ବାଲିଆପାଳ ଅଞ୍ଚଳରେ ବ୍ୟାପକ କ୍ଷତି

ବାଲିଆପାଳ, ୨୩।୫(ସ୍ବ.ପ୍ର.)-ବାତ୍ୟା ଅମ୍ଫନ ପ୍ରଭାବରେ ବାଲିଆପାଳ ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ବାତ୍ୟା ଛାଡ଼ିଯାଇଛି ମାତ୍ର ତାର ପ୍ରଭାବରେ ଚାଷୀ ଏବଂ ଗରିବ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଶହ ଶହ ଏକରରେ ହୋଇଥିବା ରବିଧାନ ପାଣିରେ ଭାସୁଛି। ସେହିପରି ସମୁଦ୍ରକୂଳିଆ ଗାଁଗୁଡ଼ିକରେ ହୋଇଥିବା ଚିନାବାଦାମ, ମିଗ, ବିରି ଗଛ ପାଣିରେ ବୁଡିରହି ପଚିବାକୁ ବସିଲାଣି। ପାନବରଜ ସବୁ ଭାଙ୍ଗି ମାଟିରେ ମିଶିଛି। ଗଛ ପଡି ଲଙ୍ଗଳେଶ୍ୱର ଗ୍ରାମର ଅମୂଲ୍ୟ ଜେନାଙ୍କ ଘର ଭାଙ୍ଗିବା ସହିତ ୫୦ ହଜାରରୁ ଊର୍ଦ୍ଧ୍ୱ ସାମଗ୍ରୀ ନଷ୍ଟ ହୋଇଛି। ସେହିପରି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ସେ ଏବେ ସ୍କୁଲ ଘରେ ପରିବାର ସହିତ ଅଶ୍ରୟ ନେଇଛନ୍ତି। ବାତ୍ୟା ପ୍ରଭାବରେ ଚଉମୁଖ, ଡଗରା, ବେତଗଡିଆ, ଜମ୍ଭିରାଇ, କଷାଫଳ ଆଦି ସ୍ଥାନରେ ଜଙ୍ଗଲ ବିଭାଗ ପକ୍ଷରୁ ରୋପଣ କରାଯାଇଥିବା ଝାଉଁ ଜଙ୍ଗଲରେ ଶହ ଶହ ଗଛ ଭାଙ୍ଗି ଉପୁଡି ପଡିଛି। ଏହି ସୁଯୋଗରେ କେତେକ କାଠମାଫିଆ ସେଗୁଡିକୁ ନେଇଯାଉଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଏହି ବ୍ଲକର ପାନଚାଷୀଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି। ଲକ୍‌ଡାଉନ ପାଇଁ ପାନ ବାହାରକୁ ଯାଇପାରୁନି ଏବଂ ଦୋକାନ ବନ୍ଦ ଥିବାରୁ ସ୍ଥାନୀୟ ବଜାରରେ ମଧ୍ୟ କେହି କିଣୁନାହାନ୍ତି। ଏବେ ଅମ୍ଫନ ଯୋଗୁ ୭୫ ଶତାଂଶ ପାନବରଜ ମାଟିରେ ମିଶିଯାଇଛି। ସେମାନେ କରଜ କରି ପାନବରଜ କରିଥିବା ବେଳେ ଏବେ କିପରି ଋଣ ପରିଶୋଧ କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି। ସରକାର ଧାନ ଏବଂ ଅନ୍ୟାନ୍ୟ ଫସଲକୁ ଯେପରି କିଣୁଛନ୍ତି ଏବଂ କ୍ଷତିପୂରଣ ଦେଉଛନ୍ତି ସେହିପରି ପାନଚାଷୀଙ୍କୁ ଅନୁରୂପ ସହାୟତା ଦେବାକୁ ପାନଚାଷୀ ଅନନ୍ତ ଗିରି, ଶିବନାରାୟଣ ବାରିକ, ମନୋରଞ୍ଜନ ଦେ, ଜୟଦେବ ପ୍ରମାଣିକ, ଗଣେଶ ବିଶ୍ୱାଳ ପ୍ରମୁଖ ଦାବି ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri