ବିକାଶଠାରୁ ଦୂରରେ ନୂଆଗୁଡ଼ା

କୋରୁକୋଣ୍ଡା, ୨୪।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ କେନ୍ଦୁଗୁଡା ନିକଟସ୍ଥ ନୂଆଗୁଡା ଗ୍ରାମ ଏଯାଏ ଅବହେଳିତ ହୋଇ ରହିଛି। ୧୦ ପରିବାରର ୪୫ ଜଣ ରହୁଥିବା ଏହି ଗ୍ରାମରେ ବିକାଶ ଅପହଞ୍ଚ। ଗ୍ରାମବାସୀ ପାହାଡ ଉପରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେଲା ବସବାସ କରୁଛନ୍ତି। ଗତ ଜାନୁୟାରୀ ୪ରେ ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ପିପକୁପଦଠାରେ ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ ଲାଗି ବିଏସ୍‌ଏଫ ପକ୍ଷରୁ ଏକ ନୂତନ କ୍ୟାମ୍ପ ପ୍ରତିଷ୍ଠା ଲାଗି ପଦକ୍ଷେପ ନିଆଯାଇଥିଲା। ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ ପ୍ରଥମେ ସେମାନଙ୍କୁ ମୌଳିକ ସୁବିଧା ଦେବାକୁ ଦାବି କରି କ୍ୟାମ୍ପକୁ ବିରୋଧ କରିଥିଲେ। ଏହା ବଦଳରେ ସେମାନଙ୍କୁ ପାନୀୟ ଜଳ, ବିଦ୍ୟାଳୟ, ଅଙ୍ଗନଓ୍ବାଡି, ଛାତ୍ରାବାସ, ଚିକିତ୍ସାଳୟ ସୁବିଧା ମିଳୁ ବୋଲି ଦାବି କରିଥିଲେ। ପ୍ରଶାସନ ଏନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ବମ୍ବାରି, ଗୁଣ୍ଡି, ଗଣରବେଡା, କାରକାଗୁଡା, ସୁରିପଦା, ଚାଙ୍ଗପଦା, ବାୟାପଦା, ବଡାଣ୍ଡିଗୁଡା ଗ୍ରାମକୁ ରାସ୍ତାଟିଏ ନାହିଁ। ଏହି ସ୍ଥାନଗୁଡିକୁ ଯିବା ଆସିବା ପାଇଁ ପାହାଡିଆ ପାଦଚଲା ରାସ୍ତା ହିଁ ଭରସା। ରୋଗୀ ଓ ପ୍ରସୂତିଙ୍କୁ ଡାକ୍ତରଖାନା ନେବା ବେଳେ ଗ୍ରାମବାସୀଙ୍କ ଅବସ୍ଥା ନ କହିବା ଭଲ। କେନ୍ଦୁଗୁଡାର ନୂଆଗୁଡା ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ଏହି ଗ୍ରାମରେ ନଳକୂପ ଥିଲେ ମଧ୍ୟ ଏହାର ପାଣି ନାଲି ଓ ପାନୀୟ ଅନୁପଯୋଗୀ। ଗ୍ରାମଠାରୁ ପ୍ରାୟ ୨/୩ କି.ମି. ଦୂରରେ ଥିବା ଏକ ଝରଣାରୁ ଗ୍ରାମବାସୀ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ଖରାଦିନେ ଝରଣାପାଣି କମିଯିବାରୁ ସ୍ଥାନେ ସ୍ଥାନେ ଜମାହୋଇଥିବା ପାଣିରେ ପଡିଥିବା ପତ୍ର, କାଠିକୁଟାକୁ ବାହାର କରି ନେଇଥାନ୍ତି। ଝରଣା ପାଣି ପୁରାପୂରି ଭାବେ ଶୁଖିଗଲେ ଚିତ୍ରକୋଣ୍ଡା ଜଳଭଣ୍ଡାରର ଦୁର୍ଷିତ ପାଣି ପିଇବାକୁ ବାଧ୍ୟ ହୁଅନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ। ଗ୍ରାମବାସୀଙ୍କ ଅଧିକାଂଶ ଜମି ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ଥିବାରୁ ଚାଷ କରିବାରେ ଅସୁବିଧା ହେବାରୁ ନିକଟସ୍ଥ ଦୁଇ ପାହାଡରେ ଥିବା ଗଛ କାଟି ସଫା କରି ସେହି ପାହାଡରେ ଧାନ, ମାଣ୍ଡିଆ, ବିରି, କୋଳଥ ଆଦି ଚାଷ କରନ୍ତି ବୋଲି କହନ୍ତି ଗ୍ରାମର ସୁକା ଖାଡିଙ୍ଗିଆ, ବୁଦୁ ଖାଡିଙ୍ଗିଆ, ଲାଚ୍ଛା ମୁଦୁଲି, ସାଇବ ଶିଶା, ଲଛି ଶିଶା ଓ କମଳା ଶିଶା। ଗ୍ରାମରେ ୧୦ ପରିବାର ଥିଲେ ମଧ୍ୟ ୨ ଜଣ ସରକାରୀ ଆବାସ ଯୋଜନାରେ ବାସଗୃହ ପାଇଛନ୍ତି। ଅନ୍ୟମାନେ ଏଥିରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ପ୍ରସୂତି

ରାୟଗଡା ଅଫିସ, ୧୮।୩: ଖଟରେ ବୁହା ହେଲେ ପ୍ରସୂତି। ଗ୍ରାମକୁ ରାସ୍ତା ନ ଥିବାରୁ ପ୍ରସୂତିଙ୍କୁ ଖଟରେ ବୁହା ହୋଇଥିବା ଭଳି ଘଟଣା ଦେଖିବାକୁ ମିଳିଛି...

ପେସା ଆଇନ ଉଲ୍ଲଂଘନ କରୁଛି ମୈତ୍ରୀ କମ୍ପାନୀ

ରାୟଗଡ଼ା,୧୯ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଖଣି ଖନନକୁ ବିରୋଧ କରିବାରୁ ଅଞ୍ଚଳବାସୀଙ୍କ ଉପରେ ଜୁଲମ କରୁଛନ୍ତି ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷ। ଗ୍ରାମସଭା...

୧୦୧୯୦ ଡଙ୍ଗରିଆଙ୍କୁ ମିଳିବ ମାଗଣା ଚକ୍ଷୁ ଚିକିତ୍ସା

ରାୟଗଡ଼ା ଅଫିସ/ବିଷମକଟକ, ୧୭ା୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ଖଜୁରି ଏବଂ କାଡ୍ରାଗୁମ୍ମା ଗ୍ରାମରେ ଓଡ଼ିଶା ଆଦିବାସୀ ଚକ୍ଷୁରୋଗ ଗବେଷଣା ପ୍ରକଳ୍ପ(ଟ୍ରାଇବାଲ ଓଡ଼ିଶା...

କ୍ଷତି ସହୁଛନ୍ତି ରାୟଗଡ଼ାର ସୀତାଫଳ ଚାଷୀ

ରାୟଗଡ଼ା ଅଫିସ,୧ା୧୧:ଋତୁକାଳୀନ ଉପତ୍ାଦିତ ସ୍ବାଦିଷ୍ଟ ଫଳ ମଧ୍ୟରେ ସୀତାଫଳ(ଆତ)ର ବେଶ୍‌ ଚାହିଦା। ଉପାନ୍ତ ରାୟଗଡ଼ା ଜିଲାରେ ଏହାର ଉତ୍ପାଦନ ଅଧିକ ହୋଇଥାଏ। ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର...

ଦୁଇ ମନ୍ଦିରରୁ ଚୋରି, କାଳି ମନ୍ଦିର ହୁଣ୍ଡିରୁ ୧ଲକ୍ଷ ଟଙ୍କା ସମେତ ସୁନା ଓ ରୂପା ଗହଣା ଗାଏବ

ରାୟଗଡା,୨୦।୫(ସ୍ବ.ପ୍ର): ରାୟଗଡା ଏସପି ବାସଗୃହ ନିକଟସ୍ଥ କାଳୀ ମନ୍ଦିରରୁ ଚୋରି ହୋଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ କାଳୀ ମନ୍ଦରି ମୁଖ୍ୟ...

ସିଆର୍‌ପିଏଫ୍‌ କ୍ୟାମ୍ପରେ ସ୍ବାଧୀନତା ଦିବସ, ରକ୍ଷାବନ୍ଧନ

ରାୟଗଡ଼ା ଅଫିସ, ୧୫।୮- ରାୟଗଡାସ୍ଥିତ ସିଆର୍‌ପିଏଫ୍‌ର ୪ର୍ଥ ବାଟାଲିୟନ କ୍ୟାମ୍ପରେ ଗୁରୁବାର ସ୍ବାଦୀନତା ଦିବସ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ୪ର୍ଥ ବାଟାଲିୟନ କମାଣ୍ଡାଣ୍ଟ...

ବଙ୍କରରେ ଫସିଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ର

ରାୟଗଡ଼ା ଅଫିସ,୨୬ା୨: ରାୟଗଡ଼ା ସହର ନେହେରୁନଗର ନିବାସୀ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ରଙ୍କ ପୁଅ ଆଦିତ୍ୟ ନାରାୟଣ ୟୁକ୍ରେନ୍‌ରେ ଫସିଛନ୍ତି। ଆଦିତ୍ୟଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ...

କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୁଣପୁର,୨୪।୧୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଉଦ୍ଧବ ପାଢୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା।...

Advertisement
Archives

Model This Week