ବିକଳ୍ପ ସ୍ଥାନରେ ନିରନ୍ତର ସ୍ବାସ୍ଥ୍ୟସେବା ମିଳିବ

ସମ୍ବଲପୁର,୧୭ା୪(ବ୍ୟୁରୋ)-ଜିଲା ସଦରଡାକ୍ତରଖାନାରେ କୋଭିଡ-୧୯ ମେଡିକାଲ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରୋଗୀମାନଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଜିଲା ସଦର ଡାକ୍ତରଖାନା ଉପରେ ନିର୍ଭର କରୁଥିବା ରୋଗୀମାନଙ୍କ କୌଣସି ସମସ୍ୟା ହେବ ନାହିଁ । ବିକଳ୍ପ ସ୍ଥାନରେ ନିରନ୍ତର ସ୍ବାସ୍ଥ୍ୟସେବା ପୂର୍ବଭଳି ଯୋଗାଇ ଦିଆଯିବ ବୋଲି ଜିଲାପାଳ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ।
ଏଡିଏମ୍‌ ସୂର୍ଯ୍ୟନାରାୟଣ ଦାସ, ପିଡି ସୁକାନ୍ତ ତ୍ରିପାଠୀ, ସିଡିଏମ୍‌ଓ ଶଶୀ ଭୂଷଣ ପଟେଲ, ଜିଲା ସୂଚନା ଓ ଲୋକ ସମ୍ପର୍କ ଭାରପ୍ରାପ୍ତ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏ ନେଇ ସୂଚନା ଦେବା ସହ କହିଛନ୍ତି, ଜିଲା ସଦର ଡାକ୍ତରଖାନା ବିକଳ୍ପ ଭାବେ ଅଇଁଠାପାଲି ଓ ଜନାର୍ଦ୍ଦନ ପୁଜାରୀ ମାତୃମଙ୍ଗଳ କେନ୍ଦ୍ରରେ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ । ଧନୁପାଲି, କ୍ଷେତରାଜପୁର, ଧନକଉଡା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ୧୨ଘଣ୍ଟା ଖୋଲା ରହିବ। ଗୁରୁତର ରୋଗୀମାନଙ୍କୁ ବୁର୍ଲା ଭୀମସାର ନେବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବୁର୍ଲାରେ ଏବେ ରୋଗୀ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ା ତେଣୁ ସେଠାରେ କୌଣସି ସମସ୍ୟା ହେବ ନାହିଁ। ଜିଲାରେ ରୋଗୀ ସେବାରେ ସମସ୍ୟା ନ ହେବ ପାଇଁ ଗ୍ରାମଞ୍ଚଳ ଓ ସହରାଞ୍ଚଳରେ ବ୍ୟବସ୍ଥା କରାଯାଇଛି। କରୋନା ସଂକ୍ରମଣ ଭୟ ଥିବା ପର୍ଯ୍ୟନ୍ତ ସଦର ମେଡିକାଲରେ କୋଭିଡ-୧୯ ମେଡିକାଲ ରହିବ। ବୁର୍ଲା ଭୀମସାରର ଡାକ୍ତରୀ ଟିମ୍‌, ନର୍ସ ଓ ଅନ୍ୟକର୍ମଚାରୀ ଆବଶ୍ୟକ ସଂଖ୍ୟାରେ ରହିବେ ବୋଲି ବିଭାଗୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ, ଜିଲା ସଦର ଡାକ୍ତରଖାନାକୁ କୋଭିଡ-୧୯ ମେଡିକାଲ ନିର୍ମାଣ କାମ ଚାଲିଛି। ଏହାକୁ ନେଇ କେତେକ ମହଲରେ ବିରୋଧ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ

ତୁମୁଡ଼ିବନ୍ଧ,୨୭ା୭(ଦୀପକ କୁମାର ପରସେଠ): ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ୍‌(ପୂର୍ବରୁ ଲକ୍ଷ୍ମୀ ବସ୍‌) ଯୋଜନା ଆରମ୍ଭ କରିଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳର...

ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ

ପାଟଣା,୨୭।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯...

କାର୍‌ରେ ଆସି ବସ୍‌ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୨୬ା୭(ପ୍ରଶାନ୍ତ କୁମାର ମିଶ୍ର): କୋଲକାତା ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଜଣେ ବ୍ୟବସାୟୀଙ୍କ ପ୍ରାୟ ୫୦ କେଜି ପୁରୁଣା ରୁପା ଜିନିଷ ଓ ୪ ଲକ୍ଷ...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri