ବାୟୋପିକରେ ବିଦ୍ୟା

ମୁମ୍ବାଇ: ପାଖାପାଖି ଦେଢ ବର୍ଷ ପରେ ବଲିଉଡ୍‌କୁ ଫେରିଥିବା ନାୟିକା ବିଦ୍ୟା ବଲାନଙ୍କ ହାତରେ ଏବେ ଅଫର ଉପରେ ଅଫର୍‌। ଅଗଷ୍ଟ ୧୫ରେ ତାଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହେଉଥିବା ବେଳେ ଏବେ ସେ ତାଙ୍କ ପରବର୍ତ୍ତି ଫିଲ୍ମ ପାଇଁ ଲଣ୍ଡନ ପହଞ୍ଚି ସାରିଲେଣି। କେବଳ ହିନ୍ଦୀ ନୁହେଁ ସାଉଥ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ବିଦ୍ୟାଙ୍କର ଭଲ ଡିମାଣ୍ଡ ରହିଛି। ଏଥର ବିଦ୍ୟା ଏକ ବାୟୋପିକରେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ପୂର୍ବରୁ ଏମିତି ଖବର ଆସିଥିଲେ ମଧ୍ୟ ଏବେ କିନ୍ତୁ ଏହି ବାୟୋପିକର ଶୁଟିଂ ପାଇଁ କୁଆଡେ ବିଦ୍ୟା ଲଣ୍ଡନ ଯାଇଥିବା କୁହାଯାଉଛି। ଏଥର ହ୍ୟୁମାନ କମ୍ପ୍ୟୁଟର ଭାବେ ପରିଚିତ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ବାୟୋପିକରେ ବିଦ୍ୟା ମୁଖ୍ୟ ଭୂମିକାରେ ଆସିବେ ବୋଲି ଜଣାପଡିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହାର ଶୁଟିଂ ଆରମ୍ଭ ହେବାକୁ ଥିବା ବେଳେ ଏହାର କିଛି ଅଂଶ ଲଣ୍ଡନରେ ଓ ବାକି ଅଂଶ ମୁମ୍ବଇରେ ଶୁଟିଂ କରାଯିବ ବୋଲି ଜଣାପଡିଛି। ଏପ୍ହାପରେ ବିଦ୍ୟା ଏନ୍‌୍‌ଟି ରାମାରାଓଙ୍କ ବାୟୋପିକରେ କାମ କରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ଶାହିଦଙ୍କ ଅବିକଳ ନକଲ ହୋଇଛନ୍ତି ଜୈନ୍‌, ଚର୍ଚ୍ଚାରେ ଫଟୋ

ମୁମ୍ବାଇ: ପିଲାମାନେ ନିଜ ପିତାମାତାଙ୍କ ଭଳି ଲକ୍ଷଣ ଆଣିବା ସ୍ବାଭାବିକ କଥା। ହେଲେ କିଛି କିଛି ସନ୍ତାନ ଅବିକଳ ବାପା ଅଥବା ମା’ଙ୍କ ଭଳି ଦେଖାଯାଇଥାନ୍ତି।...

ଫିଟ୍‌ନେସ୍‌ର ରାଜ୍‌ କହିଲେ ଆଲିଆ ଭଟ୍ଟ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ସୌନ୍ଦର୍ଯ୍ୟର ରାଜ୍‌ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ଘରୋଇ ଖାଦ୍ୟ ଖାଇବାକୁ ଖୁବ୍‌ ଭଲ ଲାଗେ।...

ଜେଏନ୍‌ୟୁ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ବଲିଉଡ୍‌ ସେଲିବ୍ରିଟି

ନୂଆଦିଲ୍ଲୀ,୬।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ରବିବାର ରାତିରେ ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେଇଛି। ରାତି ଅନ୍ଧକାରରେ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା...

ଲୁଚିଛପି ଗର୍ଲଫ୍ରେଣ୍ଡଙ୍କୁ ବାହାହେଲେ ବରୁଣ!

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧାୱନ ଲୁଚିଛପି ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିବା ଆଲୋଚନା ହେଉଛି। କିଛିଦିନ ହେବ ଏମାନଙ୍କ ବିବାହକୁ ନେଇ...

ଦୁଷ୍ଟମାନଙ୍କ କଥାରେ ଭଦ୍ରଲୋକଙ୍କ ସମ୍ମାନ କମ୍‌ ହୋଇ ନ ଥାଏ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୧୧ରୁ ମୁମ୍ବାଇସ୍ଥିତ ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଥିରେ...

ସୁଶାନ୍ତଙ୍କ ଏକ୍ସଗର୍ଲଫ୍ରେଣ୍ଡଙ୍କ ବୟାନ ରେକର୍ଡ କଲା ପାଟନା ପୋଲିସ

ମୁମ୍ବାଇ,୨୯।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ମାସ ବିତିଯାଇଛି। ହେଲେ ଏଯାଏଁ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିନ...

ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’

ବମ୍ବେ: ଅନେକ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ଖୋଲାଖୋଲି ବନ୍ଧୁତାର ନାମ ଦେଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ...

ଏହି ୫ ଜଣଙ୍କ ସହିତ ଡେଟିଂରେ ଯାଇଛନ୍ତି ଅନୁଷ୍କା

ମୁମ୍ବାଇ,୧।୫: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବୁଧବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୮ ମେ ୧ରେ ଅଯୋଧ୍ୟାଠାରେ ଜନ୍ମଗ୍ରହଣ କରିଥିଲେ। କିକ୍ରେଟର ବିରାଟ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *