ବାର୍ଦ୍ଧକ୍ୟର ବେଦନା

ସଂଗ୍ରାମ କେଶରୀ ପୃଷ୍ଟି

ଜୀବନସାରା ଯାବତୀୟ ବୋଝକୁ ମୁଣ୍ଡାଇ ମୁଣ୍ଡାଇ, ମୁଣ୍ଡ ଝାଳ ତୁଣ୍ଡରେ ମାରି ଲହୁଲୁହାଣ ହୋଇ ଖଟୁଥିବା ମଣିଷଟି କେତେବେଳେ ଯେ ଆସି ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚି ଯାଇଥାଆନ୍ତି, ସେକଥା ସେ ନିଜେ ମଧ୍ୟ ଜାଣିପାରନ୍ତି ନାହିଁ। ବୁଝିବା ଶକ୍ତି ଥାଇ ଓ କାମ କରିବାର ଦକ୍ଷତା ଥାଇ ସୁଦ୍ଧା ପରିବାରଲୋକଙ୍କ ପାଇଁ ସେ ପାଲଟି ଯାଆନ୍ତି ଅଲୋଡ଼ା, ଅଖୋଜା, ଅଦରକାରୀ। ଜୀବନସାରା ଅଭିଜ୍ଞତା ସାଉଁଟିଥିବା ମଣିଷଟିକୁ ଯେତେବେଳେ ସ୍ଥାଣୁ କରି ରଖିଦିଆଯାଏ, ତାଙ୍କୁ ବହୁତ କଷ୍ଟ ହୁଏ। କୌଣସି ପ୍ରସଙ୍ଗରେ ତାଙ୍କର ଟିକା ଟିପ୍ପଣୀ ଏବେ ଯେମିତି ଅକାମୀ ହୋଇପଡ଼ିଛି। ବାଃ ବାଃରେ ଦୁନିଆ! ବାର୍ଦ୍ଧକ୍ୟକୁ ସମ୍ମାନ ଦେବାରେ କେତେ କାର୍ପଣ୍ୟ ପ୍ରକାଶ କରୁଛୁ ଆମେ!
ବାର୍ଦ୍ଧକ୍ୟର ବେଦନା ସେତେବେଳେ ବଳିପଡେ, ଯେତେବେଳେ କି ତାଙ୍କ ଅର୍ଜିତ ପେନ୍‌ସନ ବା ବାର୍ଦ୍ଧକ୍ୟ ଭତ୍ତାରୁ ଭାଗନେବା ପାଇଁ ଚାଲେ ପୁଅମାନଙ୍କର ଜୁଲୁମ। ସେ ପଇସାର ଖର୍ଚ୍ଚକୁ ନେଇ ବାରମ୍ବାର ହିସାବ ମଗାଯାଏ। ନିଜ ଅର୍ଜିତ ରୋଜଗାରକୁ ଖର୍ଚ୍ଚ କରିବା ପାଇଁ ଯେତେବେଳେ ସନ୍ତାନ ସନ୍ତତିଙ୍କଠାରୁ ଅନୁମତି ନିଆଯାଏ ଓ ତାଙ୍କୁ ଖର୍ଚ୍ଚର ହିସାବ ଦିଆଯାଏ, ସେତେବେଳେ ବହୁତ କଷ୍ଟ ହୁଏ। ତାଙ୍କର ଅଧିକ ପୁଅ ଥିଲେ ତ ସମସ୍ୟା ବଳିପଡେ। ସମସ୍ତଙ୍କ ମନରେ କୁହୁଳି ଉଠୁଥାଏ ସନ୍ଦେହଟିଏ, ପେନ୍‌ସନ ବା ଭତ୍ତା ବାପା ଦେଉଛନ୍ତି କାହାକୁ? ଯାହାକୁ ସେ ତାଙ୍କ ପଇସା ଦେଉଛନ୍ତି, ସେ ଯାଇ ତାଙ୍କ ପାଖରେ ରୁହନ୍ତୁ, ତାଙ୍କ ପାଖରେ ଖାଆନ୍ତୁ। ଏପରିି ପରିସ୍ଥିତିରେ ନିଜ ବିବାହିତା କନ୍ୟା ପାଇଁ କିଛି କରିବାକୁ ହେଲେ ଶହେଥର ଚିନ୍ତା କରନ୍ତି ବାପା।
ସବୁକଥା ଏ ଦେହ ସହିଯାଉଥିଲା ବେଳେ ତାଙ୍କର ଖାଇବାକୁ ନେଇ ଭାଗ ବସାଇବା କଥାଟା ମନକୁ ବାଧେ। ମନେପକାନ୍ତି ସେ, କାଇଁ ଜୀବନ କାଳ ଭିତରେ ସେ ତ ତାଙ୍କ ପିଲାମାନଙ୍କୁ ନେଇ କେବେ ଦିନେ ବାଛବିଚାର କରି ନ ଥିଲେ। ନିଜେ ନ ଖାଇ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ନିଜେ ନୂଆ ପୋଷାକ ନ ପିନ୍ଧି ସେମାନଙ୍କୁ ପିନ୍ଧିବାକୁ ଦେଇଥିଲେ। ତା’ହେଲେ ଆମ ପ୍ରତି ଏ ଅବିଚାର କାହିଁକି ? ଆମେ ଯେଉଁ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିଆସିଥିଲୁ ଇଏ କ’ଣ ତା’ର ପ୍ରତିଫଳନ! କୁଆଡ଼େ ଗଲା ଦାୟିତ୍ୱ ଓ କର୍ତ୍ତବ୍ୟବୋଧ! ଅସହାୟ ବୃଦ୍ଧାବୃଦ୍ଧଙ୍କ ଏ ପ୍ରଶ୍ନର ଉତ୍ତର ତ ମିଳେନା ଓଲଟି ମିଳେ ପରିହାସ। ଘରେ କବାଟ ବନ୍ଦକରି ପୁଅବୋହୂ ବାହାରର ସ୍ବାଦିଷ୍ଟ ଖାଦ୍ୟ ଉପଭୋଗ କରୁଥିବା ବେଳେ ବୁଢ଼ାବୁଢୀଙ୍କ ଭାଗ୍ୟରେ ଥାଏ ଶୁଖିଲା ରୁଟି ଅବା ମୁଢ଼ି ଗଣ୍ଡେ। ବାର୍ଦ୍ଧକ୍ୟର ବେଦନା ଆହୁରି ବଳିପଡେ ସେତେବେଳେ, ଯେତେବେଳେ କି ତାଙ୍କ ଦେହ ଖରାପ ହୋଇଯାଏ। ଖୁଁ ଖୁଁ କାଶି ଏପଟେ ଜଣେ କଷ୍ଟ ପାଇଲା ବେଳକୁ ସେପଟେ କିନ୍ତୁ ମୃଦୁ ଗୁଞ୍ଜରଣରେ ଆସୁଥାଏ ବିରକ୍ତି ଭାବ- ଏମାନେ ମଣିଷକୁ ଟିକିଏ ଭଲ ଭାବରେ ଶୁଆଇ ବସାଇ ଦେଉନାହାନ୍ତି। ମରିଗଲେ ମଣିଷକୁ ଟିକିଏ ଶାନ୍ତି ମିଳିବ ! ଦେହ ଖରାପ ବେଳେ ଡାକ୍ତରଖାନା ଯିବା ପାଇଁ ପୁଅମାନଙ୍କ ପାଖରେ ନେହୁରା ହେବାକୁ ହିଁ ପଡ଼ିଥାଏ। ଚିକିତ୍ସା ତ କରାଯାଏ କିନ୍ତୁ ତା’ ବଦଳରେ କିଛି କଡାମିଠା ଗାଳି ଶୁଣିବାକୁ ମିଳିଥାଏ। ଏଇ ଯେମିତି, କାହିଁକି ଇଆଡୁ ସିଆଡୁ ଖାଇ ଦେହ ଖରାପ କରୁଛ? କାହିଁକି ଅଯଥାରେ ବାହାରେ ବୁଲୁଛ? ଆମେ ମନା କରୁଥିଲୁ ସେଠାକୁ ଯିବାପାଇଁ, କାହିଁକି ଯାଉଥିଲ ସେଠାକୁ? ଇତ୍ୟାଦି ଇତ୍ୟାଦି।
ଟିଭି ଦେଖିଲା ବେଳକୁ ବି ସ୍ବାଧୀନତା ହରାଇ ବସିଥାନ୍ତି ସେମାନେ। ବାହାର ଲୋକଙ୍କ ସହିତ କଥାହେବା ବି ମନା। ମନରେ ଭୟ, ଆମ ଘରର ଗୁମର କଥାସବୁ କାଳେ ବାହାରେ କହିଦେବେ କି? ବାହାରେ ଜାଣିଲେ ଆମର ସମ୍ମାନ ଚାଲିଯିବ ଯେ! ବାର୍ଦ୍ଧକ୍ୟରେ ଉପନୀତ ଏହି ମଣିଷମାନେ ଭାଙ୍ଗିପଡନ୍ତି । ଏମିତି ସମୟ ଆସି ଉପଗତ ହୋଇଥାଏ, ଯେତେବେଳେ ଏତେବଡ଼ ଘରେ ତାଙ୍କ ପାଇଁ ନିଅଣ୍ଟ ପଡେ ଜାଗା। ଅଗତ୍ୟା ଦାଣ୍ଡ ଘରେ ନତୁବା ଜିନିଷରଖା ଘରେ ସେମାନଙ୍କୁ ରହିବାକୁ ହୁଏ। ଘର ଅପରିଷ୍କାର ହେଲେ ସେଥିପାଇଁ ଗାଳି ବି ଶୁଣିବାକୁ ମିଳେ। ସ୍ଥାନ କାଳ ଓ ପାତ୍ର ଅନୁସାରେ ଏହି ଅସହାୟ ବାର୍ଦ୍ଧକ୍ୟଙ୍କ ପାଇଁ ଖୋଜାପଡେ ଅନାଥାଶ୍ରମ ନତୁବା ବୃଦ୍ଧାଶ୍ରମ। କେତେକ ପାରିବାରିକ ଚାପ କାରଣରୁ ସ୍ବତଃପ୍ରବୃତ୍ତ ଭାବରେ ଏହାକୁ ଆଦରିନେଇ ଚୁପ୍‌ ରହନ୍ତି। ବାର୍ଦ୍ଧକ୍ୟର ଏ ବେଦନା ସୁସଭ୍ୟ ମଣିଷ ସମାଜ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି ? ଯେ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟକୁ ସମ୍ମାନ ଦିଆଯାଇପାରିନାହିଁ, ସେ ପର୍ଯ୍ୟନ୍ତ ମାନବିକତାର ମୂଲ୍ୟବୋଧ ଆସିନାହିଁ ବୋଲି କୁହାଯାଇପାରେ।
ଶିକ୍ଷକ, କିଶୋରନଗର ଉଚ୍ଚ ବିଦ୍ୟାଳୟ, ଅନୁଗୋଳ, ମୋ: ୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri