ବିଏମ୍‌ସିର ମଣ୍ଡପ ସିଲ୍‌ ପ୍ରକ୍ରିୟା ବନ୍ଦ ହୋଇଯିବ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ବିନା ବିଲଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା କଲ୍ୟାଣ ମଣ୍ଡପକୁ ବିଏମ୍‌ସିି ପକ୍ଷରୁ ଜାରି ରହିଥିବା ସିଲ୍‌ ପ୍ର୍ରକ୍ରିୟା ଶୁକ୍ରବାର ହୋଇ ପାରିନାହିଁ। କେତେଗୋଟି ମଣ୍ଡପ କର୍ତ୍ତୃପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ଥଗତାଦେଶ ଆଣିଛନ୍ତି। ଆଉ ୪୦ରୁ ଊର୍ଦ୍ଧ୍ୱ ମଣ୍ଡପ କର୍ତ୍ତୃପକ୍ଷ ଶୁକ୍ରବାର କୋର୍ଟ ଦ୍ୱାରସ୍ଥ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ବିଡିଏ, ବିଏମ୍‌ସିର ମିଳିତ ସ୍କ୍ବାଡର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ବେଆଇନ ଭାବେ ଚାଲିଥିବା ମଣ୍ଡପଗୁଡିକୁ ସିଲ୍‌ ନ କରାଯିବା ଲାଗି ଏବେ ମାଲିକମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ବିଡିଏର ସର୍ବକ୍ଷମା ଯୋଜନାରେ ମଧ୍ୟ ବିଲ୍ଡିଂ ପ୍ଲାନ ଆବେଦନ କରିବା ସହ ନିୟମ ଅନୁଯାୟୀ ଜରିମନା ଦେବାକୁ ପ୍ରସ୍ତୁତ ଅଛନ୍ତି। ଶୁକ୍ରବାର ପାଖା ପାଖି ୧୫ ମଣ୍ଡପ କର୍ତ୍ତୃପକ୍ଷ ସର୍ବକ୍ଷମା ଯୋଜନାରେ ଆବେଦନ କରିଥିବା ଚର୍ଚ୍ଚା ହେଉଛି। ହେଲେ ଏ ନେଇ ବିଡିଏ ସୂତ୍ରରୁ କୌଣସି ସୂଚନା ଦିଆଯାଇନାହିଁ। ମାତ୍ର ସର୍ବକ୍ଷମାରେ ସାମିଲ ହେବାକୁ ଥିବା ମଣ୍ଡପ ମଧ୍ୟରୁ ୩ ମଣ୍ଡପ କୋର୍ଟରୁ ସ୍ଥଗିତାଦେଶ ଆଣିଥିବା ବେଳେ ୪୩ ମଣ୍ଡପ ପକ୍ଷରୁ ସ୍ଥଗିତାଦେଶ ଆଣିବାକୁ କୋର୍ଟରେ ଆବେଦନ କରାଯାଇଥିବା ସୂଚନା ମିଳିଛି। ଏପରି ସ୍ଥଳେ ସ୍ଥଗିତାଦେଶ ମିଳିଲେ ବିଏମ୍‌ସି ଉକ୍ତ ମଣ୍ଡପ ଗୁଡିକୁ ସିଲ କରିପାରିବ ନାହିଁ। ନ ହେଲେ ବିଏମ୍‌ସି ପକ୍ଷରୁ ଏହି ଷ୍ଟେ ଅର୍ଡର ବିରୋଧରେ ହାଇକୋର୍ଟ ଅବା ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯିବ। ଯଦି ଏଥିରେ ବିଏମ୍‌ସି ସପକ୍ଷରେ ରାୟ ଯାଏ ତେବେ ପୁନର୍ବାର ସିଲ୍‌ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏହି ନ୍ୟାୟିକ ପ୍ରକ୍ରିୟା ଶେଷହେବାକୁ ଅଧିକ ସମୟ ଲାଗିବ ବୋଲି ଆଶା କରାଯାଉଥିବା ବେଳେ ଚିନ୍ତାରେ ବିଏମ୍‌ସି ପଡିଛି। ତେବେ ମଣ୍ଡପରେ ବିବାହ ପାଇଁ ପୂର୍ବରୁ ବୁକିଂ ରହିଥିବା ବେଳେ ଏବେ ମଣ୍ଡପ ସିଲ୍‌ ହେଲେ ଲୋକମାନେ ଅସୁବିଧାରେ ପଡିବେ ବୋଲି ଦର୍ଶାଇ ହାଇକୋର୍ଟରୁ ୩ଟି ମଣ୍ଡପ ସ୍ଥଗିତାଦେଶ ଆଣିଛନ୍ତି। ସିଲ୍‌ ମଣ୍ଡପ ଅବା ସିଲ୍‌ ହେବାକୁ ଥିବା ମଣ୍ଡପର କର୍ତ୍ତୃପକ୍ଷମାନଙ୍କର ବିଏମ୍‌ସିର ବଡ ଅଧିକାରୀ ଏବଂ ନେତାମାନଙ୍କ ସହ ସମ୍ପର୍କ ରହିଛି। ତେଣୁ ଉକ୍ତ ମଣ୍ଡପଗୁଡିକୁ ସିଲ୍‌ କରାଯାଉନାହିଁ ବୋଲି ପୂର୍ବତନ କର୍ପୋରେଟରମାନେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ପ୍ରକ୍ରିୟା ଚାଲିଥିବା ବେଳେ ୪ ଦିନରେ ସିଲ୍‌ ହୋଇଥିବା ୧୬ଟି ମଣ୍ଡପ ଭିତରୁ ଅଧିକାଂଶ ଖୋଲାସରିଛି। କେତେଜଣ ବଳଶାଳୀ ବ୍ୟକ୍ତି ଓ ସରକାରୀ କର୍ମଚାରୀ ଏହି ସିଲ୍‌ ଖୋଲିବା ପଛରେ ରହିଥିବା ନଜରକୁ ଆସିଛି। ବିଏମ୍‌ସି ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିକ୍ରିୟ। ପ୍ରକାଶ ପାଇଛି।

