Posted inଫୁରସତ

ବିଚିତ୍ର ବାହାଘର ଭୋଜି

ସାଧାରଣତଃ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଭାବିଥାନ୍ତି ଯେ, ନାନା ରକମର ସ୍ବାଦିଷ୍ଟ ଖାଦ୍ୟ ତଥା ପାନୀୟର ବ୍ୟବସ୍ଥା ହୋଇଥିବ। ତେଣୁ ଭଲକରି ଗଣ୍ଡେ ଭୁରିଭୋଜନ ମିଳିବ। ହେଲେ ଯଦି ବାସ୍ତବରେ ସେମିତି ହୋଇ ନଥାଏ, ତା’ହେଲେ କେମିତି ଲାଗିବ ଆପଣଙ୍କୁ? ଏଠାରେ ସେମିତି ଗୋଟେ ବିଚିତ୍ର ଘଟଣାର ଅବତାରଣା କରାଯାଉଛି। ଘଟଣାଟି ଆମେରିକାର। ଗୋଟିଏ ବାହାଘର ଭୋଜିକୁ ନିମନ୍ତ୍ରିତ ହୋଇ ଯାଇଥିବା ଅତିଥିମାନେ ଦେଖିବାକୁ ପାଇଥିଲେ ଯେ, ସେଠାରେ କେବଳ ପ୍ରସ୍ତୁତ ହୋଇଛି ଗାଜର, ଖଣ୍ଡ ଖଣ୍ଡ କଟାଯାଇଥିବା କମଳା, ଅମୃତଭଣ୍ଡା ଇତ୍ୟାଦି। ତେବେ ସବୁଠୁ ବିସ୍ମୟକର ଥିଲା ପନିର ରଖାଯାଇଥିବା ସ୍ଥାନଟି। ସେଠାରେ ସତସତିକା ପନିର ବଦଳରେ ଥୁଆ ହୋଇଥିଲା ପ୍ଲାଷ୍ଟିକ୍‌ରେ ତିଆରି ପନିର। ଅବଶ୍ୟ ସେସବୁ ସତସତିକା ପନିର ଭଳି ଦେଖାଯାଉଥିଲା। ଏ ସବୁ ଦେଖିବା ପରେ ନିମନ୍ତ୍ରିତ ଅତିଥିମାନଙ୍କର ହୋସ୍‌ ଉଡ଼ିଯାଇଥିଲା। ତେବେ କେତେକେ ଅତି ଗୋପନୀୟତାର ସହିତ ମୋବାଇଲ୍‌ରେ ସେସବୁ ଭୋଜି ଆଇଟମ୍‌ର ଫଟୋ ଓ ଭିଡିଓ କରିଆଣିଥିଲେ ଏବଂ ତାହାକୁ ସୋସିଆଲ୍‌ ମିଡିଆରେ ଛାଡ଼ିଦେଇଥିଲେ। ତା’ପରେ ଯାଇ ଆରମ୍ଭ ହୋଇଥିଲା ଚର୍ଚ୍ଚା। ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ କରିଥିବା ଜଣେ ନିମନ୍ତ୍ରିତ ଅତିଥି ଫଟୋର ଶିରୋନାମା ରଖିଥିଲେ: ସ୍ବାଦିଷ୍ଟ ଭୋଜି, କେବଳ ଆଖିରେ ଦେଖିବା ପାଇଁ!


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri