ବିଜୁ ପକାଘର ଯୋଜନା ବାଟ୍‌ବନା:୧୦ ବଛର ହେଲା ଗୁହାଲ ପାଲଟିଛେ ଘର

ଦେଓଗାଁ,୨୪ା୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ କୁଲୁତାପଡ଼ା ପଁଚେତ୍‌ରେ ରାଏଜ୍‌ ସରକାରକଁର ବିଜୁ ପକାଘର ଯୋଜନା ବାଟବନା ହେଇଥିବାର ଦେଖ୍‌ବାକେ ମିଲିଛେ। ଇ ପଁଚେତ୍‌ର ମୁଣ୍ଡପଲା ଗଁା ନୂଅଁା କଲୋନୀ ଅଏଁଲାପରାର ଝନେ ଲୋକ୍‌ ତାକର ପିଲାଛୁଆ ଧରି ଗାଈ, ଛେଲି ରଖୁଥିବାର ଗୁହାଲରେ ବଡ଼ା ଗୁଲଗୁଲା ହେଇ ରହୁଥିବାର ଦେଖ୍‌ବାକେ ମିଲିଛେ।
ସୂଚନା ଅନ୍‌ସାରେ ଦେଓଗଁା ବ୍ଲକ କୁଲୁତାପଡ଼ା ପଁଚେତ୍‌ ଅଏଁଲାପରାର ଗୌତମ କରନ କୁଟୁମବସିଆ ଆଏଜ୍‌କେ ୧୦ ବଛର ହେଲା ଗାଈ, ଛେଲିକର ସଂଗେ ଗୁହାଲେ ରହୁଛନ୍‌। ସେ ନିହାତି ଗରିବ ହେଇଥିଲାବେଲେ ପରହର ଗୁତି କରବାର ସଂଗେ ଗାଈ, ଛେଲ୍‌ ପଟ୍‌ଦୁ ରଖି ନିଜର କୁଟୁମ ପୁଷୁଛନ୍‌। ୨ ବଛର ତଲେ ହଠାତ୍‌ କେହେନ୍‌ସି କାରନ୍‌ରୁ ତାକର ମାଏକିନା ଆରପାରକେ ଚାଲିଗଲେ। ସେଦିନଠାନୁ ପରିବାରର ସବୁବୋଝ୍‌ ଗୌତମ ଉପରେ ରହିଛେ। ତାକର ଦୁଇ ଝି’ ପିଙ୍କି ଆର ରିଙ୍କି ପାଠ୍‌ପଢ଼ା ଛାଡ଼ି ଗାଈ, ଛେଲ୍‌ ଚରାବାର ସଂଗେ ଘରର କାମ୍‌ବୁତା କରୁଛନ୍‌। ସେନ୍‌ତା ଗୁଟେ ବଲି ପୁଓ ସୁବ୍ରତ ଉନିଆ ରାଏଜ୍‌କେ ଦାଦନ ଖଟିଯାଇଛନ୍‌। ଏନ୍‌ତାଥି ଗୌତମ ସରକାରୀ ଯୋଜନାରେ ଘର ଖଁଡ଼େ ପାଏବାର ଲାଗି ୪ରୁ ୫ ବଛର ହେଲା ଥାନୀୟ ନେତା, ଅଧ୍‌କାରୀମାନକୁ ଭେଟି ନିରାଶ ହେଇଛନ୍‌। ଏନ୍‌ତା କି ପଁଚେତ୍‌ରେ କାଗଜପତର କରିଦେବାର ଲାଗି ଝନେ କରମ୍‌ଚାରୀ ଟଁକା ମାଗୁଥିବାର ସେ ଅଭିଯୋଗ କରିଛନ୍‌। ଇ ପରିବାର ବାବ୍‌ଦେ ୨୦୧୮ ନଭେମ୍ବର ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଛେଲ୍‌ ଗୁହାଲ ପାଲଟିଛେ ଆଶ୍‌ରେ ଥଲ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ସେବେଲର ଦେଓଗଁା ବିଡିଓ ଶଙ୍କର ପ୍ରସାଦ ସାହୁ ଘଟନାର ତଦଁତ୍‌ କରି ଗୌତମକଁର ପରିବାର ଆବାସ ଘର ପାଏବାର ଲାଗି ହକ୍‌ଦାର ଆଏବଲି କହିଥିଲେ। ହେଲେ ସେ ସମିଆରେ ସାଧାରନ ନିରବାଚନର ସଜବାଜ ଆରମ୍‌ ହେଇଯାଇଥିଲା, ଇଆଡ଼େ ବିଡିଓକଁର ଉନିଆ ଜାଗାକେ ବଦଲି ହେଇଯିବାର ଲାଗି ଗୌତମ ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଲେ। ଇ ଘଟନା ବାବ୍‌ଦେ ଏହେଦ୍‌କାର ବିଡିଓ ବେର୍ଣ୍ଣାଦେତ୍‌ ଲାକ୍ରାକୁଁ ପଚରାଲାରୁ ଇ ବାବ୍‌ଦେ ପୂରବର ବିଡିଓ ମତେ କହିଛନ୍‌। ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌। ସେନ୍‌ତା ଦେଓଗଁା ବ୍ଲକ ଉପାଧ୍ୟକ୍ଷ ରାଜୁ ବାଗକୁଁ ପଚରାଲାରୁ ଗୌତମକଁର ପରିବାର ବାବ୍‌ଦେ ବିଧାୟକ ନରସିଂହ ମିଶ୍ରକୁଁ ଜନାଲା ଉତାରୁ ଇ ପରିବାରକେ ଆବାସ ଯୋଜନାରେ ସାମିଲ କରବାକେ ସୁପାରିଶ ହେଇଛେ ବଲି ସେ କହିଥିଲେ। ଘଟନା ବାବ୍‌ଦେ କୁଲୁତାପଡ଼ା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଲିଙ୍ଗରାଜ ସୁନାକୁଁ ପଚରାଲାରୁ ଗୌତମକଁର ନଁା ତାଲିକାରେ ରହିଛେ, ସେ ବହୁତ୍‌ ଜଲଦି ଯୋଜନାର ଲାଭ ପାଏବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା; ଜୀବନ ହାରିଲେ ଛାତ୍ରୀ, ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠିକୁ ନେଇ ଚର୍ଚ୍ଚା

