ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ: ‘ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁ’

ଜଗତ୍‌ସିଂହପୁର ଅଫିସ୍‌,୬ା୨: ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଯୋଜନାଗୁଡିକ ଲୋକଙ୍କ ନିକଟରେ ପହଞ୍ଚିବା ଦରକାର। ଏଥିରୁ ଯେପରି କେହି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ଏକଥା କୁହାଯାଇଛି। ବୈଠକରେ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଥିଲେ, କୌଣସି ସାଧାରଣ ଲୋକଙ୍କୁ ତାଙ୍କ ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚତ୍ତ କରାଯିବା ଉଚିତ ନୁହେଁ। କିଛି କ୍ଷେତ୍ରୀୟ ଅଧିକାରୀଙ୍କ ଅବହେଳା ଯୋଗୁ କେଉଁଠି ନା କେଉଁଠି କାର୍ଯ୍ୟରେ ସମସ୍ୟା ରହୁଛି। ସରକାରୀ କର୍ମଚାରୀ ସେମାନଙ୍କ ଉତ୍ତରଦାୟିତ୍ୱ ଠିକ ଭାବେ ନିର୍ବାହ କରୁନାହାନ୍ତି। ତେଣୁ ପ୍ରତ୍ୟେକେ ଏଥିପ୍ରତି ଦାୟିତ୍ୱବାନ ହେବାକୁ ପଡିବ। ଏଥିସହ ବିଭାଗୀୟ କର୍ମକର୍ତ୍ତାମାନେ ସହମତି ଭିତ୍ତିରେ କାର୍ଯ୍ୟ କଲେ ସବୁ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ। ମୋ ସରକାର ଚଳାଇବା ଦାୟିତ୍ୱ ସରକାରୀ କଳର ବୋଲି ମନ୍ତ୍ରୀ କହିଥିଲେ। ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ଅନେକ ବିକାଶ ହୋଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀ ଟିମ୍‌ ୱାର୍କର ବିକାଶ ଧାରାକୁ ତ୍ୱରାନ୍ବିତ କରିପାରିଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମନ୍ତ୍ରୀ ମତ ରଖିଥିଲେ।
ବୈଠକରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜାତୀୟ ରାଜପଥ(ଏନ୍‌ଏଚ୍‌)-୫୫ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କନ୍ଦରପୁର ଓ ଛପଡ଼ାଠାରେ ଜାତୀୟ ରାଜପଥ ଉପରେ ରେଳ ବିଭାଗ ପକ୍ଷରୁ ୨ଟି ଓଭରବ୍ରିଜ୍‌ ନିର୍ମାଣ କରାଯିବ। ସେଥିମଧ୍ୟରେ ଛପଡ଼ାରେ ଓଭରବ୍ରିଜ୍‌ର ରୂପରେଖ ଆପାତତଃ ଚୂଡାନ୍ତ ହୋଇଯାଇଛି। ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କୁ ସ୍କେଚ୍‌ ମ୍ୟାପ୍‌ ପ୍ରଦାନ କରାଯାଇଛି। ଏନ୍‌ଏଚ୍‌ କର୍ତ୍ତୃପକ୍ଷ ଅନୁମୋଦନ କଲାପରେ ଟେଣ୍ଡର ହେବ। ତଥାପି ଟେଣ୍ଡର ୧ ମାସ ଭିତରେ ହେବାର ସମ୍ଭାବନା ଥିବା କୁହାଯାଉଛି। ଏହାବାଦ୍‌ ବୈଠକରେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା: ପ୍ରଧାନମନ୍ତ୍ରୀ ଆବାସ, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି, ଆମ ଗାଁ ଆମ ବିକାଶ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ, ପାନୀୟ ଜଳ ଯୋଗାଣ, ପାଇପ ମାଧ୍ୟମରେ ଜଳ ଯୋଗାଣ ପ୍ରକଳ୍ପ, କଂକ୍ରିଟ ରାସ୍ତା, ଆଦର୍ଶ ବିଦ୍ୟାଳୟ, ପ୍ରାଣୀ ଚିକିତ୍ସାଳୟ ନିର୍ମାଣ, କଣିଆଠାରୁ ମାଛଗାଁ ରାସ୍ତା ନିର୍ମାଣ, ଜଳସମ୍ପଦ, ଡ୍ରେନେଜ୍‌, ସାଧାରଣ ବଣ୍ଟନ, ଏରସମାରେ ଜଙ୍ଗଲ କିସମ ଜମିରେ ରହୁଥିବା ଲୋକଙ୍କ ସମସ୍ୟାର ସମାଧାନ, ଫନୀ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସଶକ୍ତୀକରଣ, ଡିଡିୟୁଜିକେୱାଇ ଉପରେ ଆଲୋଚନା ହୋଇଥିଲା। ଜିଲାରେ ମିଲ୍‌ର ସମସ୍ୟାର ସମାଧାନ, ପାଣି ପଞ୍ଚାୟତ, ରାଶନ କାର୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନ ସମସ୍ତ ବିଦ୍ୟାଳୟରେ ବାଳିକାଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ, ଧାନ ମଣ୍ଡି, ବାଲିକୁଦା ଏମ୍‌ସିଏଚ୍‌ ବିଲଡିଂର ମରାମତି, ସ୍ବାସ୍ଥ୍ୟ ବିଭାଗର କ୍ବାର୍ଟର ନିର୍ମାଣ ଓ ସଏଲ ହେଲ୍‌ଥ କାର୍ଡ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୈଠକରେ ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ଉପସଭାପତି ଲିଙ୍ଗରାଜ ସ୍ବାଇଁ, ଏରସମା ବ୍ଲକ ଅଧ୍ୟକ୍ଷ ପ୍ରଣବ ସ୍ବାଇଁ, ବାଲିକୁଦା ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁ, ଜିଲା ପରିଷଦ ସଦସ୍ୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଶ୍ୱନାଥ ମିଶ୍ର, ଜିଲାସ୍ତରୀୟ ଅଧିକାରୀ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri