ବାଲ୍ୟବିବାହ ନିଷେଧ କର୍ମଶାଳା: ପ୍ରତି ୩ଜଣରେ ଜଣେ ଝିଅ ବାଲ୍ୟବିବାହ କରୁଛନ୍ତି

ଗଣିଆ,୨୦।୧୨(ଡି.ଏନ.ଏ.)-ଜିଲା ପ୍ରଶାସନ ନୟାଗଡ, ଆକ୍ସନଏଡ୍‌ ଓ ୟୁନିସେଫ୍‌ର ମିଳିତ ଉଦ୍ୟମରେ ଗଣିଆ ବ୍ଲକ ସଦ୍‌ଭାବନା ଗୃହ ପରିସରରେ ଗୁରୁବାର ବାଲ୍ୟବିବାହ ନିଷେଧ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା ଏହି କର୍ମଶାଳାରେ ଗଣିଆ, ଭାପୁର,ଦଶପଲ୍ଲା ଓ ନୂଆଗାଁ ବ୍ଲକର ୫୦ରୁ ଊର୍ଦ୍ଧ୍ୱ କିଶୋରୀ, ବାଳିକାଙ୍କ ସମେତ ଅଙ୍ଗନଓ୍ବାଡି କର୍ମୀ, ସୁପରଭାଇଜର ଏବଂ ଗଣିଆ ବ୍ଲକର ନିର୍ବାଚିତ ଜନପ୍ରତିନିଧିମାନେ ଯୋଗଦେଇଥିଲେ ା ବିଗତ ବର୍ଷ ତୁଳନାରେ ଜିଲାରେ ବାଲ୍ୟବିବାହ ପରିମାଣ କମିଥିଲେ ହେଁ ପ୍ରତି ତିନିଜଣରେ ଜଣେ ଝିଅ ବାଲ୍ୟ ଅବସ୍ଥାରେ ବିବାହ କରୁଥିବା ଜଣାପଡିଛି ା ତେବେ କମ୍‌ ବୟସରେ ଝିଅମାନଙ୍କ ବିବାହ ହେବା ଦ୍ୱାରା ସେମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ପଡିଥାଏ। ସେହିପରି ବାଲ୍ୟବିବାହ ହେବା ଦ୍ୱାରା ମାତୃତ୍ୱ ସମୟରେ ଉଭୟ ମା’ ଓ ଶିଶୁ ରକ୍ତହୀନତା ଏବଂ ଅପପୁଷ୍ଟିର ଶିକାର ହୋଇଥାନ୍ତି। ଏଭଳି ଏକ ଉଦ୍‌ବେଗଜନକ ଘଟଣାକୁ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଏହାକୁ ରୋକିବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନଓ୍ବାଡି କର୍ମୀ, ଗାଁ ମୁଖିଆ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି ଓ ନିର୍ବାଚିତ ଜନ ପ୍ରତିନିଧିମାନେ ବ୍ୟାପକ ଉଦ୍ୟମ କରିବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ା ସମାଜରେ ମହିଳାମାନଙ୍କ ପ୍ରତି ଘଟୁଥିବା ହିଂସାକୁ କିଭଳି ରୋକାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବାଲ୍ୟବିବାହର ପ୍ରମୁଖ କାରଣ, ନିରାକରଣ ଓ ଆଇନଗତ ଦିଗ ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ଆକ୍ସନଏଡର ଜିଲା ସଂଯୋଜକ ପ୍ରୀୟବ୍ରତ ଶତପଥୀ ବିସ୍ତୃତଭାବେ ଆଲୋଚନା କରିଥିଲେ ା ଦଶପଲ୍ଲା ବ୍ଲକର ଜଣେ ନାବାଳିକା ଓ ଗଣିଆ ବ୍ଲକ ବଡଶଲିଙ୍ଗା ପଞ୍ଚାୟତର ଜଣେ ନାବାଳିକା କିଭଳି ଭାବେ ନିଜସ୍ବ ଉଦ୍ୟମରେ ପ୍ରଶାସନ ନିକଟରେ ପହଞ୍ଚତ୍ ନିଜର ବାଲ୍ୟବିବାହକୁ ରୋକିବାରେ ସମର୍ଥ ହୋଇ ଜିଲା ଓ ରାଜ୍ୟସ୍ତରରେ ଉଦାହରଣ ସୃଷ୍ଟି କରି ପୁରସ୍କୃତ ହୋଇପାରିଥିଲେ ସେ ସମ୍ପର୍କରେ କୁହାଯାଇଥିଲା। ସେହିପରି ନାବାଳିକାମାନେ ସାହସର ସହ ନିଜ ଗ୍ରାମ ଓ ଅଞ୍ଚଳରେ ହେଉଥିବା ବାଲ୍ୟବିବାହ ରୋକିବା ପାଇଁ କିପରି ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ନିଜସ୍ବ ଅନୁଭୂତି ବଖାଣିଥିଲେ ା ଆୟୋଜିତ କର୍ମଶାଳାକୁ ଗଣିଆ ମହିଳା ଓ ଶିଶୁ ବିକାଶ ଅଧିକାରୀ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ଲକ୍ଷ୍ମୀ ଦାଶ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ବିଡିଓ ମାନସ ରଞ୍ଜନ ସାମଲ, ଏବିଡିଓ ସରୋଜ କୁମାର ନାୟକ ଓ ନୂଆଗାଁ ବ୍ଲକ ସିଡିପିଓ ଶୁଭ୍ରକେଶୀ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା: ଆଶ୍ୱାସନା ଦେଲେ ଅଧିକାରୀ

ଦାରିଙ୍ଗବାଡି, ୩।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଖାତା ଆଣି ନ ଥିବାରୁ ତୃତୀୟ…

ୟୁଜିସି ବିଲ୍‌କୁ ବିରୋଧ, ଜିଲାପାଳଙ୍କୁ ଦାବିପତ୍ର ଦେଲେ…

ବଲାଙ୍ଗୀର,୩ା୨ (ସୁନିଲ କୁମାର ମହାନ୍ତି): ୟୁଜିସି ବିଲ୍‌କୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ଏହି ବିଲ୍‌କୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ ବଲାଙ୍ଗୀର ଜିଲା…

ବିଶ୍ୱବିଦ୍ୟାଳୟ ଗେଷ୍ଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି

ବାଲେଶ୍ୱର, ୩।୨( ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି । ବିଶ୍ୱବିଦ୍ୟାଳୟକୁ ଏହା ତାଙ୍କର ପ୍ରଥମ ଗସ୍ତ ।…

ରାଜନୀତିରେ ବଡ଼ ହଇଚଇ:  ଭିଣୋଇଙ୍କ ନାଁ ନ ନେଇ ବର୍ଷିଲେ ଅରିନ୍ଦମ, ନାମ ନେ…

ଯାଜପୁର.୩।୨: ଯାଜପୁର ରାଜନୀତି ସର୍ବଦା ଚର୍ଚ୍ଚାରେ। ବିଜେଡି  ଗଡ଼ କୁହାଯାଉଥିବା ଯାଜପୁର ନିର୍ବାଚନମଣ୍ଡଳୀକୁ ୨୦୨୪ ନିର୍ବାଚନରେ ଭାଙ୍ଗିଲା ଭାଜପା। ହାରିଲେ ବିଜେଡିର ହେବିଓ୍ବେଟ୍‌ ନେତା। ପୂର୍ବତନ ବିଜେଡି…

ମା’ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ଯମନ୍ତ୍ରୀ, ଅଧଘଣ୍ଟା ପୂଜା କରି ଓଡ଼ିଶାବାସୀଙ୍କ ମଙ୍ଗଳକାମନା କଲେ

ପୁରୁଷୋତ୍ତମପୁର,୩ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ଅପରାହ୍ନ ୧୨ଟା ସମୟରେ ପହଞ୍ଚି…

ଲାଞ୍ଚ ନେଇ ଧରାପଡ଼ିଲେ JE, ବିଦ୍ୟୁତ୍‌ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ…

ମାଲକାନଗିରି,୩।୨(ଦୁର୍ଯ୍ୟୋଧନ ପାତ୍ର): ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଭିଜିଲାନ୍ସ ଧରିଛି। ସଦର ମହକୁମା…

ମୁଣ୍ଡରେ ଓଢଣା ଦେଇ ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି: ପିଣ୍ଡଦାନ ପରେ…

ଯାଜପୁର,୩।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ମଙ୍ଗଳବାର ଯାଜପୁର ଅଭିମୁଖେ ଗସ୍ତ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ…

ଗଞ୍ଜାମର ୭ ପୌରସଂସ୍ଥାର ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ମାର୍ଚ୍ଚ ସୁଦ୍ଧା ୩୬ ନବଗଠିତ ୱାର୍ଡ଼ ହେବ ସୀମା ନିର୍ଦ୍ଧାରଣ

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ): ୨୦୨୭ରେ ପଞ୍ଚାୟତ ଏବଂ ପୌରସଂସ୍ଥା ଗୁଡ଼ିକର ନିର୍ବାଚନ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ତେଣୁ ସରକାର ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri