ଭୁବନେଶ୍ୱର,୨୪ା୨(ବ୍ୟୁରୋ):ରାଜଧାନୀରେ ପୋଲିସ ଓ ଯବାନଙ୍କୁ ଘାରିଛି ପ୍ରେମ ନିଶା। କିଏ ଯୁବତୀଙ୍କୁ ରାସ୍ତା ଉପରେ ଅସଦାଚରଣ କରି ଗିରଫ ହେଲାଣି ତ ଆଉ କିଏ ବାହାଘରର ପ୍ରତିଶ୍ରୁତି ଦେଇ ବଳାତ୍କାର କଲାଣି। ପୂର୍ବରୁ ୪ ଘଟଣା ଖାକିରେ କଳଙ୍କର ଦାଗ ଲଗାଇଥିବାବେଳେ ରବିବାର ମହିଳା ଥାନାରେ ଆଉ ଏକ ଅଭିଯୋଗ ହୋଇଛି। ଜଟଣୀସ୍ଥିତ ବିଏସ୍ଏଫ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବଳାତ୍କାର ଓ ଲୁଟ୍ର ଶିକାର ହୋଇଥିବା ଯୁବତୀ। ପୋଲିସ ସମ୍ପୃକ୍ତ ଯୁବତୀଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତ ବିଏସ୍ଏଫ୍ ଡିଏସ୍ପିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏପରି କି ପୋଲିସ ତାଙ୍କୁ ଗିରଫ କରିବାକୁ ବିଏସ୍ଏଫ କାର୍ଯ୍ୟାଳୟକୁ ଯାଇ ଖୋଳତାଡ଼ କରିଥିଲା। ହେଲେ ଅଭିଯୁକ୍ତ ଜଣକ ଉଚ୍ଚ ପଦରେ ଥିବାରୁ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି। ଘଟଣାକୁ ନେଇ ମଧ୍ୟ ଯୁବତୀଙ୍କ ଉପରେ ଚାପ ପଡୁଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କ ସହ ଡିଏସ୍ପି ଜଣକ ହ୍ବାଟ୍ସଆପ୍ରେ କରିଥିବା ରୋମାଣ୍ଟିକ୍ ଚାଟିଂ ଏବେ ଭାଇରାଲ ହେବାରେ ଲାଗିଛି। ମହିଳା ଥାନା ପୋଲିସ ଉକ୍ତ ପୋଷ୍ଟଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଯୁବତୀଙ୍କ ଘର କଟକରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଏକ ବିଲ୍ଡର ସଂସ୍ଥାରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ରେ ଏକ ଜାଗା କିଣିବା ପାଇଁ ଜଗତ୍ସିଂପୁରର ବିଏସ୍ଏଫ୍ ଡିଏସ୍ପି ଜଣକ ଜାଗା କିଣିବା ପାଇଁ ଉକ୍ତ ବିଲ୍ଡର ସଂସ୍ଥାକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ସହ ତାଙ୍କର ଭେଟ ହେବା ପରେ ଉଭୟେ ପରିଚିତ ହୋଇଥିଲେ। ସେତେବେଳେ ଅଭିଯୁକ୍ତ ଜଣକ ବିଏସ୍ଏଫ୍ରେ ଇନ୍ସପେକ୍ଟର ର଼୍ୟାଙ୍କ୍ରେ ରାୟପୁରଠାରେ ଅବସ୍ଥାପିତ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଜଟଣୀକୁ ବଦଳି ହେବା ସହ ଡିଏସ୍ପି ର଼୍ୟାଙ୍କ୍କୁ ପଦୋନ୍ନତି ହୋଇଥିଲା। ସେ ସ୍ତ୍ରୀ ଓ ପିଲାଙ୍କ ସହ ଚନ୍ଦକା ନିକଟ ଏକ ଆପାର୍ଟମେଣ୍ଟରେ ରହିଥିଲେ। ଡିଏସ୍ପି ଜଣକ ଉକ୍ତ ଯୁବତୀଙ୍କୁ ଜମି କିଣିବା ବାହାନାରେ ଏକାଧିକ ସ୍ଥାନକୁ ଡକାଇ କଥାବାର୍ତ୍ତା ହେଉଥିଲେ। ସମୟକ୍ରମେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଘରେ ପରିବାର ଲୋକେ ନ ଥିବାବେଳେ ଘରକୁ ଯୁବତୀଙ୍କୁ ଡକାଇ ବିବାହ ଆଳ ଦେଖାଇ ବଳାତ୍କାର କରିଥିଲେ। ଏହି ସମୟର ଦୃଶ୍ୟକୁ ମଧ୍ୟ ନିଜ ମୋବାଇଲ୍ ଫୋନ୍ରେ ଭିଡିଓ ରେକର୍ଡିଂ କରି ରଖିଥିଲେ। ପରେ ଉକ୍ତ ଭିଡିଓ ଦେଖାଇବା ସହ ନାନା ଧମକ ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏପରି କି ଉକ୍ତ ଭିଡିଓକୁ ମୋବାଇଲ ଫୋନ୍ରୁ ଡିଲିଟ୍ କରିବା ପାଇଁ ୨୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଟଙ୍କା ନେବା ପରେ ମଧ୍ୟ ଅଭିଯୁକ୍ତ ଡିଏସ୍ପି ଭିଡିଓଟିକୁ ଡିଲିଟ୍ ନ କରି ବ୍ଲାକ୍ମେଲିଂ କରି ବଳାତ୍କାର କରୁଥିଲେ। ଶେଷରେ କିଛି ଉପାୟ ନ ପାଇ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିଥିଲେ।
ଏ ନେଇ ମହିଳା ଥାନା ଅଧିକାରୀ ବନୀତା ମହାରଣା କହିଛନ୍ତି, ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ସହ ତଦନ୍ତ ଚାଲିଛି। ପ୍ରକୃତ ଘଟଣା ସ୍ପଷ୍ଟ ହେବା ପରେ ଡିଏସ୍ପିଙ୍କୁ ଗିରଫ କରାଯିବ।
ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…
ଭୁବନେଶ୍ୱର,୨୨।୧୨: ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...
୭ଦିନ ଜାରି ରହିବ ଶୀତ ଲହରି
ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...
ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…
ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...
ପ୍ରେମିକା ମୋବାଇଲ୍ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…
ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍ଫୋଭ୍ୟାଲି ଥାନା ପିତାପଲ୍ଲୀ...
ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….
କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...
ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..
ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...
ନାଲ୍କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ
ଭୁବନେଶ୍ବର,୨୧।୧୨: ଭୁବନେଶ୍ୱର ନାଲ୍କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...
ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…
ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...
Archives


