Posted inଫୁରସତ

ବିଚିତ୍ର ପରମ୍ପରା: ଭିଲ୍‌ ଜନଜାତିର ଗବରି ପର୍ବ

ଉଦୟପୁର: ରାଜସ୍ଥାନର ମେବାର ଅଞ୍ଚଳରେ ରହନ୍ତି ଭିଲ ସମ୍ପ୍ରଦାୟର ଜନଜାତି। ଏମାନଙ୍କୁ ମାନବ ଜାତିର ସବୁଠୁ ପୁରୁଣା ଜାତି ବୋଲି କୁହାଯାଏ। ଏହି ସମ୍ପ୍ରଦାୟର ଲୋକମାନେ ଭାଦ୍ରବ ମାସରେ ଲୋକନୃତ୍ୟନାଟିକା ଗବରି ପାଳନ କରନ୍ତି। ବାଂସବାଡା,ଡୁଙ୍ଗରପୁର, ରାଜସମନ୍ଦ ଓ ଉଦୟପୁରର କିଛି ଗାଁରେ ଏହା ଏବେ ପାଳନ କରାଯାଉଛି। ଏହି ପର୍ବ ୪୦ଦିନ ଧରି ଚାଲେ। ଗବରି କରୁଥିବା ଲୋକମାନେ ଏହି ଦିନମାନଙ୍କରେ ମଦ ପିଅନ୍ତିନାହିଁ କି ଜୋତା ପିନ୍ଧନ୍ତିନି। ସେମାନେ ତଳେ ଶୁଅନ୍ତି ଓ ଦିନବେଳା ଥରେ ଖାଆନ୍ତି। ଏହି ଲୋକନୃତ୍ୟ ଗାଁରେ ସୁଖଶାନ୍ତି ଆଣେ ବୋଲି ସେମାନେ ବିଶ୍ୱାସ କରନ୍ତି। ପୂରା ଗାଁ ଏହି ପର୍ବ ପାଳନରେ ମାତିଯାଆନ୍ତି। ମେବାର ବ୍ୟତୀତ ଗବରି ଲୋକ ପରମ୍ପରା ଦେଶରେ ଆଉ କେଉଁଠାରେ ପାଳନ କରାଯିବା ଦେଖାଯାଏନି। ଶିବ-ପାର୍ବତୀଙ୍କୁ କେନ୍ଦ୍ର କରି ଏହି ପର୍ବ ପାଳନ କରାଯାଏ। ଗବରି ପାଳନ କରାଯାଉଥିବା ଗାଁର ପ୍ରତ୍ୟେକ ଆଦିବାସୀ ପରିବାରରେ ଜଣେ ସଦସ୍ୟ ଏହି ବ୍ରତ ରଖନ୍ତି। ଯେଉଁ ଗାଁରେ ଝିଅଙ୍କର ବାହାଘର ହୋଇଥାଏ ସେହି ଗାଁକୁ ଗବରି ନୃତ୍ୟ କରୁଥିବା ବ୍ୟକ୍ତି ଯାଇ ନୃତ୍ୟ କରିଥାନ୍ତି। ମାଦଲ ଓ ଥାଳି ବଜାଇ ସେମାନେ ନୃତ୍ୟ କରନ୍ତି ଓ ଏହାକୁ ରାଇ ନୃତ୍ୟ କୁହାଯାଏ। ଏହି ନୃତ୍ୟ କେବଳ ପୁରୁଷମାନେ ହିଁ କରନ୍ତି। ଗବରି ଶବ୍ଦ ମା’ ଗୌରୀରୁ ଆସିଛି। ଏହାକୁ ଉଦ୍ଧବ ଶିବ-ଭସ୍ମାସୁର କଥା ବୋଲି ମାନିଥାନ୍ତି। ଗବରି ଅବସରରେ ଗଣପତି କାନାଗୁଜରି,ଯୋଗୀ ,ଲାକ୍ଷା ବଞ୍ଜାରା ଆଦି ଖେଳ ଅନୁଷ୍ଠିତ ହୋଇଥାଏ। ଏହି ଖେଳ ପାଇଁ ଭିଲ ଲୋକମାନେ ଗୈରଜା ମାତା ମନ୍ଦିରକୁ ଯାଇ ପାତି (ଖେଳିବା ପାଇଁ ଅନୁମତି) ଭିକ୍ଷା କରନ୍ତି। ଏହା ଏକ ପରମ୍ପରା। ଏହି ପରମ୍ପରା ଅନୁଯାୟୀ ଦେବୀଙ୍କୁ ପୂଜା କରାଯିବା ପରେ ମନ୍ଦିରରେ ଥିବା ପୂଜାରୀଙ୍କୁ ଯେତେବେଳେ ମା ପ୍ରସନ୍ନ ହୁଅନ୍ତି ସେତେବେଳେ ତାଙ୍କୁ ଗବରି ଖେଳିବା ପାଇଁ ଅନୁମତି ଭିକ୍ଷା କରାଯାଏ। ଏହା ପାଇବା ପରେ ଖେଳକୁ ବାହାରିଯାଆନ୍ତି ଭିଲ୍‌ମାନେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri