ଆସୁଛି ବାତ୍ୟା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଆଣ୍ଡାମାନ ନିକଟସ୍ଥ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନରୁ ୫.୮ କିଲୋମିଟର ବ୍ୟାପି ରହିଛି। ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତ(ଡିପ୍ରେଶନ)ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଲଘୁଚାପ ଡିପ୍‌ ଡିପ୍ରେଶନ ବା ଭୟଙ୍କର ଅବପାତ ରୂପ ନେଇ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।
ଅବପାତ ଆସନ୍ତା ୮ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି। ବାତ୍ୟାର ଗତି କେଉଁ ଆଡ଼କୁ ରହିବ ଓ କେତେ ବେଗରେ କୂଳକୁ ଧକ୍କା ଦେବ ତାହା ଆଉ ଦିନେ ଦୁଇଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଲଘୁଚାପ ବାତ୍ୟାରେ ପରିଣତ ହୋଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ। ପୁରୀ ଜିଲାର ବ୍ରହ୍ମଗିରି କିମ୍ବା କୃଷ୍ଣ ପ୍ରସାଦ ବ୍ଲକ ମଧ୍ୟଦେଇ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ସ୍ଥଳ ଭାଗକୁ ଛୁଇଁବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି। ବାତ୍ୟାର ପ୍ରଭାବରେ ଆସନ୍ତା ୮ ତାରିଖରେ ହାଲ୍‌କା ବର୍ଷା ହେବ। ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଆଦି ଜିଲାରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ୧୧୫ .୬ ମିଲିମିଟରରୁ ୨୦୪.୪ ଏବଂ କେତେକ ସ୍ଥାନରେ ୨୦୪.୫ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ଗଜପତି, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର ଆଦି ଜିଲାରେ ମଧ୍ୟମ ଧରଣର ବର୍ଷା ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚାନ ଦିଆଯାଇଛି । ଆସନ୍ତା ୭ ତାରିଖ ବେଳକୁ ସମୁଦ୍ର ଉପକୂଳ ଅଶାନ୍ତ ରହିବ। ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଯିବ।
ସମ୍ଭାବ୍ୟ ବାତ୍ୟା ଦାନା ବାନ୍ଧିଲେ ଏହାର ନାମ ‘ବୁଲବୁଲ’ ଦିଆଯିବ। ପରବର୍ତ୍ତୀ ସିରିଏଲ ଅନୁଯାୟୀ ପାକିସ୍ତାନର ନାମ ଦେବା ଅଧିକାର ପଡୁଥିବାରୁ ସେହି ଦେଶ ଦେଇଥିବା ନାମ ଅନୁସାରେ ଏହି ବାତ୍ୟାର ନାମକରଣ ବୁଲବୁଲ କରାଯିବ। ଅନ୍ୟ ପକ୍ଷରେ ଆଉ ଏକ ବାତ୍ୟା ଆରବ ସାଗରରେ ସୃଷ୍ଟି ହୋଇଛି। ଏହାର ନାମ ଓମାନ ଦେଶର ନାମ ଅନୁଯାୟୀ ‘ମହା’ ଦିଆଯାଇଛି। ଏହି ବାତ୍ୟା ଦୁର୍ବଳ ହେବା ପରେ ବୁଲବୁଲ୍‌ର ପ୍ରକୃତ ବଳ ବିଷୟରେ ସ୍ପଷ୍ଟ ସଙ୍କେତ ମିଳିବ। ଏହା ପରେ ନାମକରଣ କରାଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଅନ୍ୟ ବିଭାଗଗୁଡ଼ିକ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ବାତ୍ୟାର ସ୍ପଷ୍ଟଚିତ୍ର ମିଳି ନାହିଁ। ଏ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପ୍ରସ୍ତୁତିକୁ ଜୋରଦାର କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୁନ୍‌ ସ୍କୁଲରେ ପାଠପଢ଼ା, ସଞ୍ଜୟ ଗାନ୍ଧୀ ଥିଲେ ସହପାଠୀ; କଳା-ସଂସ୍କୃତି ପ୍ରିୟ ନବୀନ ଏଭଳି ଗଢ଼ିଥିଲେ ରାଜନୀତିରେ ଭବିଷ୍ୟତ

ଭୁବନେଶ୍ୱର,୧୦।୫: ଓଡ଼ିଶାରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟ୍ଟନାୟକ ଦୁଇ ଦଶକରୁ ଅଧିକ ସମୟ ଧରି...

ସମୀରଙ୍କୁ ରାଜା ସ୍ବାଇଁଙ୍କ ଚେତାବନୀ, ପଛରୁ ଛରାଘାତ…

ଭୁବନେଶ୍ୱର,୧୦।୫: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚେତାବନୀ । ନିର୍ବାଚନରେ ପଛରୁ ଛୁରାଘାତ କଲେ...

ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୦।୫: ଆଗାମୀ ୩ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା...

ବୁଲେଟ୍‌ରେ ନଜର ଆସିଲେ ପାଣ୍ଡିଆନ, ଦେଲେ ଖାସ୍‌ ବାର୍ତ୍ତା

ଭୁବନେଶ୍ୱର,୧୦।୫: ବିଜୁ ଜନତା ଦଳ ଚଳିତ ନିର୍ବାଚନ ପାଇଁ ନିଜ ଇସ୍ତାହାର ପ୍ରକାଶ କରିଛି। ଯେଉଁଥିରେ ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ଓ ଯୁବପିଢିଙ୍କୁ...

ନାମାଙ୍କନପତ୍ର ଦାଖଲ ବେଳେ ଅଘଟଣ: ଟ୍ରକ୍‌ ଧକ୍କାରେ ଚାଲିଗଲା କର୍ମୀଙ୍କ ଜୀବନ

ଯାଜପୁର,୧୦।୫(ହର୍ଷବର୍ଦ୍ଦନ ବେହେରା): ଏକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଶୁକ୍ରବାର ନାମାଙ୍କନପତ୍ର ଦାଖଲ ବେଳେ ଏକ ଅଘଟଣ ଘଟିଛି। ଏକ ସଡ଼କ ଦୁର୍ଘଟଣାରେ ଜଣେ କର୍ମୀଙ୍କ...

ରାଜନୀତିରୁ ନେଇଯିବେ ସନ୍ୟାସ, ଖୋଲା ଚ୍ୟାଲେଞ୍ଜ ଦେଲେ ପାଣ୍ଡିଆନ

ଭୁବନେଶ୍ୱର,୧୦।୫: ନିର୍ବାଚନୀ ସଭାରେ ବଡ ବୟାନ ଦେଇଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶୁକ୍ରବାର ଏକ ସମାବେଶକୁ ସମ୍ବୋଧନ ସମୟରେ ନାଁ ନ ନେଇ...

ନାମାଙ୍କନପତ୍ର ଦାଖଲ କଲେ ମନମୋହନ ସାମଲ

ଭୁବନେଶ୍ୱର,୧୦।୫: ଭାଜପାର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri