ବିଜେପୁର ଉପନିର୍ବାଚନ : ମତଦାନ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ସୋମବାର ଆରମ୍ଭ ହୋଇଛି। ଏଥିପାଇଁ ଉକ୍ତ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୨୮୫ଟି ଭୋଟ ଗ୍ରହଣ କେନ୍ଦ୍ର (ବୁଥ୍‌)ରେ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଏହା ପୂର୍ବରୁ ଅର୍ଥାତ୍‌ ସକାଳ ୫ଟା ୫୦ ମିନିଟ୍‌ରୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ନିୟୋଜିତ ପ୍ରିଜାଇଡିଂ, ପୋଲିଂ ଅଫିସରଙ୍କ ସମେତ ଅନ୍ୟ ନିର୍ବାଚନ କର୍ମଚାରୀମାନେ ମକ୍‌ ପୋଲ କରିଥିଲେ। ତାହା ସୂଚାରୁଭାବେ ସମ୍ପାଦନ ହେବା ପରେ ନିିର୍ଦ୍ଧାରିତ ସମୟ ସକାଳ ୭ଟାରୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟାରେ ମତଦାନ ସରିବାର କାର୍ଯ୍ୟକ୍ରମ ରହିଛି। ମତଦାନ ପାଇଁ ପ୍ରତି ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ଏହି ଉପନିର୍ବାଚନରେ ସମୁଦାୟ ୨ଲକ୍ଷ ୩୨ହଜାର ୨୬୪ ଭୋଟରଙ୍କ ପାଇଁ ମତଦାନ ବ୍ୟବସ୍ଥା ହୋଇଛି। ସେହିପରି ବରପାଲି ଅଞ୍ଚଳରେ ୮୪, ବିଜେପୁର ଅଞ୍ଚଳରେ ୧୦୬ ଏବଂ ଗାଇସିଲେଟ ଅଞ୍ଚଳରେ ୯୫ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଛନ୍ତି ୧୯ଟିକିଆ ହାତୀପଲ

ଖୁଣ୍ଟୁଣୀ/ଚୌଦ୍ୱାର,୧୯l୧୧(ଡି.ଏନ୍‌.ଏ): ଚନ୍ଦକାରୁ ୧୫ଦିନ ହେଲା ପଳାଇ ଆସିଥିବା ୧୯ଟିକିଆ ହାତୀପଲ ଖୁଣ୍ଟୁଣୀ ବନାଞ୍ଚଳର ସୁନିଆଁମୁହଁ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିତ୍ଲା ବେଳେ ଶୁକ୍ରବାର ଭୋର ସମୟରେ...

ପାସଷ୍ଟିକୁଡ଼ି-ଦାଦପୁର-ଦେପୁର ରାସ୍ତା ମରାମତି ଦାବିରେ ରାସ୍ତା ଅବରୋଧ

ଭବାନୀପାଟଣା,୧୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ପାସଷ୍ଟିକୁଡ଼ି-ଦାଦପୁର-ଦେପୁର ରାସ୍ତା ମରାମତି ଦାବି ଜୋର ଧରିଛି। ଏ ନେଇ ବୁଧବାର ଦାଦପୁର ପଞ୍ଚାୟତବାସୀ ଦାଦପୁର...

ଛତ୍ରପୁର ହସ୍ପିଟାଲ ପ୍ରତି ଅବହେଳା ଅଭିଯୋଗ

ଛତ୍ରପୁର,୫ା୮(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୦୦ ନୂଆ ଜୁନିୟର ଡାକ୍ତର ପଦବୀ ସୃଷ୍ଟି ହୋଇଛି। ଏହାକୁ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ...

ଆଲୋକମାଳାରେ ସଜ୍ଜିତ ହେବ ସହର

ଅନୁଗୋଳ ଅଫିସ, ୧୪ା୩: ଜିଲାସ୍ତରୀୟ ଓଡ଼ିଶା ଦିବସ ଓ ଅନୁଗୋଳ ଜିଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ...

ଘୂର୍ଣ୍ଣିଝଡ଼,କୁଆପଥର ମାଡ଼ରେ ବ୍ୟାପକ କ୍ଷତି

ଜଳେଶ୍ୱର,୩ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ୧୦ ପଞ୍ଚାୟତରେ ରବିବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ଓ କୁଆପଥର ବର୍ଷା ଯୋଗୁ ବ୍ୟାପକ କ୍ଷତି ହୋଇଛି। ଧାନ...

ସ୍ତ୍ରୀକୁ ପିଟି ପିଟି ହତ୍ୟାକଲେ ସ୍ବାମୀ

ବାଲେଶ୍ୱର ଅଫିସ,୨୯।୩: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରିଦେଲେ ସ୍ବାମୀ। ଏଭଳି ଘଟଣା ବାଲେଶ୍ବର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି।...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବନ୍ତଳା, ୩୦ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପୁରୁଣାକୋଟ ଥାନା କରତପଟା ବିଟ ଅଧୀନ କରଡ଼ାଶିଙ୍ଗ ଗ୍ରାମରେ ସୋମବାର ସକାଳେ ଭାଲୁ ଆକ୍ରମଣରେ ଜିତୁ ଦେହୁରୀ (୨୫) ଗୁରୁତର...

ପଡ଼ାଗଁ।ଥି ପୁଷ୍‌ପୁନି ଭେଟ୍‌ଘାଟ: କବିତା, ନାଚ୍‌ଗାନାଥି ଦେଖନହାରୀ ବିଭୋର

ବିଜେପୁର, ୧୧।୧ (ଡି.ଏନ୍‌.ଏ)- ବରଗଡ଼ ଜିଲା ବିଜେପୁର ବ୍ଲକର ଗାଁଗଁଲିଥି ବଡ଼ା ଉସ୍‌ନାକିଥି ପୁଷ୍‌ପୁନି ତିହାର ଶୁକ୍ରବାର ପାଲିତ ହୋଇଯାଇଛି। କୁକ୍‌ରା ଡକାନୁ ଘରେ ଘରେ...

Advertisement
Archives

Model This Week