ତଳେ କଲ୍ୟାଣ ମଣ୍ଡପ, ଉପରେ ଘର
ଗୁରୁବାର ବିଏମ୍‌ସି, ବିଡିଏ ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଥିବା ସରସ୍ବତୀ ମଣ୍ଡପକୁ ଯାଞ୍ଚ କରାଯିବା ସହ କାଗଜପତ୍ର ଠିକ୍‌ ନ ଥିବାରୁ ପୂର୍ବାହ୍ନ ୧୦ଟାରେ ମଣ୍ଡପକୁ ସିଲ୍‌ କରିବା ସହ ଗେଟ୍‌ରେ ତାଲା ଦେଇ ଜଉମୁଦ ମାରିଥିଲେ। ମାତ୍ର ଏହାର କିଛି ସମୟ ମଧ୍ୟରେ ଅର୍ଥାତ ଅପରାହ୍ନ ୪ଟାରେ ଉକ୍ତ ମଣ୍ଡପକୁ ଖୋଲାଯିବା ସହ ସେଥିରେ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଏବେ ବିଏମ୍‌ସିର ପାରିବାପଣିଆ ସାମ୍ନାକୁ ଆସିଛି। ସମ୍ପୃକ୍ତ ମଣ୍ଡପ ମାଲିକ ଆବାସିକ ଘର ଦେଖାଇ ସେଠାରେ ବ୍ୟବସାୟ କରୁଥିବା ଜଣାପଡିଛି। ଗୁରୁବାର ମଧ୍ୟ ମଣ୍ଡପ କର୍ତ୍ତୃପକ୍ଷଙ୍କ ଘର ଲୋକ ସେଠାରେ ବନ୍ଦୀ ହୋଇଯାଇଥିବାରୁ କଲ୍ୟାଣ ମଣ୍ଡପ ଖୋଲାଯାଇଥିବା ଜୋନାଲ ଡେପୁଟି କମିଶନର ରୂପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଏମ୍‌ସି ଜାଣି ଏପରି ଆବାସିକ ଘରେ ବ୍ୟବସାୟ ପ୍ରତିଷ୍ଠାନ ଚଳାଇବାକୁ ଅନୁମତି ଦେଇଛି କି ନାହିଁ, ସେ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବିଏମ୍‌ସି କମିଶନରଙ୍କୁ ସୂଚାଇ ଦିଆଯାଇଥିବା ବେଳେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜୋନାଲ ଡେପୁଟି କମିଶନର ପଟ୍ଟନାୟକ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଜିତାଙ୍କୁ ବିରୋଧ ଘଟଣାରେ ରାଜନୀତି ବଢୁଛି

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ବିଜେଡି-ଭାଜପା ମଧ୍ୟରେ ରାଜନୈତିକ ଲଢେଇ ଜୋର୍‌ ଧରିବାରେ ଲାଗିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଏମ୍‌ପି...

ବ୍ରହ୍ମଗିରିରେ ଫୁଟିଲା ୩୦ରୁ ଅଧିକ ବୋମା

ପୁରୀ ଅଫିସ,୧୯ା୩: ହୋଲି ଖେଳରୁ ଗାଁରେ ଫୁଟିଛି ୩୦ରୁ ଅଧିକ ବୋମା। ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ।...

ବିନା ମାସ୍କରେ ପରୀକ୍ଷା ଦେଇପାରିବେ ନାହିଁ

ଭୁବନେଶ୍ୱର,୧୭।୭: ଆସନ୍ତା ୩୦ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ଅଫ୍‌ଲାଇନ ପରୀକ୍ଷା ହେବ। ବିନା ମାସ୍କରେ ଛାତ୍ରୀଛାତ୍ର ପରୀକ୍ଷା ଦେଇପାରିବେ ନାହିଁ। ଶୁକ୍ରବାର ଏଭଳିି...

ସୁରକ୍ଷିତ ଶୈଶବ, ପୂର୍ଣ୍ଣ ବିକାଶ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ୧୮ା୯(ବ୍ୟୁରୋ): ଶିଶୁଙ୍କ ସୁରକ୍ଷିତ ଶୈଶବ ଓ ପୂର୍ଣ୍ଣ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁଙ୍କୁ ଚିହ୍ନଟ...

ଖୋଲା ରହିବ ଜରୁରୀ ସାମଗ୍ରୀ ଦୋକାନ

ଭୁବନେଶ୍ୱର,୧୭।୩ (ବ୍ୟୁରୋ): ସୋମବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କରୋନା ମୁକାବିଲା ପାଇଁ ପୋଲିସ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକରେ...

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ...

ଚାଷ ଜମିରୁ ବ୍ୟାପିଛି ନିଆଁ

ସମ୍ବଲପୁର,୯ା୩(ବ୍ୟୁରୋ): ସମଗ୍ର ରାଜ୍ୟରେ ଜଙ୍ଗଲ ଅସୁରକ୍ଷିତ। ନିଆଁ ଆଁରେ ପୋଡ଼ି ପାଉଁଶ ହେଉଛି ମୂଲ୍ୟବାନ ବୃକ୍ଷଲତା। ବିପଦରେ ବନ୍ୟପ୍ରାଣୀଙ୍କ ଜୀବନ। ସମ୍ବଲପୁର ବନଖଣ୍ଡ ମଧ୍ୟ ଏଥିରୁ...

ମାଲକାନଗିରି ସହରରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ: ନ ଫାଟି ଝୁଲିରହିଛି କେଶର

ମାଲକାନଗିରି,୧୩।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା ସଦରମହକୁମାରେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଆତଙ୍କ ଦେଖାଦେଇଛି । ହାଇଟେକ୍‌ କଲୋନୀର ଦିଗାମ୍ବର ବେହେରା ଶୁକ୍ରବାର ବଜାରରୁ ଅଣ୍ଡା କିଣିଥିଲେ। ତେବେ...

Advertisement
Archives

Model This Week