Posted inଖେଳ

ବାହାରିନ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ : ଟପ୍‌ ସିଡ୍‌ ଜାସନଙ୍କୁ ହରାଇ ପ୍ରିୟାଂଶୁ ଚାମ୍ପିୟନ

ଇସା ଟାଉନ(ବାହାରିନ), ୧୫।୧୦(ପି.ଟି.)-
ଭାରତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଭା ପ୍ରିୟାଂଶୁ ରାଜାଓ୍ବତ କ୍ୟାରିୟରରେ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ସୋମବାର ଶେଷ ହୋଇଥିବା ବାହାରିନ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ସିରିଜର ଫାଇନାଲରେ ସେ ଟପ୍‌ ସିଡ୍‌ କାନାଡ଼ାର ଜାସନ ଆନ୍ଥୋନୀ ହୋ-ଶୁଇଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ୧୭ ବର୍ଷୀୟ ଭାରତୀୟ ପ୍ରିୟାଂଶୁ ପ୍ରଥମ ସେଟ୍‌ରେ ପରାଜିତ ହୋଇଥିଲେ ହେଁ ସଫଳ ପ୍ରତ୍ୟାବର୍ତ୍ତନ କରି ୧୬-୨୧, ୨୧-୭, ୨୧-୧୨ ପଏଣ୍ଟରେ ଜାସନଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ପ୍ରିୟାଂଶୁ ପ୍ରି-କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ସିଡ୍‌ ଆଦେ ରେସ୍କି ଡ୍ବିକାୟୋଙ୍କୁ ହରାଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ବାହାରିନ ବ୍ୟାଡ୍‌ମିଣ୍ଟନ ଟାଇଟଲ ଜିତିବାରେ ସେ ଅନ୍ୟ ଭାରତୀୟ ଖେଳାଳି ସମୀର ବର୍ମା, ସୌରଭ ବର୍ମା, ସାଇ ପ୍ରଣୀଥ, ଶୁଭଙ୍କର ଦେ ଓ ଗୁରୁ ସାଇଦତ୍ତଙ୍କ କ୍ଲବରେ ଯୋଗ ଦେଇଛନ୍ତି।
ଜୁହି-ଭେଙ୍କଟଙ୍କୁ ଟାଇଟଲ
ଭାରତୀୟ ମିକ୍ସଡ ଡବଲ୍ସ ଯୋଡ଼ି ତଥା ଟପ୍‌ ସିଡ୍‌ ଜୁହି ଦେବଗନ ଓ ଭେଙ୍କଟ ଗୌରବ ପ୍ରସାଦ ପ୍ରଭାବୀ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ଏହି ଯୋଡ଼ି ଥାଇଲାଣ୍ଡର ପାନ୍ନାଓ୍ବତ ଥିରାପନିତୁନ ଓ କାନ୍ୟାନତ ସୁଦଚୋଇଚୋମଙ୍କୁ ୨୧-୧୮, ୨୧-୧୬ ପଏଣ୍ଟରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଇରା ଶର୍ମା ୧୪-୨୧, ୨୨-୨୪ ପଏଣ୍ଟରେ ଇଣ୍ଡୋନେସିଆର ଶ୍ରୀ ଫତ୍‌ମାଓ୍ବତୀଙ୍କଠାରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ଦ୍ୱିତୀୟ ସିଡ୍‌ ଭାରତୀୟ ଡବଲ୍ସ ଯୋଡ଼ି ରୋହନ କପୁର ଓ ସୌରଭ ଶର୍ମା ଫାଇନାଲରେ ଥାଇଲାଣ୍ଡର ପ୍ରାଦ୍‌ ତାଙ୍ଗଶ୍ରୀପାପେଫାନ ଓ ଆପିଚାସିତ ତେରାଓ୍ବିଓ୍ବାତଙ୍କଠାରୁ ହାରି ରନର୍ସଅପ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୮: ହେଡିଂଲେ ଟେଷ୍ଟରେ ଇଂଲଣ୍ଡ ଠାରୁ ଇନିଂସ ପରାଜୟ ବରଣ କରିବା ପରେ ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ ହୋଇପାରେ। ଭାରତୀୟ ଦଳର ସବୁଠୁ ଅଭିଜ୍ଞ...

ଟି୨୦ ସିରିଜ ଜିତିଲା ପାକିସ୍ତାନ: ଜିମ୍ବାଓ୍ବେ ୨୪ରନରେ ପରାସ୍ତ

ହାରାରେ,୨୬।୪: ସ୍ଥାନୀୟ ହାରାରେ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ପାକିସ୍ତାନ ଘରୋଇ ଜିମ୍ବାଓ୍ବେକୁ ୨୪ ରନରେ ପରାସ୍ତ...

୩୬ ବଲ୍‌ରୁ ୧୬୦ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଚର୍ଚ୍ଚାରେ ଏହି କ୍ରିକେଟର୍‌

ସିଡନୀ,୧୩।୧୦: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ ୧୨୭ ବଲ୍‌ରେ ୨୩୦ ରନ୍‌ର ପାଳି ଖେଳି ହାସଲ କରିଛନ୍ତି। ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ଆଶେସ ସିରିଜ...

ଧୋନୀ, କୋହଲିଙ୍କୁ ସୁପରଷ୍ଟାର କହିବା ବନ୍ଦ କରନ୍ତୁ: ଗମ୍ଭୀର

ନୂଆଦିଲ୍ଲୀ,୨୦।୯: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଭାରତର ‘ଷ୍ଟାର କଲ୍‌ଚର’କୁ କଡ଼ା ସମାଲୋଚନା କରିଛନ୍ତି। ଭାରତୀୟ କ୍ରିକେଟରେ ଖେଳାଳିଙ୍କୁ ସୁପରଷ୍ଟାର କରାଯିବା ଉଚିତ ନୁହେଁ...

ରେକର୍ଡ ସମକକ୍ଷ ରାମୋସ

ଗିଜୋନ(ସ୍ପେନ),୯।୯(ଏଏଫ୍‌ପି): ସେର୍ଗିଓ ରାମୋସ ସ୍ପେନ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ରେକର୍ଡର ସମକକ୍ଷ ହୋଇଛନ୍ତି। ରବିବାର ଫାରୋ ଦ୍ୱୀପ ବିପକ୍ଷ ୟୁରୋ ୨୦୨୦ ଯୋଗ୍ୟତା...

ଇଷ୍ଟବେଙ୍ଗଲକୁ ହରାଇଲା ଏଟିକେ ମୋହନବାଗାନ

ଭାସ୍କୋର, ୨୮।୧୧- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଷ୍ଟବେଙ୍ଗଲ ଓ ଏଟିକେ ମୋହନବାଗାନ ମଧ୍ୟରେ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ ଶୁକ୍ରବାର ଆୟୋଜିତ ହୋଇ...

ରୋନାଲ୍ଡୋ ସମାଲୋଚିତ

ରୋମ, ୨୦।୬ – ତାରକା ଖଚିତ ଜୁଭେଣ୍ଟସକୁ ହରାଇ ନାପୋଲି କୋପା ଇଟାଲିଆ ଫୁଟବଲ ଟାଇଟଲ ଜିତିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଏହି ଦଳ ପେନାଲ୍ଟି...

କ୍ରିକେଟକୁ ଅଲ୍‌ବିଦା କଲେ ୨୦୦୭ ଟି୨୦, ୨୦୧୧ ବିଶ୍ୱକପ୍‌ ହିରୋ

ନୂଆଦିଲ୍ଲୀ,୨୬।୨: ପୂର୍ବତନ ଭାରତୀୟ ଅଲରାଉଣ୍ଡର ୟୁସୁଫ ପଠାନ ଶୁକବ୍ରାର ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ବଡ଼...

Advertisement
Archives

Model This Week