ଆଜିଠୁ ଷୋଡ଼ଶ ଉପଚାର ପୂଜା: ଚମକୁଛି ଚଣ୍ଡୀ ମନ୍ଦିର, ଦଶହରାରେ ଫଳରେ ସଜାଯିବ

କଟକ ଅଫିସ,୨୨।୯: କେବଳ କଟକରେ ସୀମିତ ନାହିଁ। ଏବେ କଟକଚଣ୍ଡୀ ମନ୍ଦିରକୁ ନେଇ ଚର୍ଚ୍ଚା ବିଦେଶ ପର୍ଯ୍ୟନ୍ତ ପହଞ୍ଚିଲାଣି। ବିଭିନ୍ନ ଟୁଇଟ୍‌ରେ ମନ୍ଦିରର ସାଜସଜ୍ଜାକୁ ସ୍ଥାନ ମିଳିଛି। ଦଶହରା ପୂର୍ବରୁ କଟକ ଚଣ୍ଡୀ ମନ୍ଦିର ଫୁଲରେ ସଜେଇ ହୋଇ ଚମକୁ ଥିବାବେଳେ ଏହା ପଛରେ କେତେଜଣ ଯୁବଗୋଷ୍ଠୀଙ୍କର ମୁଖ୍ୟ ହାତ ରହିଛି। ପୂଜା କରିବାକୁ ଆସୁଥିବା କେତେଜଣ ସ୍ଥାନୀୟ ଯୁବକ ନିଜସ୍ବ ଖର୍ଚ୍ଚରେ ମନ୍ଦିରକୁ ସଜେଇଛନ୍ତି।
ଗତ ରଥଯାତ୍ରା ସମୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଫୁଲରେ ସଜ୍ଜା ଯାଇଥିଲା। ଏହି ପ୍ରସଙ୍ଗରୁ ହିଁ କଟକ ଚଣ୍ଡୀମନ୍ଦିର ସଜାଇବା ପାଇଁ ଯୋଜନା କରିଥିଲେ ଯୁବଗୋଷ୍ଠୀ। ଏ ନେଇ ଗତ ମାସରେ ମନ୍ଦିର ପରିସରରେ ଯୁବକମାନେ ଏକାଠି ହୋଇଥିଲେ। ଦଶହରାରେ ଚଣ୍ଡୀମନ୍ଦିରକୁ ସଜେଇବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରାୟ ୨୫ଜଣ ଯୁବକ ଏଥିରେ ସହମତି ଜଣାଇଥିଲେ। ମୋଟ ଦେଢଲକ୍ଷ ଟଙ୍କା ଏହି ସାଜ୍ଜସଜ୍ଜାରେ ଖର୍ଚ୍ଚ ହୋଇଥିବାବେଳେ ଏଥିରେ କଲିକତାରୁ ୧୦ଜଣ ବ୍ୟକ୍ତି ନିୟୋଜିତ ହୋଇଥିଲେ। ଏବେ ପ୍ଲାଷ୍ଟିକ ଫୁଲ ଲାଗିଛି। ଦଶହରା ସମୟରେ ପ୍ରକୃତ ଫୁଲ ସହିତ ଫଳରେ ମନ୍ଦିରକୁ ସଜାଯିବ ବୋଲି ଯୁବକମାନେ କହିଛନ୍ତି। ଅନ୍ୟପକ୍ଷରେ ଶନିବାର ମା’ଙ୍କ ସୁନାବେଶ ସହସ୍ର କୁମ୍ଭାଭିଷେକ କାର୍ଯ୍ୟ ସରିଥିବାବେଳେ ରବିବାରଠାରୁ ଆରମ୍ଭ ହେବ ଷୋଡ଼ଶ ଉପଚାର। ଏଥିସହ ବିଭିନ୍ନ ଦିବସରେ ମା’ଙ୍କ ବେଶ ଅନୁଷ୍ଠିତ ହେବ।

ସଂକ୍ଷେପରେ
ମନ୍ଦିରର ଇତିହାସ
କନିକା ରାଜାଙ୍କ ପୁରୋହିତ ଥିଲେ ହଂସନାଥ ପଣ୍ଡା। ହଂସନାଥ ଦିନେ ଗାଈ ଚରାଉଥିବାବେଳେ ହାଲିଆ ହୋଇ ଏକ ମାଟିଗଦା ଉପରେ ବସି ପଡ଼ିଥିଲେ। ଫଳରେ ତାଙ୍କ ଦେହରେ ଅପୂର୍ବ ଶିହରଣ ଖେଳିଥିଲା। ଏଠାରେ କିଛି ଦୈବୀକୃପା ଅଛି ବୋଲି ସେ ଅନୁଭବ କରିଥିଲେ। ସେହିଦିନ ରାତିରେ ହଂସନାଥ ସ୍ବପ୍ନରେ ମା’ଙ୍କୁ ଦେଖିଥିଲେ। ଏ କଥା କନିକା ରାଜାଙ୍କୁ କହିବା ପରେ ଉକ୍ତ ସ୍ଥାନକୁ ଖୋଳାଯାଇଥିଲା। ବିଶ୍ୱାସ ରହିଛି ଯେ, ଖୋଳାଯିବା ସମୟରେ ୪୦ ଓଦର ସିନ୍ଦୂର ଓ ପରେ ମା’ଙ୍କ ମୂର୍ତ୍ତି ମିଳିଥିଲା। ଏକ ବଉଳଗଛ ମୂଳେ ପ୍ରଥମେ ମା’ଙ୍କ ମୂର୍ତ୍ତୀ ରଖାଯାଇ ପୂଜା ଆରମ୍ଭ ହୋଇଥିଲା। ଏଠାରେ ଏବେ ଗଢ଼ି ଉଠିଛି କଟକର ଆରାଧ୍ୟା କଟକଚଣ୍ଡୀଙ୍କ ମନ୍ଦିର।


Enter your email to get our daily news in your inbox.

All Right Reserved By Dharitri.Com

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri