Posted inଖେଳ

ବାର୍ସିଲୋନାକୁ ଟେବୁଲ ଟପ୍‌ରେ ପହଞ୍ଚାଇଲେ ମେସି

ମାଡ୍ରିଡ୍‌,୨।୧୨- ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଦମ୍‌ରେ ବାର୍ସିଲୋନା ଲା ଲିଗା ଲିଗ୍‌ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ୧-୦ ଗୋଲରେ ଆଟଲେଟିକୋ ମାଡ୍ରିଡ୍‌କୁ ହରାଇ ଦେଇଛି। ଆର୍ଜେଣ୍ଟିନା ଷ୍ଟାର ନିଜ କ୍ୟାରିୟରର ୭୦୧ ତମ କ୍ଲବ ସ୍ତରୀୟ ମ୍ୟାଚ୍‌ ଖେଳିଛନ୍ତି। ମ୍ୟାଚର ୮୬ତମ ମିନିଟ୍‌ରେ ଲୁଇସ ସୁଆରେଜଙ୍କ ସହ ଓ୍ବାନ ଟୁ ଓ୍ବାନ ଖେଳି ମେସି ଗୋଲ ସ୍କୋର କରିଥିଲେ। ଆଟଲେଟିକୋ ବିପକ୍ଷରେ ଗତ ୩୯ ମ୍ୟାଚ୍‌ରେ ମେସିଙ୍କ ୩୦ତମ ଗୋଲ। ଏହି ବିଜୟ ସହ ୧୪ ମ୍ୟାଚ୍‌ ପରେ ବାର୍ସିଲୋନା ୩୧ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାତେଇଛି। ରିଅଲ ମାଡ୍ରିଡ୍‌ ନିକଟରେ ସମାନ ସଂଖ୍ୟକ ପଏଣ୍ଟ ଥିଲେ କମ୍‌ ସଂଖ୍ୟକ ଗୋଲ ଯୋଗୁ ଦ୍ୱିତୀୟ ସ୍ଥାନକୁ ଖସିଛି। ବାର୍ସିଲୋନା ଲିଗ୍‌ରେ ଏପର୍ଯ୍ୟନ୍ତ ଅଧିକ ୨୦ ଗୋଲ କରିଥିବାବେଳେ ମାଡ୍ରିଡ୍‌ ୧୯ ଗୋଲ ସ୍କୋର କରିଛି। ଅନ୍ୟପକ୍ଷରେ ଆଟଲେଟିକୋ ୨୫ ପଏଣ୍ଟ ସହ ୬ଷ୍ଠ ସ୍ଥାନ ବଜାୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନ ଖେଳାଳି ବିନୀତ ସାକ୍ସେନାଙ୍କ ଅବସର

ଜୟପୁର,୨୮।୧(ପି.ଟି.)- ରଣଜୀ ଟ୍ରଫିର ୨୦୧୧-୧୨ ସଂସ୍କରଣରେ ମାରାଥନ ଦ୍ୱିଶତକୀୟ ଇନିଂସ ଖେଳି ରାଜସ୍ଥାନକୁ ଚାମ୍ପିୟନ କରାଇଥିବା କ୍ରିକେଟର ବିନୀତ ସାକ୍ସେନା ସୋମବାର ଅବସର ଘୋଷଣା କରିଛନ୍ତି।...

କୋଭିଡ-୧୯ ଭାରତୀୟ କ୍ରୀଡ଼ା ପାଇଁ ଆଶୀର୍ବାଦ ସଦୃଶ ହେବ: ବିନ୍ଦ୍ରା

ନୂଆଦିଲ୍ଲୀ, ୨୧।୪ (ପି.ଟି.): କୋରୋନା ଭାଇରସର ଆତଙ୍କ ଶେଷ ହେବା ପରେ ବିଶ୍ୱର ରୂପ ଅଲଗା ହୋଇଥିବ ଓ ଏହା ଭାରତୀୟ କ୍ରୀଡ଼ା ପାଇଁ ଆଶୀର୍ବାଦ...

ଭାରତୀୟ ଦଳକୁ ଡବଲ ଝଟ୍‌କା

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ଇନିଂସ ଆରମ୍ଭରୁ ଡବଲ ଝଟ୍‌କା ଲାଗିଛି। ଦକ୍ଷ ଓପନର ଲୋକେଶ...

ରୋହିତ ଶର୍ମାଙ୍କୁ କ୍ଷମା ମାଗିଲେ ସ୍ତ୍ରୀ: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମା ଏବଂ ରିତିକା ସଜଦେହଙ୍କ ଯୋଡିକୁ ତାଙ୍କ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ଉଭୟଙ୍କ ଫଟୋ ଏବଂ ଭିଡିଓ...

ଦୀପକ ଚହର ନୁହେଁ, ଏହି ଭାରତୀୟ ଖେଳାଳି ନେଇଥିଲେ ଟି୨୦ରେ ପ୍ରଥମ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ,୧୨।୧୧:ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଶେଷ ଟି୨୦ ମ୍ୟାଚରେ ହ୍ୟାଟ୍ରିକ୍‌ ସହ ୬ ଉଇକେଟ ନେଇ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୀପକ ଚହରଙ୍କୁ...

ଅଲିମ୍ପିକ କମ୍ପୋଜର ଓୟାମାଡାଙ୍କ ଇସ୍ତଫା

ଟୋକିଓ,୨୧।୭: ଟୋକିଓ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ ପାଇଁ ସଙ୍ଗୀତକାର ଭାବେ କାର୍ଯ୍ୟ କରୁଥିବା କେଇଗୋ ଓୟାମାଡାଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି। ପିଲାଦିନର ଏକ ଅଭାବନୀୟ...

ମାତ୍ର ୪୦ ମିନିଟ୍‌ରେ ଏହି ପାକିସ୍ତାନୀ ଖେଳାଳିଙ୍କ ହୃଦୟ ଜିତି ନେଲେ ସୌରଭ ଗାଙ୍ଗୁଲୀ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଏବଂ ପାକିସ୍ତାନ କ୍ରିକେଟ ଖେଳ ସବୁବେଳେ ରୋମାଞ୍ଚଭରା ହୋଇଥାଏ। ଦୁଇ ପ୍ରତିପକ୍ଷ ଖେଳାଳିଙ୍କ ମଧ୍ୟରେ ଖେଳ ପଡ଼ିଆ ଭିତରେ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା ଲାଗି...

ସୈଫ୍‌ ହାସନଙ୍କୁ ଜରିମାନା

କୋଲକାତା,୨୯।୧୧(ପି.ଟି.)- ଭାରତରେ ଅଧିକ ସମୟ ରହିବାରୁ ବାଂଲାଦେଶ ଓପନର ସୈଫ ହାସନଙ୍କୁ ଜରିମାନ ଦେବାକୁ ପଡିଛି। ତାଙ୍କର ଭିଜା ଅବଧି ଶେଷ ହୋଇଥିଲେ ମଧ୍ୟ ସେ...

Advertisement
Archives

Model This Week