ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ : ଗଣପର୍ବରେ ପରଣିତ ହୋଇଛି କଳିଙ୍ଗ ବାଲିଯାତ୍ରା

ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ସମୁଦ୍ର ବେଳାଭୂମି ବିଜୁ ମଇଦାନଠାରେ ସୋମବାର ସନ୍ଧ୍ୟାରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ପ୍ରତୀକ ଏହି ମହୋତ୍ସବ ଏବେ ସାଂସ୍କୃତିକ ଗଣପର୍ବରେ ପରଣିତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଏମ୍‌ପି ରାଜଶ୍ରୀ ମଲ୍ଲିକ, ବିଧାୟକ ସମ୍ବିତ ରାଉତରାୟ, ଜିଲାପରିଷଦ ଅଧ୍ୟକ୍ଷା ପ୍ରିୟଦଶିନୀ ବିଶ୍ୱାଳ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଏସ୍‌ପି ପ୍ରକାଶ ଆର୍‌, ଇଫ୍‌କୋ କାରଖାନା ମୁଖ୍ୟ କେ.ଜେ ପଟେଲ, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ବନ୍ଦର ମୁଖ୍ୟଯନ୍ତ୍ରୀ ସରୋଜ କୁମାର ଦାଶ, ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବାତ୍ୟା ବୁଲ୍‌ବୁଲ୍‌ ଯୋଗୁ ନିର୍ମିତ ଷ୍ଟଲ ଭୁଶୁଡ଼ି ପଡ଼ିଥିବାରୁ କୌଣସି ଷ୍ଟଲ ଖୋଲି ପାରି ନ ଥିଲା। ଅର୍ଦ୍ଧନିର୍ମିିତ ସରକାରୀ-ବେସରକାରୀ ଷ୍ଟଲ, ପାରାଦୀପ ବନ୍ଦର, ବନ୍ଦର ଚିକିତ୍ସାଳୟ, ଇଫ୍‌କୋ, ପିପିଏଲ୍‌, ମତ୍ସ୍ୟ ବିଭାଗ, ସୂଚନା ବିଭାଗ, ପଲ୍ଲିଶ୍ରୀ ମେଳା ଓ ଜିଲା ଶିଳ୍ପ କେନ୍ଦ୍ରର ଷ୍ଟଲକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ମହୋତ୍ସବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦ୍‌ଘାଟନ କରିବାର ଥିଲେ ମଧ୍ୟ ସେ ଅନୁପସ୍ଥିତ ଥିଲେ। ସେହିପରି ଜିଲାର ୨ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ବିଷ୍ଣୁ ଦାସ ଅନୁପସ୍ଥିତ ଥିଲେ।
ମହୋତ୍ସବର ଏପାଖ ସେପାଖ
ଜିଲାପାଳଙ୍କୁ ଅପେକ୍ଷା
ପ୍ରାକୃତିକ ବିପର୍ଯ୍ୟୟ ଓ ଅନେକ ବିବାଦ ସତ୍ତ୍ୱେ ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନ ସମୟ ସନ୍ଧ୍ୟା ୫ଟା ଥିଲେ ମଧ୍ୟ ରାତି ୮ଟା ୩୦ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଫଳରେ ରାତି ୧୦ଟା ପର୍ଯ୍ୟନ୍ତ ମଞ୍ଚରେ ଭାସଣ ଚାଲିଥିଲା। ରାଜନେତାମାନେ ରାତି ୭ଟାରେ ଆସି ପହଞ୍ଚତ୍ଥିଲେ। କିନ୍ତୁ ଜିଲାପାଳ ତଥା ବାଲିଯାତ୍ରା କମିଟି ଅଧ୍ୟକ୍ଷ ଆସି ନ ଥିବାରୁ ତାଙ୍କ ପାଇଁ ଘଣ୍ଟାଏ କାଳ ଅପେକ୍ଷା କରିବାକୁ ପଡ଼ିଥିଲା। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନସିଂରେ ବାତ୍ୟା ସମ୍ପର୍କରେ କଥା ହେଉଥିବାରୁ ଆସିବାରେ ବିଳମ୍ବ ହେଲା ବୋଲି କୁହାଯାଇଥିଲା।
ଶେଷ ଦିନର ଅତିଥି ପ୍ରଥମ ଦିନରେ
ମହୋତ୍ସବକୁ ଉଦ୍‌ଘାଟନ କରିବା ପାଇଁ ବାଚସ୍ପତି ଆସିବାର କାର୍ଯ୍ୟକ୍ରମ ରହିଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବାର ଥିଲା। ମାତ୍ର ବାଚସ୍ପତି ସରକାରୀ ଗସ୍ତରେ ପଞ୍ଜାବ ଯାଇଥିବାରୁ ମନ୍ତ୍ରୀ ଜେନା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଷ୍ଣୁ ଦାସ, ପ୍ରଶାନ୍ତ ମୁଦୁଲି ବାଲିଯାତ୍ରା କମିଟି ସଦସ୍ୟ ଥିଲେ ମଧ୍ୟ ଆସିି ନ ଥିଲେ।
ଚର୍ଚ୍ଚାର ଭାଜପା ବିଧାୟକଙ୍କ ଗସ୍ତ ଓ ବାତ୍ୟା ସମୀକ୍ଷା
ବାଲିଯାତ୍ରା ପଡ଼ିଆରେ ବିଜେଡି ନେତାମାନେ ଅତିଥି ହୋଇଥିବାବେଳେ ଭାଜପା ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ଏମ୍‌ପି ବିଭୂପ୍ରସାଦ ତରାଇ, ସ୍ଥାନୀୟ ଯୁବନେତା ସମ୍ପଦ ସ୍ବାଇଁ ଓ ଅନ୍ୟମାନେ ଷଣ୍ଢକୁଦ ବସ୍ତିରେ ବୁଲ୍‌ବୁଲ୍‌ ବାତ୍ୟାର ସମୀକ୍ଷା କରିଥିଲେ। ଏହି ସମୀକ୍ଷାକୁ ନେଇ ନାନା ଚର୍ଚ୍ଚା ହୋଇଛି। କାରଣ ବାଲିଯାତ୍ରା ଟେଣ୍ଡର ବିବାଦକୁ ନେଇ ଭାଜପା କର୍ମୀମାନେ ୮ଦିନ ଧରି ଧାରଣା ଦେଇଥିଲେ। ଜିଲାପାଳ ଆସି ହସ୍ତକ୍ଷେପ କରିବା ପରେ ବିବାଦରେ ପୂର୍ଣ୍ଣଛେଦ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri