ବାହାକୁଦ ଡଙ୍ଗାବୁଡ଼ିକୁ ୧୬ ବର୍ଷ: କ୍ରିକେଟ ଖେଳ ଦେଖିଲେ ଗ୍ରାମବାସୀଙ୍କ ଆଖିରୁ ଲୁହଝରେ

ପାରାଦୀପ,୧ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ନୂଆଗଡ଼ ଗ୍ରାମର ଗ୍ରାମବାସୀ ଏବେବି ଯେଉଁଠି କ୍ରିକେଟ ଖେଳ ଦେଖନ୍ତି ତାଙ୍କ ଆଖିରେ ଲୁହ ଆସିଥାଏ। କାରଣ ସେହି ଗ୍ରାମ ପାଇଁ କ୍ରିକେଟ ଖେଳ ସବୁଦିନ ପାଇଁ ଦୁଃଖ ଦେଇଛି। ନୂଆଗଡ ଗ୍ରାମର ୧୩ଜଣ ପିଲା କ୍ରିକେଟ ଖେଳିବାକୁ ଯାଉଥିବାବେଳେ ମହାନଦୀରେ ବୁଡ଼ି ପ୍ରାଣ ହରାଇଥିଲେ। ଏହି ଘଟଣା ଥିଲା ୨୦୦୪ ମାର୍ଚ୍ଚ ୧ ତାରିଖର। ଯାହାକୁ ଏବେ ୧୬ ବର୍ଷ ପୂରିଛି। ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖ ହେଲେ ମୃତକଙ୍କ ସାଥି ଓ ପରିବାର ଗଁା ସ୍କୁଲ ପାଖରେ ଥିବା ସ୍ମୃତିସ୍ତମ୍ଭ ନିକଟରେ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ସେ ଦିନର ଘଟଣାକୁ ନେଇ ଆଜି ବି ଗ୍ରାମବାସୀ ଓ ମୃତକଙ୍କ ମା’ବାପା ଗୁମୁରି କାନ୍ଦୁଛନ୍ତି।

ସୂଚନାଯୋଗ୍ୟ, ନୂଆଗଡର ଉତ୍କଳମଣି କ୍ରିକେଟ କ୍ଲବ୍‌ ପିଲା ଏକ ଟୁର୍ନାମେଣ୍ଟ ଖେଳିବା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପିତାପାଟ ଗ୍ରାମକୁ ଯିବାର ଥିଲା। ନୂଆଗଡ଼ ଗ୍ରାମ ପଛପଟେ ମହାନଦୀ ଘାଟ ପାରି ହୋଇଥିଲେ ସେମାନେ ପିତାପାଟ ଗ୍ରାମରେ ପହଞ୍ଚତ୍ଥାନ୍ତେ। ଗଁାର ୧୮ଜଣ ପିଲା ମହାନଦୀ ବାହାକୁଦ ଘାଟ ପାଖକୁ ଯିବା ବେଳକୁ ଘାଟିଆ ନ ଥିଲେ। ୧୮ଜଣ ଯୁବକ (ଜଣେ ବିବାହିତ ଅନ୍ୟ ସମସ୍ତେ ୧୫ରୁ ୧୮ ବର୍ଷ ମଧ୍ୟରେ) ଯୁବ କ୍ରିକେଟର ନିଜେ ଡଙ୍ଗା ନେଇ ଯିବାବେଳେ ମଝି ନଈରେ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଫଳରେ ସମସ୍ତେ ନଦୀରେ ବୁଡ଼ିଯାଉଥିବାବେଳେ ଜଣେ ୭ ବର୍ଷର ନାବାଳିକା ନଦୀପଠାରେ ଛେଳି ଚରାଉଥିବା ବେଳେ ଏହା ଦେଖି ଡାକ ପକାଇଥିଲେ। ତାଙ୍କ ଡାକଶୁଣି ମହାନଦୀରେ ମାଛ ଧରୁଥିବା କେତେକ ଲୋକ ଯାଇ ୫ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ୧୩ଜଣଙ୍କ ମୃର ଶରୀର ପରେ ଉଦ୍ଧାର କରାଯାଇଥିଲା। ଗୋଟିଏ ଗଁାର ୧୩ଜଣ ଛାତ୍ରଙ୍କ ଜୀବନ ଯିବା ସେତେବେଳେ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା। ପରେ ସେହି ଗଁାର ଯୁବକମାନେ ତାଙ୍କ ସାଥିଙ୍କ ସ୍ମୃତିରେ ଖେଳପଡ଼ିଆରେ ଏକ କ୍ରିକେଟ ବ୍ୟାଟ୍‌, ବଲ୍‌ ଓ ହେଲମେଟ୍‌ ଷ୍ଟମ୍ପ ଆକୃତିର ସ୍ମୃତିସ୍ତମ୍ଭ ନିର୍ମାଣ କରିଛନ୍ତି। ଗଁାରେ କିଛିବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବା ଏବଂ ଦେଖିବା ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ଏ ସମ୍ପର୍କରେ ଜଣେ ମୃତକଙ୍କ ବନ୍ଧୁ ସୁଢ଼ଳ ସ୍ବାଇଁ କହିଛନ୍ତି, ଏବେ ଗ୍ରାମର କେତେଜଣ ପିଲା ବେଳେବେଳ କି୍ରିକେଟ ଖେଳୁଛନ୍ତି। କ୍ରିକେଟ ଖେଳ ଗୂଆଗଡ଼ ଗ୍ରାମବାସୀଙ୍କ ପାଇଁ କାଳ ହୋଇ ରହିଯାଇଛି। ବାହାକୁଦ ଘାଟରେ ପ୍ରତ୍ୟହ ହଜାରରୁ ଊର୍ଦ୍ଧ୍ୱ ଲୋକ ଯାତାୟାତ କରୁଛନ୍ତି। ଗତବର୍ଷ ସେହି ବାହାକୁଦ ଘାଟରୁ ଏକ ଡଙ୍ଗା ମହାକଳପଡ଼ା ଯାଇଥିବାବେଳେ ଦୁର୍ଘଟଣା ଘଟି ୮ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ସତ୍ତ୍ୱେ ଏବେ ବି ବିପଦପୂର୍ଣ୍ଣ ଭାବେ ଲୋକେ ସେହି ସ୍ଥାନରେ ଯାତାୟାତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri