‘ବିଗ୍‌ ବସ୍‌’ ଟ୍ରଫିର ଝଲକ ଦେଖି ପ୍ରଶଂସକ ଦିଓ୍ବାନା: ମନପସନ୍ଦ ପ୍ରତିଯୋଗୀଙ୍କ ପାଇଁ ଚାଲୁଛି କ୍ୟାମ୍ପେନ୍‌

ବମ୍ବେ: ଆଉ କିଛି ଦିନ ପରେ ଶେଷ ହେବ ‘ବିଗ୍‌ ବସ୍‌’। ପ୍ରଶଂସକମାନେ ବିଜେତା କିଏ ହେବ ସେ ନେଇ ଉତ୍ସାହିତ ରହିଥିବା ବେଳେ ଶୋ’ ହୋଷ୍ଟ ସଲ୍‌ମାନ ଖାଁ ଟ୍ରଫିର ଝଲକ ଦେଖାଇଛନ୍ତି। ଚଳିତ ସିଜିନ୍‌ ୧୩ତମ ହୋଇଥିବାରୁ ଟ୍ରଫିରେ ଏହିପରି ବିବି ଲେଖାଯାଇଛି। ଏଥିସହ ଚାରିପଟେ ହୀରା ଲଗାଯାଇଛି। ନୀଳ ରଙ୍ଗର ଏହି ଟ୍ରଫିଟି ପୂର୍ବଠାରୁ ବେଶ୍‌ ଅଲଗା ନଜରକୁ ଆସୁଛି। ଏହା ଦେଖିବା ପରେ ପ୍ରଶଂସକମାନେ ଦିଓ୍ବାନା ହୋଇଯିବା ସହ ନିଜ ମନପସନ୍ଦ ପ୍ରତିଯୋଗୀଙ୍କ ପାଇଁ କ୍ୟାମ୍ପେନ୍‌ କରୁଛନ୍ତି।

ଶୋ’ ଏବେ ଅନ୍ତିମ ଚରଣରେ ଥିବା ବେଳେ ଏବେ ଘରେ ୭ଜଣ ପ୍ରତିଯୋଗୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ବାହାରିବା ପରେ ୫ଜଣ ଫାଇନାଲିଷ୍ଟ ମିଳିବ। ସେମାନଙ୍କ ମଧ୍ୟରୁ ଜଣେ ବିଜେତା ହେବେ। ତେବେ ଚଳିତ ଥର ଆସିମ ରିଆଜ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ। ଏହାଛଡ଼ା ଶେହନାଜ ଗିଲ, ରଶ୍ମି ଦେଶାଇ ଓ ପାରଶ ଛାବଡ଼ାଙ୍କ ମଧ୍ୟରୁ କେହି ତାଙ୍କୁ ଟକ୍କର ଦେଇପାରନ୍ତି ବୋଲି କୁହାଯାଉଛି।

ଆସିମ୍‌ଙ୍କ ସମର୍ଥନରେ ଅନ୍ତର୍ଜାତୀୟ ଖେଳାଳି ଜନ୍‌ ସେନା ବାହାରିଛନ୍ତି। ସେହିଭଳି ସିଦ୍ଧାର୍ଥ ଶୋ’ରେ ଅଧିକ ଜଡ଼ିତ ରହୁଥିବାରୁ ସେ ଜିତିବା ସୁନିଶ୍ଚିତ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ସେ ଯାହା ହେଉନା କାହିଁକି, ଚଳିତ ସପ୍ତାହରେ ତାହା ସ୍ପଷ୍ଟ ହୋଇଯିବ। ଶନିବାର ଶୋ’କୁ ଏହାର ବିଜେତା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଲେ ତସଲିମା

କୋଲକାତା,୩।୮: ବାଂଲାଦେଶରୁ ବହିଷ୍କୃତ ଏବଂ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ…

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

ପଛକୁ ହଟିଲେ ଟ୍ରମ୍ପ: ସାରା ବିଶ୍ୱରେ ଯୋର ଧରିଲାଣି ଚର୍ଚ୍ଚା, ପୁଣି ଇରାନ ସହ ହେବ ଶାନ୍ତି ବାର୍ତ୍ତା

ତେହରାନ/ଓ୍ବାଶିଂଟନ,୩।୮: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି, କିନ୍ତୁ ଏହା ମଧ୍ୟରେ,…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri