Posted inଖେଳ

ବାହାରିନ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ : ଟପ୍‌ ସିଡ୍‌ ଜାସନଙ୍କୁ ହରାଇ ପ୍ରିୟାଂଶୁ ଚାମ୍ପିୟନ

ଇସା ଟାଉନ(ବାହାରିନ), ୧୫।୧୦(ପି.ଟି.)-
ଭାରତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଭା ପ୍ରିୟାଂଶୁ ରାଜାଓ୍ବତ କ୍ୟାରିୟରରେ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ସୋମବାର ଶେଷ ହୋଇଥିବା ବାହାରିନ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ସିରିଜର ଫାଇନାଲରେ ସେ ଟପ୍‌ ସିଡ୍‌ କାନାଡ଼ାର ଜାସନ ଆନ୍ଥୋନୀ ହୋ-ଶୁଇଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ୧୭ ବର୍ଷୀୟ ଭାରତୀୟ ପ୍ରିୟାଂଶୁ ପ୍ରଥମ ସେଟ୍‌ରେ ପରାଜିତ ହୋଇଥିଲେ ହେଁ ସଫଳ ପ୍ରତ୍ୟାବର୍ତ୍ତନ କରି ୧୬-୨୧, ୨୧-୭, ୨୧-୧୨ ପଏଣ୍ଟରେ ଜାସନଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ପ୍ରିୟାଂଶୁ ପ୍ରି-କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ସିଡ୍‌ ଆଦେ ରେସ୍କି ଡ୍ବିକାୟୋଙ୍କୁ ହରାଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ବାହାରିନ ବ୍ୟାଡ୍‌ମିଣ୍ଟନ ଟାଇଟଲ ଜିତିବାରେ ସେ ଅନ୍ୟ ଭାରତୀୟ ଖେଳାଳି ସମୀର ବର୍ମା, ସୌରଭ ବର୍ମା, ସାଇ ପ୍ରଣୀଥ, ଶୁଭଙ୍କର ଦେ ଓ ଗୁରୁ ସାଇଦତ୍ତଙ୍କ କ୍ଲବରେ ଯୋଗ ଦେଇଛନ୍ତି।
ଜୁହି-ଭେଙ୍କଟଙ୍କୁ ଟାଇଟଲ
ଭାରତୀୟ ମିକ୍ସଡ ଡବଲ୍ସ ଯୋଡ଼ି ତଥା ଟପ୍‌ ସିଡ୍‌ ଜୁହି ଦେବଗନ ଓ ଭେଙ୍କଟ ଗୌରବ ପ୍ରସାଦ ପ୍ରଭାବୀ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ଏହି ଯୋଡ଼ି ଥାଇଲାଣ୍ଡର ପାନ୍ନାଓ୍ବତ ଥିରାପନିତୁନ ଓ କାନ୍ୟାନତ ସୁଦଚୋଇଚୋମଙ୍କୁ ୨୧-୧୮, ୨୧-୧୬ ପଏଣ୍ଟରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଇରା ଶର୍ମା ୧୪-୨୧, ୨୨-୨୪ ପଏଣ୍ଟରେ ଇଣ୍ଡୋନେସିଆର ଶ୍ରୀ ଫତ୍‌ମାଓ୍ବତୀଙ୍କଠାରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ଦ୍ୱିତୀୟ ସିଡ୍‌ ଭାରତୀୟ ଡବଲ୍ସ ଯୋଡ଼ି ରୋହନ କପୁର ଓ ସୌରଭ ଶର୍ମା ଫାଇନାଲରେ ଥାଇଲାଣ୍ଡର ପ୍ରାଦ୍‌ ତାଙ୍ଗଶ୍ରୀପାପେଫାନ ଓ ଆପିଚାସିତ ତେରାଓ୍ବିଓ୍ବାତଙ୍କଠାରୁ ହାରି ରନର୍ସଅପ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri