରି ନ ଥିଲା। ତେଣୁ ଏହି ପରମ୍ପରାକୁ ବଦଳାଇବା ଲକ୍ଷ୍ୟ ନେଇ ଉପନିର୍ବାଚନକୁ ଦଳ ଓହ୍ଲାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
ନିକଟରେ ବିଜେଡି ପକ୍ଷରୁ ୪ ବରିଷ୍ଠ ନେତାଙ୍କୁ ନେଇ ଏକ ନିର୍ବାଚନ ପରିଚାଳନା କମିଟି ଗଠନ କରାଯାଇଥିଲା। ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ, ବଲାଙ୍ଗୀର ପୂର୍ବତନ ଏମ୍‌ପି କଳିକେଶ ନାରାୟଣ ସିଂଦେଓ ଏବଂ ବ୍ରହ୍ମଗିରି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ସ୍ଥାନ ଦିଆଯାଇଥିଲା। ବିଜେଡି ଶୀର୍ଷ ନେତୃତ୍ୱର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କମିଟି ମୁଖ୍ୟତଃ ନିର୍ବାଚନ ପରିଚାଳନା କରିବ। ବିଜେଡି ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ, ତାହାକୁ ନେଇ ସବୁ ମହଲରେ ଉତ୍କଣ୍ଠା ରହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ୨୦୧୮ ପରି ରୀତା ସାହୁଙ୍କ ଉପରେ ପୁନଶ୍ଚ ଆସ୍ଥା ପ୍ରକଟ କରୁଛନ୍ତି ନା ଅନ୍ୟ କାହାରିକୁ ପ୍ରାର୍ଥୀ କରୁଛନ୍ତି, ସେନେଇ ଚର୍ଚ୍ଚା ଜୋର ଧରିଛି। ରୀତାଙ୍କୁ ବାଦ୍‌ ଦେଲେ ସେହି ଆସନ ପାଇଁ ଭାଜପା ଛାଡି ଆସିଥିବା ସୁବାସ ଚୌହାନ, କଂଗ୍ରେସରୁ ଆସିଥିବା ପ୍ରଣୟ ସାହୁ, ପୂର୍ବରୁ ପ୍ରାର୍ଥୀ ହୋଇଥିବା ପ୍ରଭାତ ଆଦିତ୍ୟ ମିଶ୍ର ଏବଂ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ହେଲେ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କରାଯାଇଛି। ତେଣୁ ତାଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ସମ୍ଭାବନା ହ୍ରାସ ପାଇଛି। ଅନୁରୂପ ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ମଧ୍ୟ ଏପିକଲ୍‌ ଅଧ୍ୟକ୍ଷ କରାଯାଇଛି। ପ୍ରଣୟଙ୍କୁ ବଡ ପଦବୀ ମିଳି ନ ଥିଲେ ବି ତାଙ୍କ ସଙ୍ଗଠନ ମୁଖ୍ୟତଃ ଗାଇସିଲଟ୍‌ ବ୍ଲକରେ ସୀମିତ । ତେଣୁ ପୁନର୍ବାର ରୀତାଙ୍କ ପ୍ରାର୍ଥତ୍ତ୍ୱ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଅନୁରୂପ ଭାବେ ରାଜ୍ୟ ସଭା ସଦସ୍ୟ ଥିବା ସତ୍ତ୍ୱେ ପ୍ରସନ୍ନଙ୍କୁ ବରଗଡ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା। ତେଣୁ ବିଜେଡି ସଭାପତି କାହାକୁ ପ୍ରାର୍ଥୀ ଘୋଷଣା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଉପନିର୍ବାଚନକୁ ନେଇ ବିଜେଡି ଜିଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ଚଳିତ ମାସ ଶେଷସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି। ପୂର୍ବ ୨ ଥର ଭଳି ବିଜେପୁରବାସୀ ପୁନର୍ବାର ବିଜେଡି ଉପରେ ଆସ୍ଥା ପ୍ରକଟ କରିବେ ବୋଲି ମଲ୍ଲିକ କହିଛନ୍ତି।

ସେହିଭଳି ଭାଜପା ପକ୍ଷରୁ ପ୍ରାର୍ଥୀ ହେବା ନେଇ ମଧ୍ୟ ଏକାଧିକ ଆଶାୟୀ ରହିଛନ୍ତି। ଗତଥର ପ୍ରାର୍ଥୀ ହୋଇଥିବା ସନତ ଗଡତିଆଙ୍କ ସହ ପ୍ରଦୀପ ପୁରୋହିତଙ୍କ ନାଁ ମଧ୍ୟ ଶୁଣାଯାଉଛି। ଚଳିତ ଥର ପଦ୍ମପୁରରୁ ପରାସ୍ତ ହେବା ପରେ ବିଜେପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆଗ୍ରହ ଥିବା ପ୍ରଦୀପ ଗଣମାଧ୍ୟମରେ କହିସାରିଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷ ମୁକ୍ତା ସାହୁ ମଧ୍ୟ ଭାଜପା ପ୍ରାର୍ଥୀ ହେବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି। ଭାଜପା ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ବିଜେପୁର ନିର୍ବାଚନରେ ଭାଜପା ନିଶ୍ଚୟ ବିଜୟୀ ହେବ। ଦଳ ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ ସରିଛି, କେବଳ ଘୋଷଣା ବାକି ରହିଥିବା ବସନ୍ତ ସୂଚନା ଦେଇଛନ୍ତି। କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୂଡାନ୍ତ କରିବା ପାଇଁ ଏକ କମିଟି ଗଠନ କରିଛି। ୨୪ କିମ୍ବା ୨୫ ସୁଦ୍ଧା ଏହି କମିଟି ପ୍ରାର୍ଥୀଙ୍କ ନାମ ପିସିସିକୁ ପ୍ରଦାନ କରିବ। ଏହା ପରେ ଦଳ ପକ୍ଷରୁ ନାଁ ଘୋଷଣା କରାଯିବ ବୋଲି ଜଣାପଡିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିଜେପୁର ଦାୟିତ୍ୱ ନେବେ ବୋଲି କହି ବିଜୟୀ ହେଲେ, ଜିତିବା ପରେ ଆସନ ଛାଡିଦେଲେ। ସେ ବିଜେପୁର ପାଇଁ କ’ଣ କରିଛନ୍ତି, ତାହାର ହିସାବ କଂଗ୍ରେସ ମାଗିବ। ଏତଦ୍‌ବ୍ୟତୀତ କୃଷି, ଜଳସେଚନ ପରି ଅନେକ ନିର୍ବାଚନୀ ପ୍ରସଙ୍ଗ ରହିଥିବା ନିରଞ୍ଜନ କହିଛନ୍ତି। କଂଗ୍ରେସ ପକ୍ଷରୁ ରିପୁନାଥ ସେଠ୍‌ ନିଜେ କିମ୍ବା ତାଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଆଗ୍ରହୀ ଥିବା ଜଣାପଡିଛି। କିଶୋର ମେହେର ମଧ୍ୟ କଂଗ୍ରେସ ଟିକେଟ୍‌ ପାଇଁ ଆଶାୟୀ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri