ବାଲେଶ୍ୱରରେ ଯୁବତୀ ଚାଲାଣ ର଼୍ୟାକେଟ୍‌ ସକ୍ରିୟ: ଟେର୍‌ ପାଉନି ପୋଲିସ

ବାଲେଶ୍ୱର ଅଫିସ, ୫।୬-ବାଲେଶ୍ୱର ଜିଲାରେ ଯୁବତୀ ଚାଲାଣ ର଼୍ୟାକେଟ୍‌ ସକ୍ରିୟ ହୋଇପଡ଼ିଛି। ପୋଲିସର କୋହଳ ତଦନ୍ତ ଯୋଗୁ ବିଭିନ୍ନ ଆଳ ଦେଖାଇ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହେଉଛନ୍ତି। ଗୁରୁବାର ଏନେଇ ଜିଲା ନାରୀସଂଘ ସଭାପତି ଗୋପାମୁଦ୍ରା ମହାପାତ୍ର ଅଭିଯୋଗ କରିଛନ୍ତି।
କିଛିଦିନ ପୂର୍ବରୁ ଖନ୍ତାପଡ଼ା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଏକ କମ୍ପାନୀ ମାଧ୍ୟମରେ ଦେଶବିଦେଶର ବିଭିନ୍ନ ଅଞ୍ଚଳର ଯୁବତୀମାନଙ୍କ ସହ ଯୋଗସୂତ୍ର ରଖୁଥିଲେ। ସେମାନଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାଲେଶ୍ୱର ଜିଲାକୁ ଆଣି କିଛିଦିନ ରଖିବା ପରେ ସେମାନେ କୁଆଡ଼େ ଯାଆନ୍ତି କୌଣସି ଖୋଜଖବର ମିଳି ନ ଥାଏ। ଏହିଭଳି ଭାବେ ଉକ୍ତ ବ୍ୟକ୍ତି ଗତ ମାର୍ଚ୍ଚ ୧୧ ତାରିଖରେ ବାଙ୍ଗାଲୋରର ଜଣେ ୨୩ ଓ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଆଣି ମହାରାଜପୁର ଗ୍ରାମରେ ପହଞ୍ଚିଥିଲେ। ତାଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବାରୁ ସେ ଉଭୟ ଯୁବତୀଙ୍କୁ ନେଇ ଉକ୍ତ ଗ୍ରାମରେ ଥିବା ମାମୁ ଘରେ ରଖିଥିଲେ। ସେଠାରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ଏନେଇ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚତ୍ ୨ ଯୁବତୀଙ୍କୁ ଉଦ୍ଧାର କରି ମାର୍ଚ୍ଚ ୧୨ରେ ଜିଲା ନାରୀ ସଂଘ ସୁଧାର ଗୃହରେ ରଖିଥିଲେ। ତେବେ ଲକ୍‌ଡାଉନ୍‌ ସମୟରେ ଉଭୟ ଯୁବତୀଙ୍କ ଜାଲ ଆଧାରକାର୍ଡ଼ ଦେଖାଇ ପୋଲିସ ସେ ଦୁହିଁଙ୍କୁ ନାରୀସଂଘରୁ ଆଣି ଅନ୍ୟତ୍ର ପଠାଇ ଦେବା ପାଇଁ ଉଦ୍ୟମ କରୁଥିବା ବେଳେ ନାରୀସଂଘର ସଭାପତି ମହାପାତ୍ର ଏହା ଏକ ଯୁବତୀ ଚାଲାଣ ସମ୍ବନ୍ଧୀୟ ଘଟଣା ବୋଲି ଗତ ମାର୍ଚ୍ଚ ୨୩ରେ କ୍ରାଇମ୍‌ବ୍ରାଞ୍ଚ ଆଡ଼ିଶନାଲ ଡିଜିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତତ୍କାଳୀନ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର ଓ କ୍ରାଇମ୍‌ ଡିଏସ୍‌ପି ଉମେଶ ପଣ୍ଡା ଉକ୍ତ ଅଭିଯୋଗକୁ ଗୁରୁତ୍ୱ ଦେଇ ଖନ୍ତାପଡ଼ା ଥାନା ଅଧିକାରୀ ସଞ୍ଜୟ ପରିଡ଼ାଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେଠାକାର ପୋଲିସ ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆ ନ ଯିବାରୁ ନାରୀସଂଘର ସଭାପତି ମହାପାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଉକ୍ତ ବ୍ୟକ୍ତି ବାରମ୍ବାର ଦେଶର ବିଭିନ୍ନ ସହରରୁ ଯୁବତୀମାନଙ୍କୁ ଆଣିବାର କିଛିଦିନ ପରେ ସେମାନଙ୍କ କୌଣସି ଖୋଜଖବର ନ ମିଳିବା, ପୋଲିସ ସହାୟତାରେ ଜାଲ ଆଧାରକାର୍ଡ଼ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ଯୁବତୀ ଚାଲାଣ ର଼୍ୟାକେଟ୍‌ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଗୁରୁବାର ବାଙ୍ଗାଲୋରର ଉକ୍ତ ୨୦ବର୍ଷୀୟ ଯୁବତୀଙ୍କ ଭଉଣୀ ନାରୀସଂଘରେ ପହଞ୍ଚତ୍ ଉଭୟଙ୍କୁ ନିଜ ଦାୟିତ୍ୱରେ ବାଙ୍ଗାଲୋର ଫେରାଇ ନେଇଥିବା ଜାଣିବାକୁ ମିଳିଛି।
ଏ ସମ୍ପର୍କରେ କ୍ରାଇମ୍‌ ଡିଏସ୍‌ପି ଉମେଶ ପଣ୍ଡା କୁହନ୍ତି, ଅଭିଯୋଗ ପାଇବା ପରେ ଖନ୍ତାପଡ଼ା ଥାନାଧିକାରୀଙ୍କୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାର ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ ଅବଗତ ନ ଥିବା ଓ ଏହା ଉପରେ ଗୁରୁତ୍ୱ ଦେଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?