ବାଲିଯାତ୍ରା ବିବାଦକୁ ନେଇ ପରସ୍ପର ଦୋଷ ଲଦାଲଦି

ପାରାଦୀପ, ୫ା୧୧(ସ୍ବ.ପ୍ର.): କଳିଙ୍ଗ ବାଲିଯାତ୍ରାକୁ ନେଇ ଭାଜପା-ବିଜେଡି ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ପରସ୍ପରର ଦୋଷ ଲଦାଲଦି ହୋଇଥିଲେ। ଭାଜପା ନେତା ବିଭୁପ୍ରସାଦ ତରାଇ, ସମ୍ପଦ ସ୍ବାଇଁ ସୂଚନା ଦେଇ କହିଥିଲେ, ବାଲିଯାତ୍ରା ପାଇଁ ଶିଳ୍ପ ସଂସ୍ଥା ଓ କିଛି ବଦାନ୍ୟ ବ୍ୟକ୍ତି ଅର୍ଥ ଦେଉଛନ୍ତି। ମାତ୍ର ସେହି ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ବିଜେଡି ନେତା ହରିଲୁଟ୍‌ କରୁଛନ୍ତି। ଏହିଭଳି ଅନେକ ଦୁର୍ନୀତି ଚାଲିଛି। ଭାଜପା ଏହି ଦୁର୍ନୀତି ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ ଚଳାଇଥିବାବେଳେ ବିଜେଡି ନେତା ଭୟଭୀତ ହୋଇପଡ଼ିଛନ୍ତି। ସେମାନେ ଏବେ ପୋଲିସ ଓ ପ୍ରଶାସନକୁ ହାତବାରିଶି କରି ଭଣ୍ଡୁର କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି। ମାତ୍ର ଦଳ ପୂର୍ବବତ୍‌ ଧାରଣା ବଳବତ୍ତର ରଖିବ। ଦରକାର ହେଲେ ପୌରାଞ୍ଚଳର ୧୯ଟି ଯାକ ଓ୍ବାର୍ଡରେ ପଥପ୍ରାନ୍ତ ସଭାକରି ସମସ୍ତଙ୍କ ମୁଖା ଖୋଲିଦେବ।
ବିଜେଡି ନଗର ସଭାପତି ସୁମନ୍ତ କୁମାର ବିଶ୍ୱାଳ ଓ ସମ୍ପାଦକ ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହିଛନ୍ତି, ପୌରପାଳିକା ସାଧାରଣ ଜନତାଙ୍କ ପାଇଁ ଅନେକ ଜନହିତକର କାର୍ଯ୍ୟ କରିଛି। ଏପରି ପ୍ରଗତିରେ ଈର୍ଶାନ୍ବିତ ହୋଇ ଭାଜପାର ଠିକାଦାରରୁ ନେତା ହୋଇଥିବା ନେତା ବୀତସ୍ଫୃହ ହୋଇଛନ୍ତି। କଳିଙ୍ଗ ବାଲିଯାତ୍ରାର ଏକ ଛୋଟ ଘଟଣାକୁ ନେଇ ଡ୍ରାମା ଚଳାଇଛନ୍ତି। ବାଲିଯାତ୍ରା ଜିଲା ପ୍ରଶାସନର କାର୍ଯ୍ୟ। ପୌରପାଳିକା କେବଳ ସହାୟତା କରିଥାଏ। ଏଥିରେ ୧୨୦ଜଣ ସଦସ୍ୟ ଅଛନ୍ତି। ଯେଉଁଥିରେ ଧାରଣା ଦେଇଥିବା ନେତା ସମ୍ପଦକଙ୍କ ପିତା ନିର୍ମଳ ସ୍ବାଇଁ ଓ ପୂର୍ବତନ ଏମ୍‌ପି ବିଭୂପ୍ରସାଦ ତରାଇ ଅଛନ୍ତି। ଆଗାମୀ ଦିନରେ ପୌର ନିର୍ବାଚନ ଥିବାରୁ କଳିଙ୍ଗ ବାଲିଯାତ୍ରା ଭଳି ସାଂସ୍କୃତିକ ଅନୁଷ୍ଠାନକୁ ଏହା ଭିତରେ ଯୋଡ଼ୁଛନ୍ତି। ଏପରି ହୀନ ଉଦ୍ୟମ କରି ବାଲିଯାତ୍ରାକୁ ସେମାନେ ବନ୍ଦ କରିବାକୁ ଯେଉଁ ଅପଚେଷ୍ଟା ଚଳାଇଛନ୍ତି ସେଥିରେ ବିଫଳ ହେବେ ବୋଲି କହିଛନ୍ତି। ଅପରପକ୍ଷେ ରାତି ୮ଟାରେ ପାରାଦୀପରେ ୫ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ସଂଗଠନ ପାନ୍ଥନିବାସଠାରେ ଏକ ଖବରଦାତା ସମ୍ମିଳନୀ କରି ବିଜେଡିକୁ ସମର୍ଥନ ଜଣାଇଥିବା ସୂଚନା ମଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri