‘ବିଗ୍‌ବସ୍‌-୧୩’ର ଏହି ତିନିଜଣ ପ୍ରତିଯୋଗୀଙ୍କୁ ପସନ୍ଦ କରୁଛନ୍ତି ଭୁବନେଶ୍ୱରୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ବସ୍‌-୧୩’। ଶୋ’ ନିର୍ମାତା ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଡୋଜ୍‌ ଦେବାକୁ ଭଳିକିଭଳି ଉପାୟ ଆପଣାଉଛନ୍ତି। ନୂଆ ନୂଆ ଟୁଇଷ୍ଟ ଆଣ୍ଡ ଟର୍ନ ଯୋଗୁ ଶୋ’ ଟିଆର୍‌ପି ତାଲିକାର ଶୀର୍ଷରେ ରହିଆସୁଛି। ତେବେ ଯଦି ଶୋ’ର ଫର୍ମାଟ୍‌କୁ ଦେଖାଯାଏ, ବିଶେଷକରି ବିବାଦୀୟ ବ୍ୟକ୍ତିବିଶେଷଙ୍କୁ ଏଥିରେ ସୁଯୋଗ ଦିଆଯାଇଥାଏ। ଚଳିତ ଥର ଏଭଳି କିଛି ପ୍ରତିଯୋଗୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଏବେ ଶୋ’ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସେଲିବ୍ରିଟିମାନେ ନିଜ ନିଜ ପସନ୍ଦର ପ୍ରତିଯୋଗୀମାନଙ୍କ ସମର୍ଥନରେ ବାହାରୁଛନ୍ତି। ଏହି କ୍ରମରେ ଶ୍ରୀସନ୍ଥଙ୍କ ସହଧର୍ମିଣୀ ଭୁବନେଶ୍ୱରୀ ମଧ୍ୟ ବିଗ୍‌ବସ୍‌ର ବଡ଼ ପ୍ରଶଂସକ। ସେ ଏହାର ୩ଜଣ ପ୍ରତିଯୋଗୀଙ୍କୁ ସମର୍ଥନ କରୁଛନ୍ତି। ସେମାନେ ହେଲେ ଆସିମ୍‌ ରିଆଜ୍‌, ଶେହନାଜ୍‌ ଗିଲ୍‌ ଏବଂ ରଶ୍ମି ଦେଶାଇ। ଏମାନଙ୍କୁ ସେ ଟପ୍‌-୩ରେ ଦେଖିବାକୁ ଚାହୁଁଛନ୍ତି। ଅପରପକ୍ଷେ ଏକରକମ ଶୋ’ର ବିଜେତା କୁହାଯାଉଥିବା ସିଦ୍ଧାର୍ଥ ଶୁକ୍ଳା ତାଙ୍କୁ ପସନ୍ଦ ନ ଥିବା ସେ କହିଛନ୍ତି। ଏନେଇ ଭୁବନେଶ୍ୱରୀ ଟୁଇଟ୍‌ କରିଛନ୍ତି।


ବିଗ୍‌ବସ୍‌ର ପୂର୍ବ ସିଜନ୍‌ରେ ପ୍ରତିଯୋଗୀ ଥିଲେ ଶ୍ରୀସନ୍ଥ। ମ୍ୟାଚ୍‌ ଫିକ୍ସିଂ ମାମଲାରେ ସେ ଜେଲ ଯିବା ପରେ ବିବାଦରେ ରହିଆସୁଥିଲେ। ଏପରିକି ତାଙ୍କୁ କ୍ରିକେଟ୍‌ ଟିମ୍‌ରୁ ବାହାର କରିଦିଆଯାଇଥିଲା। ପରେ ସେ ଏହି ମାମଲାରେ ଦୋଷମୁକ୍ତ ହୋଇଥିଲେ ହେଁ ପୁନର୍ବାର ଖେଳଜଗତକୁ ଫେରିପାରି ନ ଥିଲେ। ଏହାର କିଛିଦିନ ପରେ ବିଗ୍‌ବସ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମ ରନର୍ସ ଅପ୍‌ ମଧ୍ୟ ସେ ହୋଇଥିଲେ। ଶ୍ରୀସନ୍ଥଙ୍କ ଜୀବନଯାତ୍ରାକୁ ଯଦି ଦେଖାଯାଏ, ତେବେ ଧର୍ମପତ୍ନୀ ଭୁବନେଶ୍ୱରୀ ତାଙ୍କର ଶକ୍ତି ବୋଲି କୁହାଯାଏ। ବିଗ୍‌ବସ୍‌ରେ ଶ୍ରୀସନ୍ଥ ଥିବା ସମୟରେ ସେ ସମର୍ଥନ କରିଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri