ବିକ୍ରି ହେଉନି କ୍ଷୀର, ଛେନା: ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦୁଗ୍ଧଚାଷୀ

ପୁରୀ ଅଫିସ,୧ା୪: କରୋନା ପାଇଁ ୨୧ଦିନିଆ ଲକ୍‌ଡାଉନ ହୋଇଛି ଦେଶ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ଆଉ ସବୁକିଛି ବନ୍ଦ ହୋଇଯାଇଛି। କେବଳ ଘର ଭିତରେ ରହିବାକୁ ସଚେତନ କରାଯାଉଛି। ସମସ୍ତେ ଏକପ୍ରକାର ଘର ଭିତରେ ବନ୍ଦୀ ଜୀବନ କଟାଉଛନ୍ତି। ଫଳରେ ଅନେକଙ୍କ ଜୀବନଜୀବିକା ଉପରେ ଏହାର ପ୍ରଭାବ ପଡିଛି । ଏହାଦ୍ୱାରା ଚାଷୀ, ଦିନମଜୁରିଆ ଏବଂ ଅନ୍ୟ ଉପରେ ନିର୍ଭର କରୁଥିବା ଲୋକେ ପରିବାର ପ୍ରତିପୋଷଣ କିପରି କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି। ଅନେକ ଚାଷୀ ଅଛନ୍ତି ଯେଉଁମାନେ ଧାର, କରଜ ଏବଂ ହାଡ଼ଭଙ୍ଗା ପରିଶ୍ରମ କରି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଉତ୍ପାଦନ କରୁଛନ୍ତି। କିନ୍ତୁ ବିକ୍ରିବଟାର ସୁଯୋଗ ନ ଥିବାରୁ ସେମାନେ ହତାଶ ହୋଇ ପଡିଛନ୍ତି। ଇତିମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନକୁ ସପ୍ତାହେ ବିତିଯାଇଛି। ଆଗକୁ ଆହୁରି ଦୁଇସପ୍ତାହ ଅଛି। କ’ଣ କରିବେ, କିପରି ପରିବାର ମୁହଁରେ ଦାନା ଦି ମୁଠା ଦେବେ ଚିନ୍ତା ଘାରିଛି ଅନେକଙ୍କୁ। ଏଭଳି ସଙ୍କଟ ମଧ୍ୟରେ ପୁରୀ ଜିଲାର ହଜାର ହଜାର ଦୁଗ୍ଧଚାଷୀ ଏମିତି ଦୁର୍ଦ୍ଦିନରେ ଏବେ ଦିନ କାଟୁଛନ୍ତି।
କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ୨୧ଦିନିଆ ଦେଶବ୍ୟାପୀ ଲକ୍‌ ଡାଉନକୁ ସପ୍ତାହେ ବିତିଯାଇଛି। ଏଥିଲାଗି ବନ୍ଦ ରହିଛି ଦୋକାନ ବଜାର। ହୋଟେଲ, ରେଷ୍ଟୁରାଣ୍ଟଠାରୁ ଆରମ୍ଭ କରି ରାସ୍ତାକଡ଼ ଜଳଖିଆ ଦୋକାନରେ ଝୁଲୁଛି ତାଲା । ମିଠା ବ୍ୟବସାୟ ଏକପ୍ରକାର ଠପ୍‌ ହୋଇଯାଇଛି । ଅଚାନକ ଲକ୍‌ ଡାଉନ ଯୋଗୁ ଅନେକ ମିଠା ବ୍ୟବସାୟୀ ହଜାର