ବ୍ରହ୍ମପୁର ଅଫିସ,୨୨ା୮-ବିଜେଡି ଶାସନରେ ରେଶମ ନଗରୀ ବ୍ରହ୍ମପୁର ବିକାଶ ବାଧାପ୍ରାପ୍ତ ହୋଇଛି।
ସାମାନ୍ୟ ବର୍ଷା ହେଲେ ମହାନଗର ଜଳାର୍ଣ୍ଣବ ହେବା ସହ ପାଣି ନିଷ୍କାସନ ହୋଇ ନ ପାରି ଲହଡ଼ି ମାରୁଛି । ଫଳରେ ବିକାଶର ନଗ୍ନ ଚିତ୍ର ପଦାରେ ପଡ଼ୁଛି । ସ୍କୁଲ କଲେଜ ଭିତରେ ପାଣି ପଶି ପାଠପଢ଼ା ଠପ୍ ସାଙ୍ଗକୁ ସରକାରୀ ଅଫିସରେ ଅଚଳାବସ୍ଥା ଦେଖାଦେଉଛି। ଗତ ମଙ୍ଗଳବାର ମାତ୍ର ଦେଢ଼ଘଣ୍ଟାର ବର୍ଷା ବିପତ୍ାତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସହର ଭିତରେ ୪୩୨.୬୫୮ କି.ମି. ପକ୍କା ଓ କଚା ଡ୍ରେନ ରହିଛି । ତନ୍ମଧ୍ୟରୁ ପ୍ରାୟ ୭୦% ପୋତି ହୋଇ ରହିଛି । ପୁନରୁଦ୍ଧାର ଦିଗରେ ନିଗମ ଆଖି ବୁଜି ଦେଇଥିବାରୁ ଶୋଚନୀୟ ଅବସ୍ଥା ସୃଷ୍ଟି ହେଉଛି । ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଏଭଳି ସଙ୍ଗିନ ଅଭିଯୋଗ ହୋଇଛି ା
କଂଗ୍ରେସ ଆହୁରି କହିଛି, ୨୦୧୩ ଅକ୍ଟୋବରରେ ଘଟିଥିବା ସାମୁଦ୍ରିକ ଝଡ଼ ବାତ୍ୟାରେ ମହାନଗର ଧ୍ୱସ୍ତବିଧ୍ୱସ୍ତ ହୋଇ ମାନଚିତ୍ର ବଦଳି ଯାଇଥିଲା। ଭିତ୍ତିଭୂମି ବିକାଶ, ଡ୍ରେନ ଓ ରାସ୍ତା ପୁନଃ ନିର୍ମାଣ ପାଇଁ ବିଶ୍ୱବ୍ୟାଙ୍କ ୨ ଶହ କୋଟି ଟଙ୍କା ସହାୟତା ମଞ୍ଜୁର କରିଛି । ଏହାର ୬ ବର୍ଷ ବିତିବାକୁ ଯାଉଥିଲେ ମଧ୍ୟ ପର୍ଯ୍ୟାୟକ୍ରମେ ମିଳୁଥିବା ଟଙ୍କା ବିନିଯୋଗ ହୋଇ ନ ଥିବାରୁ ବର୍ଷାଦିନରେ ସହର ସ୍ଥିତି ଅସମ୍ଭାଳ ହେଉଛି। ଜାନିବିଲି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନଁାରେ ମହାନଗର ସାରା ପାଇପ୍ ବିଛାଇବା ପାଇଁ ସବୁ ରାସ୍ତାଘାଟ ଖୋଳି ଦିଆଯାଇଛି । ଫଳରେ ସବୁଠି ଖାଲଖମା ହୋଇଯାଇଛି । ପାଇପ୍ ବିଛା କାମ ସରିବା ପରେ ସମ୍ପୃକ୍ତ ଠିକା ସଂସ୍ଥା ମାଟି ସଫା ଏବଂ ଖୋଳା ଯାଇଥିବା ରାସ୍ତାଗୁଡ଼ିକରେ ସିମେଣ୍ଟ କଙ୍କ୍ରିଟ କରୁ ନ ଥିବାରୁ ଯାନବାହନ ଦୁର୍ଘଟଣା ଘଟୁଛି। ଜିଲାପାଳ, ବିଏମ୍ସି କମିଶନର ଏବଂ ଏମ୍ପି ଓ ବିଧାୟକଙ୍କ ତାଗିଦକୁ ଠିକା ସଂସ୍ଥା ମାନୁ ନାହିଁ। ଏହାର ଅବଧି ବଢ଼ି ଚାଲିଥିବାରୁ ଯୋଜନା କେବେ ସମ୍ପୂର୍ଣ୍ଣ ହେବ ତାହା ଅନିଶ୍ଚିତତା ହୋଇଯାଇଛି ।
ବ୍ରହ୍ମପୁର ବିକାଶ ମୋର ଦାୟିତ୍ୱ ବୋଲି ନିର୍ବାଚନୀ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଉଥିଲେ। ଭୋଟ ପରେ ସେ ଏହାକୁ ଭୂଲି ଯାଇଥିବା ଜିଲା କଂଗ୍ରେସ ଅନ୍ୟ ଏକ ଅଭିଯୋଗ କରିଛି ।
୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ବ୍ରହ୍ମପୁର ବିଧାନସଭା ଆସନ ତତ୍କାଳୀନ ଜନତା ଦଳ ଓ ବର୍ତ୍ତମାନର ବିଜେଡି ଦଖଲରେ ରହିଛି। ୨୦୧୯ ନିର୍ବାଚନରେ ବିଧାନସଭା ଓ ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଦ୍ୱୟ ନିର୍ବାଚିତ ହୋଇଛନ୍ତି । ଏବେ ଉଭୟ କେବଳ ସମ୍ବର୍ଦ୍ଧନା ସମାରୋହରେ ମାତି ଜନ ସମସ୍ୟା ପ୍ରତି ଧ୍ୟାନ ଦେଉ ନ ଥିବା ସମାଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ବହୁବାର ଗସ୍ତରେ ଆସି ବିଭିନ୍ନ ପ୍ରସ୍ତାବିତ ଯୋଜନାର ଶିଳାନ୍ୟାସ କରିଛନ୍ତି । ତନ୍ମଧ୍ୟରୁ ଅନେକ କାର୍ଯ୍ୟକାରୀ ହୋଇନାହିଁ। ଥରେ ମଧ୍ୟ ଏହି ମହାନଗର ଏବଂ ଜିଲାର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ନ ଥିବା ଜିଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା କଟାକ୍ଷ କରିଛନ୍ତି ।
ଉଦ୍ଘାଟନର ୩ ବର୍ଷ ପରେ ବି ହଳଦିଆପଦର ବସ୍ ଟର୍ମିନାଲରେ ତାଲା ଝୁଲୁଛି। ଶିଳାନ୍ୟାସର ୩ ବର୍ଷ ବିତିବା ପରେ ରାମଲିଙ୍ଗମ୍ ପୋଖରୀ ଆଧୁନିକୀକରଣ ଓ ସୌନ୍ଦର୍ଯ୍ୟକରଣ ଯୋଜନା ଅଧାପନ୍ତରିଆ ହୋଇ ରହିଛି। ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିିଲ୍ଡିଂଗୁଡ଼ିକରୁ ଅର୍ଦ୍ଧେକ ବ୍ୟବହାର ହୋଇ ନ ପାରି ରହିଛି ।
ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପ ନିର୍ବାଚନ ଓ ଭୋଟ ରାଜନୀତି ପାଇଁ ଗତ ମାର୍ଚ୍ଚ ୩ରେ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଉଦ୍ଘାଟନ କରିଛନ୍ତି। ଫଳରେ ମହାନଗରବାସୀଙ୍କ ଅସନ୍ତୋଷ ବଢ଼ି ଚାଲିଥିବାରୁ ସରକାର ପୌର ନିର୍ବାଚନ ଘୁଞ୍ଚାଇ ଚାଲିଥିବା କଂଗ୍ରେସ ସମାଲୋଚନା କରିଛି। ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଅଭିଯୋଗକୁ ବିଜେଡି ଖଣ୍ଡନ କରିବା ସହ ସହର ପାଇଁ ଅନେକ ଯୋଜନା ହୋଇଥିବା କୁହାଯାଇଛି ।
ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…
ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ
କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…
ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ
ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…
ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି
ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…
‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’
ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…
୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା
ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…
ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର
ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
Archives

