ବିଓଆଇର ମୋବାଇଲ ବ୍ୟାଙ୍କିଙ୍ଗ ସେବା ଆରମ୍ଭ

ବେଗୁନିଆପଡା,୨୧ା୪(ଡି.ଏନ.ଏ.)-କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଗଞ୍ଜାମ ଜିଲାପାଳ ଏ ଦିଗରେ ବହୁ କଟକଣା ମଧ୍ୟ ଜାରି କରିଛନ୍ତି। କିନ୍ତୁ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବ୍ୟାଙ୍କରେ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ପ୍ରତିହତ କରିବା ସହ ଲୋକମାନଙ୍କୁ ସୁବିଧା ଯୋଗାଇ ଦେବାକୁ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖା ତରଫରୁ ମଙ୍ଗଳବାର ଠାରୁ ମୋବାଇଲ ବ୍ୟାଙ୍କିଙ୍ଗ ସେବା ଆରମ୍ଭ ହୋଇଛି। ଏଥି ସହିତ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ଅସହାୟ ଲୋକମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଶାଖା ପରିଚାଳକ ଦିଲ୍ଲୀପ କୁମାର ମହାନ୍ତି, ସହକାରୀ ଶାଖା ପରିଚାଳକ ସତ୍ୟବ୍ରତ ବାରିକ କହିଛନ୍ତି। ଏହି ମୋବାଇଲ ଟିମ୍‌ରେ ବ୍ୟାଙ୍କ କର୍ମଚାରୀ ଦିବ୍ୟଜୀବନ ମହାରଣା, ଦୀପକ କୁମାର ଜେନା, ସସ୍ମିତା ମହାଳିକ, ପ୍ରମିଳା ଦାସ, ପ୍ରଭାତ ମହାନ୍ତି ରହି ସେବା ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୩।୧ (ଡି.ଏନ.ଏ.)-କେନ୍ଦୁଝର ଜିଲାର ପଳାଶପଙ୍ଗା (ସ୍ପଞ୍ଜ ଆଇରନ ଛକ) ପାଖରୁ ବାମେବାରୀ ପର୍ଯ୍ୟନ୍ତ ରହିଥିବା କିଡ୍‌କୋ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ୨୯କି.ମି....

ଦୁର୍ଘଟଣାରେ ଚାଲିଗଲା ବାପ, ଝିଅଙ୍କ ଜୀବନ

ବାଲିଗୁଡା,୬।୭(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଜକିକିଆ ନିକଟ ୫୯ନଂ. ଜାତୀୟ ରାଜପଥରେ ସୋମବାର ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା...

ଟ୍ରକ୍‌ ଧକ୍କାରେ ପରିବାରର ୩ ଜଣଙ୍କ ଜୀବନ ଗଲା : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବେଲପାହାଡ଼,୨୯।୫(ଡ଼ି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୌଡପଡା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥରେ ଗୋଟିଏ ପରିବାରର...

ଛବି ଖରାପ କରିବାକୁ ଚାଲିଛି ଷଡ଼ଯନ୍ତ୍ର: ଏକ ଫେସ୍‌ବୁକ ଆକାଉଣ୍ଟ ପେଜ୍‌ରେ…

କଟକ ଅଫିସ, ୨୬।୫: ଓଡ଼ିଆ ସିନେମା ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ...

ଅଗ୍ନିକାଣ୍ଡରେ ଘର ପୋଡି ପାଉଁଶ

ଗଞ୍ଜାମ,୧ା୧୧(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ଅଧୀନ ବରପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ ଘର ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ଗ୍ରାମର ସୁନିଲ...

ଓଲଟିଲା ତିର୍ଥଯାତ୍ରୀ ବସ୍‌: ୭ଗୁରୁତର, ୩୦ରୁ ଉଦ୍ଧର୍‌ବ ଆହାତ

ବାଲେଶର ଅଫିସ,୧୦।୮: ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ତିର୍ଥଯାତ୍ରୀ ବସ୍‌। ବାଲେଶର ଜିଲାର ସୋର ଅନ୍ତର୍ଗତ ୧୬ନଂ ଜାତୀୟ...

ବେଳାଭୂମିରୁ ବେଆଇନ ବାଲି ଚାଲାଣ

ରୂପ୍‌ସା, ୨।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କଷାଫଳ ନିକଟ ସମୁଦ୍ର ବେଳାଭୂମିରୁ ବେଆଇନ ଭାବେ ବାଲି ଖନନ କରି ଚୋରାଚାଲାଣ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା...

ବିଭିନ୍ନ ଗ୍ରାମରେ ମାସ୍କ, ପରିବା ବଣ୍ଟନ

ଖଇରା, ୨୮।୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ପଞ୍ଚାୟତ ଯୁବ ବିଜେଡି ଆନୁକୂଲ୍ୟରେ ସୋମବାର ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ମାସ୍କ ଓ ପରିବା...

Advertisement
Archives

Model This Week