ବାହୁଡ଼ା ଦେଖି ଫେରୁଥିବା ବେଳେ ଦୁର୍ଘଟଣା: ୨ ମୃତ , ଜଣେ ଗୁରୁତର

ମାଲକାନଗିରି,୧୩।୭(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚମ୍ପାଖାରୀ ଗ୍ରାମ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ବନମାଳୀ ସିକୁଡ଼ୁ, ସଞ୍ଜୟ ସିକୁଡ଼ୁ ଓ ଗୁରୁତର ହେଲେ ଶରତ ମାଝି।
ସୂଚନାଯୋଗ୍ୟ, ଶୁକ୍ରବାର କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡ଼ା ଗ୍ରାମର ବନମାଳୀ, ସଞ୍ଜୟ ଓ ଶରତ ଏକ ମୋଟର ସାଇକେଲରେ ମାଥିଲି ବାହୁଡ଼ା ଯାତ୍ରା ଦେଖି ଫେରୁଥିବା ବେଳେ ଚମ୍ପାଖାରୀଠାରେ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମାଲକାନଗିରିର-ଜୟପୁର ମୁଖ୍ୟରାସ୍ତା କଡ଼ରେ ନିର୍ମାଣାଧୀନ ଗାର୍ଡୱାଲରେ ପିଟି ହୋଇ ସେମାନେ ୨୦ ଫୁଟ ତଳକୁ ଖସିପଡ଼ିଥିଲୋ ପରେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ ା ମାତ୍ର ମାଲକାନଗିରିରେ ଆମ୍ବୁଲାନ୍ସ ନ ଥିବାରୁ ମାଥିଲିରୁ ଆମ୍ବୁଲାନ୍ସ ଆସି ସେମାନଙ୍କୁ ଚିକିତ୍ସଳୟରେ ଭର୍ତ୍ତି କରିଥିଲା। ବନମାଳୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସଞ୍ଜୟ ଓ ଶରତଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲା ସଦର ମହକୁମା ଚିକିସତ୍ାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସଞ୍ଜୟଙ୍କୁ ଡାକ୍ତର ମୃତ ଘୋଷଣା କରଥିବା ସହ ଶରତଙ୍କ ଚିକିସା ଜାରି ରହିଥିବା ଜଣାପଡ଼ିଛି । ମାଲକାନଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଏକ ମାମଲା ରୁଜୁ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟାଙ୍କର-ଟ୍ରକ ଧକ୍କା: ଜଳିଗଲା ଟ୍ୟାଙ୍କର

ରାୟଗଡ଼ା ଅଫିସ,୯।୧: ରାୟଗଡ଼ାର ମଝିଘରିଆଣୀ ମନ୍ଦିର ନିକଟରେ ଗୁରୁବାର ଭୋର୍‌ ସମୟରେ ଏକ ଦୁର୍ଘଟଣା ଘଟିଛି। ଟ୍ୟାଙ୍କର ଏବଂ ଟ୍ରକ ମଧ୍ୟରେ ଧକ୍କା ହେବାରୁ ରାସ୍ତା...

ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ରାୟଗଡା ଅଫିସ, ୮।୧୦-ଜେକେ କାଗଜ କାଳ ପକ୍ଷରୁ ଦୁର୍ଗାପୂଜା ପାଳନ କରାଯାଉଛି। ଦଶମୀରେ ମା’ଙ୍କ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ୫ଜଣ...

ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି କରି କଂଗ୍ରେସର ରାସ୍ତାରୋକୋ

ଗୁଣପୁର,୧୩।୧(ଡି.ଏନ୍‌ .ଏ.) : ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ଗତ ୨୪ ତାରିଖରେ ରାମନାଗୁଡ଼ା ବ୍ଲକର ତାଣ୍ଡିକଣା ଛକଠାରୁ କିଛି ଦୂରରେ ବାଇକ୍‌...

ଏକଲବ୍ୟ ବିଦ୍ୟାଳୟ ଜମି ଚିହ୍ନଟକୁ ଚାଷୀଙ୍କ ବିରୋଧ

ରାୟଗଡ଼ା ଅଫିସ,୨୧ା୧୦: ବହୁ ବିରୋଧ ପରେ ବି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡ଼ା ନିକଟରେ ପ୍ରଶାସନ ପକ୍ଷରୁ ଏକଲବ୍ୟ ଆଧୁନିକ ବିଦ୍ୟାଳୟ...

ପ୍ରଦୀପ ସାହୁ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ

ଗୁଣପୁର,୧୪।୫(ଡି.ଏନ.ଏ): ରାୟଗଡା ଜିଲା ଗୁଣପୁର ଅଞ୍ଚଳର ଯୁବ ନେତା ପ୍ରଦୀପ ସାହୁ ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଭାବେ ମନୋନୀତ ହୋଇଛନ୍ତି। ଜାତୀୟ ଯୁବ କଂଗ୍ରେସ...

ଶଟ୍‌ଡାଉନ୍‌ରେ ଚେକିଂ କଡ଼ାକଡ଼ି

ରାୟଗଡ଼ା ଅଫିସ, ୧।୫ରାୟଗଡ଼ାରେ କରୋନାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ କରାଯାଉଛି। ଶନିବାର ସହରର କଲେଜ ରୋଡ୍‌, ମଝିଘରିଆଣି ମନ୍ଦିର ଛକ, କପିଳାସ...

କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା

ଟିକିରି, ୨୦।୪: (ଡି.ଏନ୍‌.ଏ.) ରାୟଗଡ଼ା ଜିଲା କାଶୀପୁର ବ୍ଳକ ମାଣ୍ଡିବିସି ପଞ୍ଚାୟତ ଜଲାଖୁରା ଗ୍ରାମରେ ପୁଣିଥରେ ଜନନୀ ଯନ୍ତ୍ରଣାର ଦୁଃଖ ଦେଖିବାକୁ ମିଳିଛି। ବସନ୍ତ ନାୟକଙ୍କ...

ଦୁଇ ମାସରେ ୧୦ମୃତ୍ୟୁ, ଅନେକ ଲୋକ ଆକ୍ରାନ୍ତ: ଡେଙ୍ଗୁ ସନ୍ଦେହ

ମୁନିଗୁଡା,୨୧।୪: କରୋନା ବା କୋଭିଡ-୧୯କୁ ନେଇ ସାରା ରାଜ୍ୟରେ ଏବେ ଆତଙ୍କ ଖେଳିଯାଇ ଥିବା ବେଳେ ରାୟଗଡା ଜିଲା ମୁନିଗୁଡାରେ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ...

Advertisement
Archives

Model This Week