ବାର୍‌ହା ମାରି ମାଂସ ଭାଗ ସମୟରେ ଚଢାଉ: କଟା ମାଂସ, ୨ ବାଇକ୍‌ ଜବତ

ସୋନପୁର,୩୦।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଲଛିପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୟୂରଉଡାନ ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରୁ ବନ ବିଭାଗ ଗୁରୁବାର ୮ କିଲୋ ବାର୍‌ହା ମାଂସ ଜବତ କରିଛି। କେତେକ ଲୋକ ବାର୍‌ହା ମାରି ମାଂସ ଭାଗ କରୁଥିଲେ। ସୂଚନା ପାଇ ଲଛିପୁର ବନପାଳ ବାବାଜୀ ନାଏକଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀମାନେ ଚଢାଉ କରିଥିଲେ। ବନ ବିଭାଗର ଗାଡି ଦେଖି ଅଭିଯୁକ୍ତମାନେ ବାଇକ୍‌, କଟା ମାଂସ ଓ ମୋବାଇଲ ଛାଡି ଫେରାର ହୋଇଯାଇଥିଲେ। କର୍ମଚାରୀମାନେ ଘଟଣାସ୍ଥଳରୁ ବାର୍‌ହା ମୁଣ୍ଡ, ୮ କିଲୋ ମାଂସ, ୨ଟି ବାଇକ୍‌ ନଂ ଓଆର୦୩ଏଚ-୫୦୫୯ ଓ ଓଡି୩୧ଏ-୦୬୦୮, ଗୋଟିଏ କମ୍ପ୍ୟୁଟର ଓଜନ ମେଶିନ, ବଟକରା, ୨ଟି ଟାଙ୍ଗିଆ, ୨ଟି ଛୁରି, ୨ଟି କଟୁରି, ୨ଟି ପନଖି ଏବଂ ଗୋଟିଏ ମୋବାଇଲ ଜବତ କରିଛନ୍ତି। ବନ ବିଭାଗ ଜବତ ମାଂସକୁ ସୋନପୁର ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ସଂଗ୍ରହ କରାଯାଇଥିବା ମାଂସ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଓଡିଶା ପ୍ରାଣୀ ମହାବିଦ୍ୟାଳୟ(ବନ୍ୟ ଜନ୍ତୁ ସ୍ବାସ୍ଥ୍ୟ)କୁ ପଠାଯିବ। ମାଂସ ଓ ମୁଣ୍ଡକୁ ଗାତଖୋଳି ବନ ବିଭାଗର ନର୍ସରୀରେ ପୋତି ଦିଆଯାଇଛି। ବାର୍‌ହାଟି ୨ ବର୍ଷର ହୋଇଥିବା ବେଳେ ବାଟହୁଡି ଜଙ୍ଗଲ ଭିତରୁ ଚାଲି ଆସିଥିଲା। କୁକୁର ଲଗାଇ କେତେକ ଲୋକ ତାକୁ ମାରିଥିବା ଅନୁମାନ କରାଯାଉଛି। ସୋନପୁର ବନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶନନଗର ଥାନା ଆଇଆଇସି ନିଲମ୍ବିତ

କିଶନନଗର,୨୮।୬(ଡି.ଏନ୍‌.ଏ.): କଟକ ଜିଲା କିଶନନଗର ଥାନା ଆଇଆଇସି ସସ୍ମିତା ରାଣାଙ୍କୁ ନିଲମ୍ବନ କରାଯାଇଛି। କିଶନନଗର ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଘଟଣାରେ କାର୍ଯ୍ୟରେ ଅବହେଳା ଦର୍ଶାଇ...

‘ରାସ୍ତା ନାହିଁ ତ ଭୋଟ ନାହିଁ’

ବାସୁଦେବପୁର, ୨୦।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ଚାରିଟିକିରିଆ ରାଜସ୍ବ ଗ୍ରାମ ୯ ନଂ. ୱାର୍ଡକୁ ସ୍ଥାୟୀ ରାସ୍ତା ନାହିଁ। ଏନେଇ...

ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେଲେ ନାରାୟଣ

ବାଲେଶ୍ୱର ଅଫିସ,୧୪ା୩: ବାଲେଶ୍ୱର ଜିଲାରେ ୨୯ନଂ. ଜୋନ୍‌ରୁ ନିର୍ବାଚିତ ଜିଲା ପରିଷଦ ସଦସ୍ୟ ତଥା ବିଜେଡି ପ୍ରାର୍ଥୀ ନାରାୟଣ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ଜିଲାପରିଷଦ ସଭାପତି ଭାବେ ବିଜୟଲାଭ...

ଅବଧି ବଢ଼ାଇ ଛୁଟିରେ ଡାକ୍ତର ସୁମିତ

ଆସିକା,୧୦ା୧(ଡି.ଏନ୍‌.ଏ.): ଡାକ୍ତର ସୁମିତ ସାହୁ ଓ ତାଙ୍କ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ଥମିବାର ନାଁ ଧରୁନି। ଜିଲା ଜଜ୍‌...

ସୂତାଖିଅରେ ଝୁଲିଲା ଆଉଟ୍‌ସୋର୍ସିଂ ଚାକିରି

ନୟାଗଡ଼ ଅଫିସ,୧୭।୧୧: ଆଉଟ୍‌ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀଙ୍କ ଚାକିରି ନିୟମିତ ହେବା ନେଇ ସରକାରୀ ବ୍ୟବସ୍ଥା ନ ଥିବା ସିଡିଏମ୍‌ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ(ଡିଏଲସି)ଙ୍କୁ ଜଣାଇବା...

ଜଙ୍ଗଲରୁ କାଠ ଆସିଲେ ଚୁଲି ଉପରେ ହାଣ୍ଡି ବସେ

ମହାକାଳପଡ଼ା,୩୦ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ପେଟଛେଲା ପଞ୍ଚାୟତ ଆଦିବାସୀ ଶବରପଡ଼ା ଗ୍ରାମବାସୀଙ୍କ ଜୀବନ ଅଧିକାଂଶ ସମୟ ଜଙ୍ଗଲ ଭିତରେ ହିଁ କଟେ।...

ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ଗୋଲାପ ଦେଇ ସଚେତନ କଲେ ଜିଲାପାଳ

ଢେଙ୍କାନାଳ ଅଫିସ,୨୯।୨: ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସ ସମୟ ପୂରିଯାଇଥିବା ବେଳେ...

୨୬ରେ ମହିପୁରକୁ ଗଡ଼ିବ ଟ୍ରେନ୍‌

ନୟାଗଡ଼ ଅଫିସ,୨୧ା୧୨: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହିପୁର ଷ୍ଟେଶନକୁ ଆସନ୍ତା ୨୬ ତାରିଖରେ ଟ୍ରେନ୍‌ ଚଳାଚଳ କରିବ। ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ...

Advertisement
Archives

Model This Week