ବାହାଘରର କିଛି ଘଣ୍ଟା ପୂର୍ବରୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ

ବିନିକା,୨୮ା୬(ଡି.ଏନ.ଏ.)-ବାହାଘର ପାଇଁ ସବୁ ଆୟୋଜନ ସରିଥିଲା ା ଘରେ କୁଣିଆଙ୍କ ଭିଡ଼ ଜମିଥିଲା ା ହସଖୁସି ସାଙ୍ଗକୁ ଗହଳ ଚହଳ ଲାଗିଥିଲା ା ଆଉ କିଛି ଘଣ୍ଟା ପରେ ଯୁବକ ଜଣକ ବର ହୋଇ କନ୍ୟାଘରକୁ ଯାଇଥାନ୍ତେ ା ଏଥିପାଇଁ ସରିଥିଲା ସବୁ ପ୍ରସ୍ତୁତି ା ହେଲେ ବାହାଘର ଦିନ ଯୁବକଙ୍କ ଝୁଲନ୍ତା ମୃତଦେହ ଗ୍ରାମ ନିକଟବର୍ତ୍ତୀ ସଂରକ୍ଷିତ ଜଙ୍ଗଲରୁ ଊଦ୍ଧାର ହେବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ା ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରୀପାଲି ବ୍ଲକ ଏସ.ରାମପୁର ଗ୍ରାମରେ ରବିବାର ଏହି ଅଭାବନୀୟ ଘଟଣା ଘଟିଯାଇଛି ା ମୃତ ଯୁବକ ହେଲେ ଭୋଜରାଜ ଓରଫ ପ୍ରସନ୍ନ ମେହେର (୪୧) ା ସେ ହେଲେ ଏସ.ରାମପୁର ମେହେରପଡାର ସ୍ବର୍ଗତ ଗିରିଜା ମେହେରଙ୍କ ପୁଅ ା ତାଙ୍କ ବାହାଘର ବରଗଡ ଜିଲା ପଦ୍ମପୁର ସହରର ଜଣେ ଯୁବତୀଙ୍କ ସହ ରବିବାର ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ା ତେବେ ଭୋର ୪ ଟାରୁ ପ୍ରସନ୍ନ ଘରୁ ଉଠି ବାଇକ୍‌ ଧରି ବାହାରକୁ ଯାଇଥିଲେ ା ସେ କୁଆଡେ ଗଲେ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ସନ୍ଧାନ ପାଇ ନ ଥିଲେ ା କିନ୍ତୁ ସକାଳ ୧୦ଟା ବେଳେ ଏସ .ରାମପୁର ନିକଟ ସିଂଘିଯୁବା ସଂରକ୍ଷିତ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା କେତେଜଣ ଲୋକ ଏକ ୟୁକାଲି ପଟାସ ଗଛରେ ଜଣେ ଯୁବକ ବେକରେ ରଶି ଲଗାଇ ଝୁଲୁଥିବା ଦେଖି ଗ୍ରାମରେ ଖବର ଦେଇଥିଲେ ା ପରେ ପୋଲିସ ଖବରପାଇ ମୃତଦେହ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ମୋବାଇଲ ଫୋନ ଓ ବାଇକ୍‌(ନଂ ଓଡି-୮୧-୪୭୬୯) ଜବତ କରିଥିଲା ା ପୋଲିସ ମୃତଦେହ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା ଶୋକାକୁଳ ପରିବେଶରେ ଅପରାହ୍ନରେ ମୃତ ଯୁବକଙ୍କ ଅନ୍ତିମ ସଂସ୍କାର କରାଯାଇଛି ା ପୋଲିସ ଏକ ଅପମୃତ୍ୟୁ ମାମଲା (୧୪/୨୦ )ରୁଜୁ କରି ତଦନ୍ତ ଚଳାଇଛି ା ତେବେ ପ୍ରସନ୍ନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ପୋଲିସ ସେଥିନେଇ ଖୋଳତାଡ କରୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?