ହଜାର ଟଙ୍କା କ୍ଷତି ସହିଛନ୍ତି । କେଉଁଠି ଏବେ ତିଆରି ହେଉନି ରସଗୋଲା, ଝିଲ୍ଲୀ, ଛେନାଗଜା, ସନ୍ଦେଶ, ରାବିଡ଼ି, ଗୋଲାପଜାମୁ, ଛେନା ରସାବଳୀ ଇତ୍ୟାଦି ସୁସ୍ବାଦୁଯୁକ୍ତ ମିଠା । ସେହିପରି ଚା’ ଦୋକାନ ବି ବନ୍ଦ ରହିଛି। ଫଳରେ ଦୁଗ୍ଧଚାଷୀ ଏବଂ କ୍ଷୀର, ଛେନା ବ୍ୟବସାୟୀ ହାତବାନ୍ଧି ଘରେ ବସିଛନ୍ତି। ବିଶେଷକରି ଅଧିକ ହନ୍ତସନ୍ତ ହେଉଛନ୍ତି ଦୁଗ୍ଧଚାଷୀ। ବିଭିନ୍ନ ଦୁଗ୍ଧ ସମବାୟ ସମିତିଠାରୁ ଓମ୍‌ଫେଡ ନିୟମିତ କ୍ଷୀର ନେଉ ନ ଥିବାବେଳେ ଅନ୍ୟ ଦୁଗ୍ଧ କମ୍ପାନୀ ଆଦୌ କ୍ଷୀର ସଂଗ୍ରହ କରୁନାହାନ୍ତି। ଫଳରେ ଦୁଗ୍ଧ ଓ ଛେନାର ଅଭାବୀ ବିକ୍ରି ସୃଷ୍ଟି ହୋଇଛି ।
ପୁରୀ ଜିଲାର କାକଟପୁର, ନୟାହାଟ, ଗୋପ, ଚାରିଛକ, ବାଙ୍ଗୁରିଗାଁ, କୋଣାର୍କ ଆଦି ଅଞ୍ଚଳରୁ ନିୟମିତ କ୍ଷୀର ଏବଂ ଛେନା ଭୁବନେଶ୍ୱର, ପୁରୀ, କଟକ, ପାହାଳ, ପିପିଲି, ନିମାପଡ଼ାକୁ ପଠାଯାଇଥାଏ। କ୍ଷୀର, ଛେନା ବ୍ୟବସାୟ କରି ଶହଶହ ବ୍ୟବସାୟୀ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ଏଥିସହ ଦୁଗ୍ଧ ଚାଷୀମାନେ ନିଜ ନିଜ ଦୁଆରେ କ୍ଷୀର ବିକ୍ରି କରି ନିଜ ପରିବାର ଚଳାଉଥିବାବେଳେ ଗାଈଙ୍କୁ ଖାଇବାକୁ ଦେଇପାରୁଥିଲେ। ହେଲେ ଏବେ ଦୁଗ୍ଧ ଓ ଛେନା ବିକ୍ରି ଏକପ୍ରକାର ବନ୍ଦ ରହିଥିବାରୁ ଦୁଗ୍ଧ ବ୍ୟବସାୟ ଉପରେ ନିର୍ଭରଶୀଳ ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଦୋକାନ, ବଜାର ବନ୍ଦ ରହିଥିବାରୁ ଦୁଗ୍ଧ ଚାଷୀ ଗୋ-ଖାଦ୍ୟ ମଧ୍ୟ ସୁବିଧାରେ ପାଇପାରୁ ନାହାନ୍ତି। ଜିଲାର କାକଟପୁର ବ୍ଲକରେ ପ୍ରାୟ ୧ ହଜାର ଦୁଗ୍ଧଚାଷୀ ଦୈନିକ ୧୫ ହଜାର ଲିଟର କ୍ଷୀର ଓ ୫୦ କିଗ୍ରା ଛେନା, ଅସ୍ତରଙ୍ଗ ବ୍ଲକରେ ପ୍ରାୟ ୮୦୦ ଚାଷୀ ୧୦ ହଜାର ଲିଟର କ୍ଷୀର ଓ ୪୦ କିଗ୍ରା ଛେନା, ଗୋପ ବ୍ଲକରେ ପ୍ରାୟ ୧୫୦୦ ଚାଷୀ ୧୫ ହଜାର ଲିଟର କ୍ଷୀର ଓ ୭୫ କିଗ୍ରା ଛେନା, ନିମାପଡ଼ା