ବ୍ରହ୍ମପୁର ଅଫିସ,୧୬ା୬-ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ର ପ୍ରସ୍ତାବିତ ଡିଜିଟାଲ ଡୋର ନମ୍ବରିଂ (ଡିଡିଏନ୍) ଯୋଜନା ବନ୍ଦ ହୋଇଯାଇଛି ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ନୂଆଦିଲ୍ଲୀର ଏକ ସଂସ୍ଥା ଦ୍ୱାରା ପୁରସ୍କୃତ ହୋଇଛି ମହାନଗର ନିଗମ । ୨୦୧୮ ଜାନୁୟାରୀରେ ପୂର୍ବତନ ମେୟର କେ. ମାଧବୀ ଓ ତତ୍କାଳୀନ ବିଏମ୍ସି କମିଶନର ନିଖିଲ ପୱନ କଲ୍ୟାଣ ନିଗମ ଖର୍ଚ୍ଚରେ ଦିଲ୍ଲୀ ଯାଇ ସ୍କଚ୍ ଅର୍ଡର ଅଫ୍ ମେରିଟ୍ ପୁରସ୍କାର ଗ୍ରହଣ କରିଥିଲେ।
ଘରଗୁଡ଼ିକୁ ଡିଜିଟାଲ ନମ୍ବରିଂ କରିବା ନିମନ୍ତେ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା।
ସେହି ସଂସ୍ଥାଦ୍ୱାରା ପୁରସ୍କାରର ଆୟୋଜନ କରାଯାଇଥିଲା।
ଏବେ ସେହି ଖବର ପଦାକୁ ଆସିଛି ।
ସୂଚନାଯୋଗ୍ୟ, ୨୦୧୮ ଜାନୁୟାରୀ ୯ରେ ବିଏମ୍ସି ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ କମିଶନର ପୱନ କଲ୍ୟାଣ କହିଥିଲେ, ମହାନଗରର ପ୍ରତ୍ୟେକ ଘରର ନମ୍ବରିଂ କରିବା ଏକ ବୈଧାନିକ ଆବଶ୍ୟକତା। ତଦନୁଯାୟୀ ଡିଡିଏନ୍ (ଡିଜିଟାଲ ଡୋର ନମ୍ବରିଂ) ପ୍ରକଳ୍ପ ହାତକୁ ନିଆଯାଇଛି ।
ଏହାଦ୍ୱାରା ମହାନଗରବାସୀଙ୍କ ସ୍ବାର୍ଥ ଜଡ଼ିତ ଏବଂ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟମାନଙ୍କୁ ମଧ୍ୟ ବହୁବିଧ ସୁବିଧା ଉପଲବ୍ଧ ହେବ ଓ ନିଗମକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ସୁବିଧା ହୋଇପାରିବ। ଏହି ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ମହାନଗର ନିଗମ ସ୍କଚ୍ ଅର୍ଡର ଅଫ୍ ମେରିଟ୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ତେଣୁ ମେୟରଙ୍କ ସହ ସେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିବାର କଲ୍ୟାଣ ସୂଚାଇଥିଲେ । ପରେ ଉଭୟେ ଦିଲ୍ଲୀ ଯାଇ ପୁରସ୍କାର ଗ୍ରହଣ କରିଥିବା ବିଏମ୍ସି ରେକର୍ଡରେ ଅଛି ।
ମହାନଗରରେ ବର୍ତ୍ତମାନ ସୁଦ୍ଧା ୫୮ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ବର୍ଗର ବାସଗୃହ ରହିଛି। ନୂଆ ସାହିବସ୍ତି ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ତେଣୁ ସବୁ ଘର ଆଗର ଡିଜିଟାଲ ନମ୍ବରିଂ କରାଯିବାକୁ ପ୍ରସ୍ତାବ ରଖାଗଲା । ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ବିଏମ୍ସିର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଲାଗି ବ୍ୟବସାୟୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାନ ଆକାରରେ ମିଳିଥିବା ବହୁ ଲକ୍ଷ ଟଙ୍କା ସେହି ସଂସ୍ଥା ଅଗ୍ରିମ ବାବଦରେ ନେଇଥିଲା । କାଗଜରେ ଛାପି ଅନେକ ଘର ଆଗରେ ତାହା ଲଗାଯାଇଛି ଓ ପ୍ରସ୍ତାବିତ ଡିଜିଟାଲ ନମ୍ବରିଂ ହଜିଯାଇଛି। କାନ୍ଥରେ ଲଗାଯାଇଥିବା ସେହି ରଙ୍ଗିନ ଛାପା କାଗଜ ବର୍ଷା ପାଣି ପଡ଼ି ଧୋଇ ହୋଇଯାଇଛି । ଅନ୍ୟପକ୍ଷରେ ଡିଡିଏନ୍ ଯୋଜନା ବନ୍ଦ ହୋଇଯାଇଥିବା ବିଏମ୍ସିର ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି । ଗତ ଅକ୍ଟୋବର ମାସ ପ୍ରାରମ୍ଭରୁ ନିର୍ବାଚିତ ନିଗମ ପରିଷଦର କାର୍ଯ୍ୟକାଳ ସରିଯାଇଛି। ପୁରାତନ ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ ଚାଲିଛି। ଡିଡିଏନ୍ ପ୍ରକଳ୍ପ ଠପ୍ ହୋଇଛି ା ସ୍କଚ୍ ଆୱାର୍ଡ ଅଫ୍ ମେରିଟ ପୁରସ୍କାର ଫଳକଟି ନିଗମ ଦପ୍ତରରେ ରଖାଯାଇଛି । ଶନିବାର ଯୋଗାଯୋଗ ବେଳେ ପୂର୍ବତନ ମେୟର ମାଧବୀ କହିଛନ୍ତି, ପୁରସ୍କାର ମିଳିଥିଲେ ମଧ୍ୟ ଡିଡିଏନ୍ ଯୋଜନା ବନ୍ଦ ହୋଇଯାଇଛି।
ବିଏମ୍ସିର ପ୍ରସ୍ତାବିତ ଡିଡିଏନ୍ ପ୍ରକଳ୍ପ ବନ୍ଦ : କାର୍ଯ୍ୟକାରୀ ନ ହେଉଣୁ ମିଳିଛି ସ୍କଚ୍ ପୁରସ୍କାର
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ
ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...
କ୍ରୀଡ଼ା ମହୋତ୍ସବକୁ ଉଦ୍ଘାଟିତ କଲେ ଆସିକା ଏମ୍ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍
ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...
ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ
ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...
ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ
ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...
ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି
ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...
Archives