ନାଗପୁର, ୫।୬(ପି.ଟି.): ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଗତ ମେ ୩ ତାରିଖରେ ଅନୁଷ୍ଠିତ ଏନ୍‌ଇଇଟି(ୟୁଜି) ପରୀକ୍ଷା ଦେଇଥିଲେ। ଆଶା ଥିଲା ଭଲ ର଼୍ୟାଙ୍କ…

ଆସିଲା ସାଂଘାତିକ ରିପୋର୍ଟ: ଏହି କାରଣରୁ ୧୫ ଲକ୍ଷ ଶିଶୁଙ୍କ ଘଟୁଛି ମୃତ୍ୟୁ

ଜେନେଭା, ୫ା୬:ଅପମିଶ୍ରିତ ଏବଂ ଦୂଷିତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ସାଙ୍ଘାତିକ ସ୍ଥିତିରେ…

ଏହିସବୁ ଜିଲା-ଉପଖଣ୍ଡର ବଦଳିବ ନାଁ: ଜାଣନ୍ତୁ ଲିଷ୍ଟ୍‌ରେ ଅଛି କେଉଁ ସ୍ଥାନ

ଭୁବନେଶ୍ୱର,୫।୬(ରବିନାରାୟଣ ଜେନା):ରାଜ୍ୟରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲା, ବ୍ଲକ୍‌, ତହସିଲ ଓ ପୌରାଞ୍ଚଳର ତ୍ରୁଟିପୂର୍ଣ୍ଣ ଇଂଲିଶ ବନାନର ସଂଶୋଧନ ପ୍ରକ୍ରିୟା ଆରମ୍ଭ…

ଠିକା ସଂସ୍ଥାର ବେପରୁଆ ନୀତି: ଲାଇଟ ଲଗାଇବା ବାହାନାରେ ଖୋଳିଦେଲେ ରାସ୍ତା

ଗଞ୍ଜାମ,୫।୬(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସିର ୱାର୍ଡ ନମ୍ବର ୫ର ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଅବସ୍ଥା ଏତେ ଖରାପ ଯେ, ସାଇକେଲ, ବାଇକ ହେଉ…

ଦିଲ୍ଲୀ ୟୁନିଭର୍ସିଟି ପ୍ରଫେସରଙ୍କୁ ହତ୍ୟା, ବାହାର ପଟୁ ତାଲା ଦେଇ….

ନୂଆଦିଲ୍ଲୀ,୫।୬:  ଦିଲ୍ଲୀ ୟୁନିଭର୍ସିଟିର ଜଣେ ପ୍ରଫେସରଙ୍କୁ ସେ ରହୁଥିବା ଏକ ଫ୍ଳାଟ୍‌ରେ ହତ୍ୟା କରାଯାଇଛି । ଦିଲ୍ଲୀ ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା…

ବିଶ୍ବରେ ଚହଳ! ପୁଟିନ ମୋଦିଙ୍କ ପ୍ରଶଂସା କରିବା ପରେ ଟ୍ରମ୍ପ କହିଦେଲେ ଏତେ ବଡ଼ କଥା, ଫାଇଦା ଉଠାଇଛି….

ଓ୍ବାଶିଂଟନ,୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏବଂ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri