ବାଲେଶ୍ୱରରେ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ଚିହ୍ନଟ: ଆରମ୍ଭ ହେଲା ସ୍ବତନ୍ତ୍ର ନମୁନା ପରୀକ୍ଷା ଶିବିର, ବିଶୁଦ୍ଧୀକରଣ

ସଜନାଗଡ଼, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଞ୍ଚଳରେ ସୋମବାର ଏକ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଚିହ୍ନଟ ହୋଇଥିବା ଶିଶୁକନ୍ୟାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଏବଂ ପୂର୍ବରୁ ଚିକିତ୍ସା ଯୋଗାଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଠାବ କରାଯାଇଛି। ମଙ୍ଗଳବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ଟିମ୍‌ ବରହମ୍‌ପୁରରେ ପହଞ୍ଚତ୍ ବରହମ୍‌ପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁରୋଜ ଜେନାଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀଙ୍କ ସହ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ବରହମ୍‌ପୁର ଅଧୀନ ଗୁଡ଼ିବଣିଆ ପ୍ରାଇମେରୀ ସ୍କୁଲରେ ସ୍ବାବ୍‌ ସଂଗ୍ରହ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୦ରୁ ୬୦ ନମୁନା ସଂଗ୍ରହ କରାଯାଇଥିବା ଡା. ଜେନା କହିଛନ୍ତି। ଏତଦ୍‌ବ୍ୟତୀତ ନୀଳଗିରି ଅଗ୍ନିଶମ ବିଭାଗ ଦ୍ୱାରା ଆବଦ୍ଧାଞ୍ଚଳ ସହ ବରହମ୍‌ପୁର ବଜାରକୁ ବିଶୁଦ୍ଧୀକରଣ କରାଯାଇଛି। ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା ପହଞ୍ଚତ୍ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳେଶ୍ୱରରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଜଳେଶ୍ୱର,୧୮।୨(ସ୍ବ.ପ୍ର)- ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପାନ୍ତରେ ଅବସ୍ଥିତ ଜଳେଶ୍ୱରକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ରାଉନ୍‌ସୁଗାର ଅଣାଯାଇ ମହଜୁଦ କରିବା ପରେ ରାଜ୍ୟର ବିଭିନ୍ନ...

ଛତ୍ରପୁରରେ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ଛତ୍ରପୁର,୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିର ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍‌ ଉପରେ ଲୋକେ ଜବରଦଖଲ କରିଛନ୍ତି। ଏଥିସହ ଡ୍ରେନ୍‌ରେ ଅଳିଆ ଆବର୍ଜନା ଆଦି ପକାଉଛନ୍ତି।...

ଲଡୁଗାଁରେ ପର୍ଶୁରାମ ଜୟନ୍ତୀ

କୋକସରା,୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁଠାରେ ମଙ୍ଗଳବାର ପର୍ଶୁରାମ ଜୟନ୍ତି ପାଳିତ ହୋଇଯାଇଛି। ବ୍ରାହ୍ମଣ ସମାଜ ପକ୍ଷରୁ ଲଡୁଗାଁ ଶିଶୁମନ୍ଦିର ଛକରୁ ହନୁମାନ ତିନିଛକ...

ସାର ଦରବୃଦ୍ଧି ପ୍ରତିବାଦରେ ଧାରଣା

ପାଟଣା,୪ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସାରର ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଇଛି। ସାରର ଅହେତୁକ...

ବୁଧବାର ପୁରୀ ଡିଭିଜନରେ ପକ୍ଷୀ ଗଣନା: ନିୟୋଜିତ ହେବେ ୨୩ ଟିମ୍‌

ପୁରୀ ଅଫିସ, ୭ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ବୁଧବାର ପକ୍ଷୀ ଗଣନା କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରାଜ୍ୟର ବିଭିନ୍ନ ଡିଭିଜନରେ ଗତ ୩...

ମେଡିକାଲ ପାଇଁ ସ୍ପଟ୍‌ ଆଡମିଶନ

ଭୁବନେଶ୍ୱର,୩।୮(ବ୍ୟୁରୋ): ଖାଲିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ପାଇଁ ସ୍ପଟ୍‌ ଆଡମିଶନ ହେବ। ରବିବାରଠାରୁ ୩ ଦିନ ଧରି ଏହି ସ୍ପଟ୍‌ ଆଡମିଶନ ଚାଲିବ। ବର୍ତ୍ତମାନ...

ତାଳଚେରକୁ ଜିଲା ଘୋଷଣା ଦାବି

ତାଳଚେର,୧୮ା୧୧ (ନି.ପ୍ର.):ଓଡ଼ିଶାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ବ ଦେଉଥିବା ଏବଂ ଦେଶର ସବୁଠାରୁ ଅଧିକ କୋଇଲା ଉତ୍ପାଦନ ସହିତ ଏସିଆର ସର୍ବବୃହତ୍‌ ବିଦ୍ୟୁତ...

ବିଡିଓଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କଲେ ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଚିତ୍ରକୋଣ୍ଡା,୧୭ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳର ୭ଟି ପଞ୍ଚାୟତ ଦୋରାଗୁଡ଼ା, ନୂଆଗୁଡ଼ା, ଗୁଣ୍ଠାଓ୍ବାର୍ଡl, କପାତୁଟି, କୁରୁମାନୁର, ପାପୁଲୁର ଓ ଟନେଲକ୍ୟାମ୍ପ ପଞ୍ଚାୟତର...

Advertisement
Archives

Model This Week