ବିଆର୍‌ଆଇ ଫୋରମ୍‌ରେ ଯୋଗଦେଲାନି ଭାରତ

ବେଜିଂ,୨୭ା୪(ଆଇଏଏନ୍‌ଏସ୍‌): ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ବିରୋଧ କରି ଭାରତ ଦ୍ୱିତୀୟ ଥର ଲାଗି ବେଜିଂର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଫୋରମ୍‌ରୁ ନିଜକୁ ଦୂରେଇ ରଖିଛି। ଅନ୍ୟପକ୍ଷରେ ଏହି ବିବାଦୀୟ ପ୍ରକଳ୍ପ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଆହୁରି ଆଗେଇ ଚାଲିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ପାକ୍‌ -ଅଧିକୃତ କଶ୍ମୀର ଦେଇ ଯାଉଥିବା ବିଆର୍‌ଆଇ ପ୍ରୋଜେକ୍ଟର ମୁଖ୍ୟ ଅଂଶ ସିପିଇସିକୁ ଭାରତ ଦୃଢ଼ ବିରୋଧ କରିଆସୁଛି। ୨୦୧୭ରେ ବେଲ୍ଟ ଆଣ୍ଡ ରୋଡ୍‌ ଫୋରମ୍‌ ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ଅର୍ଥନୈତିକ ଏବଂ କଶ୍ମୀର ପ୍ରସଙ୍ଗରେ ବେଜିଂର ନିରପେକ୍ଷ ଆଭିମୁଖ୍ୟକୁ ଏହା ପ୍ରଭାବିତ କରିବ ନାହିଁ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଏହି ଟ୍ରିଲିୟନ ଡଲାର ସଂଯୋଗ ପ୍ରକଳ୍ପର ତିନିଦିନିଆ ସମିଟ୍‌ରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଙ୍କ ସମେତ ୩୭ ରାଷ୍ଟ୍ରର ମୁଖ୍ୟ ଯୋଗଦେଇଛନ୍ତି। ଏହି ପ୍ରକଳ୍ପ ଲାଗି ବେଜିଂ ଗରିବ ରାଷ୍ଟ୍ରଗୁଡିକୁ ଋଣଯନ୍ତା ମଧ୍ୟକୁ ଠେଲିଦେଇଛି ବୋଲି ହେଉଥିବା ଅଭିଯୋଗକୁ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ସାମାଜିକ-ଅର୍ଥନୈତିକ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇ ପାକିସ୍ତାନ ଓ ଚାଇନା ସିପିଇସିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଥିବା ଇମ୍ରାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍କିପକ୍ସ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷିତ…

ଜେନେଭା, ୨୩।୭ : ପୃଥିବୀରେ ମଙ୍କିପକ୍ସ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶଷ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି...

କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୧୪।୭: ଆଗାମୀ ଦିନରେ ପୃଥିବୀରେ କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ...

ଗୋଟିଏ ରାତିରେ ଗୁଳିକରି ଖସାଇଛୁ ୩୫ ରୁଷିଆ ଡ୍ରୋନ: ୟୁକ୍ରେନ ସୈନ୍ୟ…

କିଭ୍‌,୮।୫ : ରୁଷିଆ ଯୂଦ୍ଧଖୋର ମନୋବୃତ୍ତି ୟୁକ୍ରେନକୁ ଧ୍ୱଂସସ୍ତୁପରେ ପରିଣତ କରିଛି। ରୁଷଆ ଅପେକ୍ଷା ସାମରିକ ଶକ୍ତି ଦୃଷ୍ଟିରୁ ବହୁତ ଦୁର୍ବଳ ଦେଶ ହୋଇଥିଲେ ମଧ୍ୟ...

ସୁଦାନରେ ସେନା-ବିଦ୍ରୋହୀ ୨୪ ଘଣ୍ଟାର ସଂଘର୍ଷ ବିରାମରେ ସହମତ

ଖାରତୁମ,୧୯।୪: ସୁଦାନର ସେନା ମଙ୍ଗଳବାର ସନ୍ଧ୍ୟାରୁ ୨୪ ଘଣ୍ଟାର ସଂଘର୍ଷ ବିରାମକୁ ନେଇ ସହମତି ପ୍ରକାଶ କରିଛନ୍ତି। କିଛି ଘଣ୍ଟା ପୂର୍ବରୁ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ...

୪୦ କୃଷକଙ୍କୁ ହତ୍ୟା

ମାଇଡୁଗୁରି, ୩୦।୧୧: ନାଇଜେରିଆର ବର୍ନୋ ରାଜ୍ୟରେ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ବୋକୋ ହାରାମ ସଦସ୍ୟଙ୍କ ଆକ୍ରମଣରେ ୪୦ ଜଣ କୃଷକ ପ୍ରାଣ ହରାଇଛନ୍ତି। ସେମାନେ ଧାନ...

ବ୍ରିଟେନ: ଅନ୍ୟ ସମୁଦାୟଠାରୁ ଭାରତୀୟ ଅଧିକ ପ୍ରଭାବିତ

ଲଣ୍ଡନ,୨୪ା୪: କରୋନା ଭୂତାଣୁ ସଂକ୍ରମଣରେ ବ୍ରିଟେନରେ ଗୁରୁବାର ସୁଦ୍ଧା ୧୮,୭୩୮ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ...

ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଦୁବାଇ, ୨।୧୦: ଆବୁଧାବିର ଏକ ଏୟାର ଆମ୍ବୁଲାନ୍ସ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। କ’ଣ ପାଇଁ ଦୁର୍ଘଟଣା ଘଟିଲା ତାହା...

୪୫ ଶହ ବର୍ଷ ପୁରାତନ ଉଲ୍‌କା ପିଣ୍ଡରୁ ନିର୍ମିତ ପିସ୍ତଲ ୧୦ କୋଟିରେ ହେବ ନିଲାମ

ଓ୍ବାଶିଂଟନ,୯।୭: ଆମେରିକା ଡଲାସ୍‌ରେ ଦୁଇଟି ପିସ୍ତଲର ନିଲାମ୍‌ ଜୁଲାଇ ୨୦ରେ କରାଯିବ। ଏଥିପାଇଁ ସର୍ବନିମ୍ନ ନିଲାମ ଡାକ ୬ କୋଟି ଟଙ୍କା ରହିଛି। ଏହାକୁ ୧୦...

Advertisement
Archives

Model This Week