ବାହାର ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବେ ଅଙ୍ଗନୱାଡି କର୍ମୀ

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସମ୍ପର୍କିତ ସଚେତନତା ଓ ମୁକାବିଲା ନିମନ୍ତେ ଶନିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଭିନ୍ନ ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ଗ୍ରାମାଞ୍ଚଳରେ ବ୍ୟାପକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ବଲୱନ୍ତ ସିଂ ସଭ୍ୟାସଭ୍ୟଙ୍କୁ ପରାମର୍ଶ ଦେଇଥିଲେ। ବ୍ଲକ ଓ ପଞ୍ଚାୟତସ୍ତରରେ ଆସନ୍ତା ୪ ମାସ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍‌ ରଖିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବାହାରୁ ସମ୍ପୃକ୍ତ ଅଞ୍ଚଳକୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଙ୍ଗନୱାଡି କର୍ମୀମାନେ ସେମାନଙ୍କ ବିବରଣୀ ସଂଗ୍ରହ କରି ଅବଗତ କରାଇବେ। ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ୱାର୍ଡ ଖୋଲାଯାଇଛି। ଆବଶ୍ୟକ ପଡ଼ିଲେ କେତେକ ବାତ୍ୟା ଆଶ୍ରୟସ୍ଥଳୀକୁ ବ୍ୟବହାର କରିବାକୁ ଆଲୋଚନା ହୋଇଛି। ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବିନାରାୟଣ ତ୍ରିପାଠୀ, ସିଡିଏମ୍‌ଓ ଡା. ନୀଳକଣ୍ଠ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ଅଷ୍ଟ୍ରେଲିଆନ ଅଙ୍ଗୁର

ପୁରୀ ଅଫିସ, ୧୫।୯: ସାଧାରଣତଃ ଥଣ୍ଡା ଜଳବାୟୁ ପରିବେଶଭିତ୍ତିକ ଅଞ୍ଚଳରେ ଅଙ୍ଗୁର ଚାଷ କରାଯାଇଥାଏ। କିନ୍ତୁ ପୁରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମୁଦ୍ର କୂଳିଆ...

ପଟିଆ, ଖଣ୍ଡଗିରି, ନୟାପଲ୍ଲୀ ହଟ୍‌ସ୍ପଟ୍‌

ଭୁବନେଶ୍ୱର, ୨୮।୪ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହଁା ହେବାରେ ଲାଗିଛି। ରାଜ୍ୟରେ ଖୋର୍ଦ୍ଧା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

ଟିପ ମାରି ଉଠାଇନେଲେ ଟଙ୍କା

ପରଜଙ୍ଗ, ୪।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତରେ ଥିବା ଗ୍ରାହକ ସେବା କେନ୍ଦ୍ର (କିଓସ୍କ)ରେ ବ୍ୟାପକ ଅର୍ଥ ହେରଫେର ହୋଇଛି। ନକଲି...

ଏସ୍‌ଆର୍‌ସିଙ୍କ ପୂଜା ଗାଇଡ୍‌ଲାଇନ୍‌କୁ ଚ୍ୟାଲେଞ୍ଜ

କଟକ ଅଫିସ,୧୨। ୯: ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପୂଜା ଗାଇଡ୍‌ଲାଇନକୁ ଚ୍ୟାଲେଞ୍ଜ କରି ଶୁକ୍ରବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ବାଲୁବଜାର...

ଶ୍ମଶାନ ରାସ୍ତାରେ ରହସ୍ୟଜନକ ସମାଧି

ପାରାଦୀପ, ୭।୩ (ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅଧୀନ ମଧୁବନ ଶ୍ମଶାନ ରାସ୍ତା ନଦୀ ପଠାଠାରେ ଏକ ରହସ୍ୟଜନକ ସମାଧିକୁ ନେଇ ଶୁକ୍ରବାର ଅପରାହ୍ନରେ ହଟଚମଟ...

CORONAVIRUS UPDATE: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦୦୦ ଟପିଲା, ଆଜି ଚିହ୍ନଟ ହୋଇଛନ୍ତି ୬୭୩

ଭୁବନେଶ୍ୱର,୨୦ା୭(ବ୍ୟୁରୋ) : ସୋମବାର ପୁଣି ୬୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ମମିତା ମେହେର ହତ୍ୟା ମାମଲା: ଘୁଞ୍ଚିଲା ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି

ବଲାଙ୍ଗୀର ଅଫିସ,୬।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ସୋମବାର କଣ୍ଟାବାଞ୍ଜି...

ବ୍ଲକ ଜଳଯୋଗାଣ ସହକାରୀ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ

ଗଞ୍ଜାମ,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଜଳଯୋଗାଣ ସହକାରୀ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବିଡ଼ିଓ ପ୍ରଦୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଉକ୍ତ...

Advertisement
Archives

Model This Week