ବାଲିଗୁଡା ଏନ୍‌ଏସି: ୪ଦିନ ହେଲା ଜଳଯୋଗାଣ ବନ୍ଦ

ବାଲିଗୁଡ଼ା,୨୯ା୫(ଡି.ଏନ୍‌.ଏ.)- ଦୀର୍ଘ ସପ୍ତାହେ ହେଲାଣି ଲୋ ଭୋଲଟେଜ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାଲିଗୁଡ଼ା ଅଞ୍ଚଳବାସୀ। ଦିନକୁ ଦିନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଲୋ ଭୋଲଟେଜ ଯୋଗୁ ସହରରେ ଜଳ ଯୋଗାଣ ମଧ୍ୟ ହୋଇପାରୁନାହିଁ। ଦୀର୍ଘ ଚାରିଦିନ ହେଲାଣି ସହରବାସୀ ପାନୀୟ ଜଳ ପାଇପାରୁନଥିବା ଅଭିଯୋଗ କରିଛନ୍ତି। ସେପଟେ ପମ୍ପ ଅପରେଟରଙ୍କ କହିବା ଅନୁଯାୟୀ ଲୋ ଭୋଲଟେଜ ଯୋଗୁ ମୋଟର ଚାଲିପାରୁନାହିଁ। ଫଳରେ ସହରବାସୀଙ୍କୁ ଜଳ ଯୋଗାଇବା ସମ୍ଭବ ହୋଇପାରୁନାହିଁ। ଏଥିସହ ଘରେ ଫ୍ୟାନ ଚାଲୁ ନ ଥିବାରୁ ଲୋକେ ଗରମରେ ସିଝୁଛନ୍ତି। ପ୍ରକାଥାଉକି, ବାଲିଗୁଡା ଏକ ବିଜ୍ଞାପିତ ପରିଷଦ ଅଞ୍ଚଳ (ଏନ୍‌ଏସି) ହୋଇଥିଲେ ମଧ୍ୟ ଏଠାରେ ଜଳଯୋଗାଣ ସଂସ୍ଥା (ପିଏଚ୍‌ଇଡ଼ି) ବିଭାଗର କୌଣସି କାର୍ଯ୍ୟାଳୟ ନାହିଁ। ଏନ୍‌ଏସି ଅଧିକାରୀ ଜଳଯୋଗାଣ ନେଇ କୌଣସି ପଦକ୍ଷେପ ନେଉନଥିବାବେଳେ ପିଏଚ୍‌ଇଡି ବିଭାଗର ଯେଉଁ ଅଧିକାରୀ ବାଲିଗୁଡ଼ା ଦାୟିତ୍ୱରେ ଅଛନ୍ତି ଲୋକେ ଅଭିଯୋଗ କରିବାକୁ ଗଲେ ତାଙ୍କର ଦେଖା ମିଳୁନାହିଁ। ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷୀଙ୍କୁ ୨୫ବର୍ଷ ଦଣ୍ଡାଦେଶ

କଟକ ଅଫିସ,୧୧।୫: କଟକ ମଙ୍ଗଳାବାଗ ଥାନା ଅଧୀନ ଫ୍ରେଣ୍ଡ୍‌ସ କଲୋନୀ ଅଞ୍ଚଳରେ ରହୁଥିବା ଜଣେ ୫ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିବା ମାମଲାରେ ଅଭିଯୁକ୍ତଙ୍କୁ ୨୫ବର୍ଷ ଜେଲ...

ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

ବାହାନଗା, ୨୮ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ତଳକରଞ୍ଜାବିନ୍ଧା ଗ୍ରାମର ୨ ନମ୍ବର ୱାର୍ଡର ମୁଖ୍ୟ ରାସ୍ତାରେ ଏବେ ବର୍ଷା ପାଣି ଲହଡି ଖେଳୁଛି।...

ରଟିଣା ସରକାରୀ ଜମିରୁ ମୋରମ ଲୁଟ୍‌:ମାସେ ଧରି ଚାଲିଛି, ଟେର୍‌ ପାଉନାହାନ୍ତି ଅଧିକାରୀ

ଖଇରା, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବାଲିଗଡ଼ ଦଖଲରେ ଥିବା ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ୍‌...

ନନ୍ଦନକାନନରୁ ଚନ୍ଦକା ଗଲେ ୭ ହରିଣ

ବାରଙ୍ଗ,୮ା୧୨(ଡି.ଏନ୍‌.ଏ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶନିବାର ୭ଟି ଚିତ୍ରାହରିଣ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ଚନ୍ଦକାରେ ଛଡ଼ାଯିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ଇତି ମଧ୍ୟରେ ପ୍ରାୟ...

ଖଣିଜ ସାମ୍ପଲିଂ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ

ଯୋଡ଼ା,୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏସ୍‌ଜିଏସ୍‌ ଖଣିଜ ସାମ୍ପଲିଂ କାରଖାନା କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ଚୋରି ହୋଇଥିବା ଯୋଡ଼ା ଥାନାରେ ଲିଖିତ...

କୋର୍ଟ କାର୍ଯ୍ୟ ୩ ଦିନ ସ୍ଥଗିତ

ବୌଦ୍ଧ, ୨୧।୧(ସ୍ବ.ପ୍ର.): ବୌଦ୍ଧ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଜିଲାରେ ଆଉ ୭୬ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।...

ଛତ୍ରପୁର ବ୍ଲକ ଅଧ୍ୟକ୍ଷଙ୍କୁ କରୋନା :କଳ୍ପବାସୀ ନଗରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷରେ ଏନ୍‌ଏସିର ୱାର୍ଡ ନମ୍ବର ୧୨ର କଳ୍ପବାସୀ ନଗରରେ ଜଣେ କରୋନା ପଜିଟିଭ...

ଶ୍ରୀମନ୍ଦିରରେ ଦୀପ ନିଆଁ ଲାଗି ମହିଳା ଭକ୍ତ ଗୁରୁତର

ପୁରୀ ଅଫିସ,୬।୩: ଶ୍ରୀମନ୍ଦିର ଭିତରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଭକ୍ତ ଗୁରୁତର ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ମହିଳା ଜଣକ...

Advertisement
Archives

Model This Week