ବିଏମ୍‌ସିର ଦୁଇ ଟ୍ରକ୍‌କୁ ୩୩ ହଜାର ଜରିମାନା

ଭୁବନେଶ୍ୱର,୪।୩(ବ୍ୟୁରୋ): ସୋମବାର ସିଆର୍‌ପିଏଫ୍‌ ଛକରେ ଯାଞ୍ଚ୍‌ବେଳେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇ ବସ୍‌କୁ ଜବତ କରାଯିବା ସହ ୫୨ ହଜାର ୫ଶହ ଟଙ୍କା ଜରିମାନା କରିଥିଲା ଆର୍‌ଟିଓ। ମଙ୍ଗଳବାର ଆରଟିଓ-୨ ପକ୍ଷରୁ ପଟିଆ ରଘୁନାଥପୁର ଛକ ନିକଟରେ ଯାଞ୍ଚ ସମୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଦୁଇଟି ଅଳିଆ ବୋଝେଇ ଟ୍ରକ୍‌ ଉପରେ ୩୩ ହଜାର ଟଙ୍କା ଜରିମାନା କରାଯାଇଛି। ଗାଡି ନଂ.ଓଆର୧୯ଡି୮୩୧୬କୁ ୨୨ ହଜାର ୫ଶହ ଟଙ୍କା ଜରିମାନା ହୋଇଛି। ମୋଟରଯାନ ଆଇନ ଧାରା ୧୭୭ ଅନୁସାରେ ସାଧାରଣ ଉଲ୍ଲଂଘନ ପାଇଁ ୫ଶହ ଟଙ୍କା, ଧାରା ୧୯୦(୨)ଏୟାର ପଲ୍ୟୁଶନ ପାଇଁ ୧୦ ହଜାର ଟଙ୍କା, ଧାରା ୧୯୨(ଏ) ବିନା ପରମିଟ୍‌ରେ ଗାଡି ଗଡୁଥିବାରୁ ୧୦ ହଜାର ଟଙ୍କା, ଧାରା ୧୯୬ ଅନୁସାରେ ଇନ୍ସୁରାନ୍ସ ନ ଥିବାରୁ ୨ହଜାର ଟଙ୍କା ଜରିମାନା କରାଯାଇଛି। ସେହିପରି ଅନ୍ୟଏକ ଟ୍ରକ୍‌ର ପଲ୍ୟୁଶନ ନ ଥିବା ଓ ସାଧାରଣ ନିୟମ ଉଲ୍ଲଂଘନ ପାଇଁ ପାଇଁ ୧୦ ହଜାର ୫ଶହ ଟଙ୍କା ଜରିମାନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ସାରା ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଟୁଇଟ୍‌ କରି ସୂଚନା...

ଖସିଲା କରୋନା ଗ୍ରାଫ୍‌: ଆଜି ରାଜ୍ୟରୁ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୬୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୩୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ରିପୋର୍ଟ ଖୋଲିବ ବିଧାୟକଙ୍କ ଅସଲ ଚେହେରା

ଖୋର୍ଦ୍ଧା ଅଫିସ,୨୫ା୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ...

ରାଜଧାନୀରେ ୬୭ଟି ୱାର୍ଡ ପାଇଁ ୭୦୫ଟି ମତଦାନ କେନ୍ଦ୍ର

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଆସନ୍ତା ୨୪ରେ ପୌର ନିର୍ବାଚନ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀରେ ୬୭ଟି...

‘ମ୍ୟାଜିକ୍‌ ପ୍ୟାନ୍‌’ରେ କଶ୍ମୀର ଖାଦ୍ୟ

ଭୁବନେଶ୍ୱର,୭।୩(ବ୍ୟୁରୋ): ରାଜଧାନୀରେ ବର୍ଷତମାମ ବିଭିନ୍ନ ସମୟରେ ମେଳା ପଡ଼ିଥାଏ। ଏସବୁ ମେଳାରେ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଥାଏ। ରାଜ୍ୟ ତଥା ରାଜ୍ୟ ବାହାର ଖାଦ୍ୟର ପସରା...

ଜମି ସମସ୍ୟା ନାହିଁ, ଖୁବ୍‌ଶୀଘ୍ର କାମ

ପୁରୀ ଅଫିସ, ୨୩ା୭: ପୁରୀରେ ଭକ୍ତଙ୍କ ନିମନ୍ତେ ଆଉ ଏକ ଧର୍ମଶାଳା ନିର୍ମାଣ ହେବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ସୁଲଭ ମୂଲ୍ୟରେ...

କୃଷି ସମୀକ୍ଷା କେନ୍ଦ୍ର, ମିଲେଟ ଶକ୍ତି କାଫେ’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୩ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି...

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯାଉ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯିବା ନିମନ୍ତେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ...

Advertisement
Archives

Model This Week