ବ୍ଲକରେ ପ୍ରାୟ ୧୨୦୦ ଚାଷୀ ୧୨ ହଜାର ଲିଟର କ୍ଷୀର ଓ ୫୦ କିଗ୍ରା ଛେନା ଏବଂ ପିପିଲି ବ୍ଲକରେ ପ୍ରାୟ ୧ ହଜାର ଚାଷୀ ଦୈନିକ ୧୦ ହଜାର ଲିଟର କ୍ଷୀର ଓ ୫୦ କିଗ୍ରା ଛେନା ବିକ୍ରି କରିଆସୁଥିଲେ। କିନ୍ତୁ ଏବେ ସେମାନେ ଏକପ୍ରକାର ହାତବାନ୍ଧି ବସିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ୟାକେଜ ଘୋଷଣା କରିଥିଲେ ମଧ୍ୟ ଦୁଗ୍ଧଚାଷୀଙ୍କ ପାଇଁ କୌଣସି ସାହାଯ୍ୟ ଘୋଷଣା କରାଯାଇ ନାହିଁ। ଏ ଦିଗରେ ସରକାର ଦୃଷ୍ଟି ଦେବାକୁ ଦୁଗ୍ଧ ଚାଷୀମାନେ ଦାବି କରିଛନ୍ତି।
ଅସ୍ତରଙ୍ଗର ଛେନା ବ୍ୟବସାୟୀ ସନାତନ ବେହେରା କହିଛନ୍ତି, ପ୍ରାୟ ସବୁଦିନ ଆମ ଅଞ୍ଚଳରୁ ୨୦ରୁ ଊର୍ଦ୍ଧ୍ୱ ଦୁଗ୍ଧଚାଷୀ ଓ ବ୍ୟବସାୟୀ ଗାଡ଼ିରେ କ୍ଷୀର ଓ ଛେନା ନେଇ ପୁରୀ ଯାଇ ବିଭିନ୍ନ ହୋଟେଲ ଏବଂ ଦୋକାନରେ ବିକ୍ରି କରିଥାଉ। ଏବେ ହାତବାନ୍ଧି ଘରେ ବସିଛୁ। ପ୍ରତିଦିନ ଘର କ୍ଷୀରକୁ ପରିବାର ସଦସ୍ୟ ଖାଉଥିବାବେଳେ ପଡ଼ୋଶୀଙ୍କୁ ବି ଦେଉଛୁ। କରୋନା କଟକଣା ଆମ ପାଇଁ ଦୁଃଖ ଆଣିଛି। ରଘୁନାଥ ବେହେରା କହିଛନ୍ତି, ୨/୩ ଦିନରେ ଥରେ ସମବାୟ ସମିତି କ୍ଷୀର ନେଉଛି। ଦୋକାନ, ବଜାର ବନ୍ଦ କାରଣରୁ ସବୁଦିନ କ୍ଷୀର ଓ ଛେନା ବିକ୍ରି କରିପାରୁ ନାହୁ। ଅଭାବୀ ବିକ୍ରି ପାଇଁ ହନ୍ତସନ୍ତ ହେଉଛୁ। ସେହିପରି ଶଙ୍କର ଦାସ କହିଛନ୍ତି, ଅଭାବୀ ବିକ୍ରି ଯୋଗୁ ଗାଈଙ୍କୁ ଖାଇବାକୁ ଦେଉଥିବା ଦାନା ପଇସା ବି ଉଠାଇ ପାରୁନୁ। ଏଦିଗରେ ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପରସ୍ପର କଥା ହେଉନାହାନ୍ତି କି କୋହଲି-ଗମ୍ଭୀର: କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୭।୭: ବିରାଟ କୋହଲି ଏବଂ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବହୁତ ସମୟ ଧରି କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ…

ରେଳ ବିଭାଗର ବଡ଼ ଅପ୍‌ଡେଟ୍‌: ଜୁଲାଇ ୨୦ରେ ଏସବୁ ରୁଟ୍‌ରେ ଟ୍ରେନ୍‌ ବାତିଲ, ଯାଞ୍ଚ୍‌ କରିନିଅନ୍ତୁ ସ୍ଥିତି…

ନୂଆଦିଲ୍ଲୀ,୧୭ା୭: ପ୍ରତ୍ୟେକ ଟ୍ରେନ୍‌ ଯାତ୍ରୀ ଜାଣିଛନ୍ତି ଗୋଟିଏ ଟିକେଟ୍‌ କନ୍‌ଫର୍ମ ହେବା କେତେ କଷ୍ଟକର। କନ୍‌ଫର୍ମ ଟିକେଟଗୁଡ଼ିକ ଆର୍‌ଏସି କିମ୍ବା ଓ୍ବେଟିଂ ଲିଷ୍ଟକୁ ଟ୍ରାନ୍ସଫର କରାଯାଏ। ବହୁ…

ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ; ଦେଶବ୍ୟାପୀ ବିସ୍ଫୋରଣ ଯୋଜନା ପଣ୍ଡ

ଅହମଦାବାଦ,୧୭।୭: ଗୁଜୁରାଟ ATS ଜୈଶ-ଇ-ମହମ୍ମଦ ସହିତ ଜଡିତ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ପାଇ ଗୁଜୁରାଟ ଆତଙ୍କବାଦ ନିରୋଧୀ…

ଶୋଇଥିବାବେଳେ ଘର ମାଲିକାଣୀଙ୍କୁ ବାହାର ପଟୁ ଶିକୁଳି ମାରି ୪ ଛେଳି ଧରି ଛୁ, ସକାଳୁ ଉଠି ଦେଖିଲା ବେଳକୁ…

ପାଟଣା ,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥ ବାରିକଙ୍କ ଘର ଭିତରୁ…

ବୃଦ୍ଧ, ଗୁରୁତର ଅସୁସ୍ଥ କଏଦୀଙ୍କ ପାଇଁ ଖୁସି ଖବର: ସୁପ୍ରିମକୋର୍ଟ ଜାରି କଲେ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ବୃଦ୍ଧ, ଗୁରୁତର ଅସୁସ୍ଥ ଏବଂ ଅକ୍ଷମ କଏଦୀମାନଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସମସ୍ତ ରାଜ୍ୟ…

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ନାଗ ସାପ, ଖୋଲିବା ମାତ୍ରେ କଲା ସୁ ସୁ ଗର୍ଜନ, ଭିଡିଓ ଦେଖିଲେ…

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ସାଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ବ୍ୟାଗରୁ ହଠାତ୍‌ ଏକ ସାପ ବାହାରିଲା। ବିଷାକ୍ତ ସାପ ଦେଖିବା ପରେ…

ମର୍ମନ୍ତୁଦ ଦୁର୍ଘଟଣା; ସ୍କୁଲ ଭ୍ୟାନକୁ ପିଟିଲା ପାସେଞ୍ଜର ଟ୍ରେନ, ୨ ଛାତ୍ରଙ୍କ ସମେତ ୩ ମୃତ

କୋଲକାତା,୧୭।୭:ପଶ୍ଚିମବଙ୍ଗର ମୁର୍ଶିଦାବାଦ ବରହମପୁରରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି । ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍ । ଏହି…

ପ୍ରେମ ବିବାହର ୩ ବର୍ଷ ପରେ ବଦଳିଗଲା ସ୍ବାମୀର ମନ, ଖାଇବାକୁ ଦେବା ବାହାନାରେ ପାହାଡ଼କୁ ନେଇ କାଟିଦେଲେ….

ଭୋପାଳ,୧୭।୭: ମଧ୍ୟପ୍ରଦେଶର ଦେବାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ତାଙ୍କ ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri